କଟକ:ବାଲିଯାତ୍ରାରେ ଭଳିକି ଭଳି ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ । ଓରମାସ ଖାଦ୍ୟ ଷ୍ଟଲରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ଦୋଳି ଖେଳି ମଜା ଉଠାଇଛନ୍ତି ଲୋକେ । ସେପଟେ ଭଲ ବ୍ୟବସାୟ ହେଉଥିବାରୁ ବେଶ ଖୁସି ବ୍ୟବସାୟୀ ।
ବାଲିଯାତ୍ରାରେ ଖାଦ୍ୟର ପସରା:
Food Stalls In Baliyatra (ETV Bharat Odisha) ବାଲିଯାତ୍ରାରେ ଚିକେନ, ମଟନ, ମାଛ ଭଳି ଆମିଷ ଓ ନିରାମିଷ ଖାଦ୍ୟର ପସରା ଦେଖିବାକୁ ମିଳିଛି । ସେହିପରି ଦହିବରା, ଆଳୁଦମ ଭଳି ଚଟପଟି ଖାଦ୍ୟର ମଜା ନେଉଛନ୍ତି ଲୋକେ । ମେଳା ପଡ଼ିଆରେ ଲାଗିଛି ଲକ୍ଷାଧିକ ଲୋକଙ୍କ ଗହଳି । ଅଧିକ ବିକ୍ରି ହେବା କଥା କହିଛନ୍ତି ବ୍ୟବସାୟୀ । ଗତ ରବିବାର ମଧ୍ୟ ଛାଡଖାଇ ଥିବାବେଳେ ଆମିଷ ଖାଦ୍ୟର ମଜା ଉଠାଉଥିଲେ ଲୋକେ । କିଣାବିକା ସହ ଖାଇବା ପିଇବାର ଭରପୁର ମଜା ଉଠାଉଛନ୍ତି ଲୋକେ । ତେବେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ବା ଓରମାସ ଲୋକଙ୍କ ପ୍ରଥମ ପସନ୍ଦ ରହିଛି ।
ଏହା ମଧ୍ୟ ପଢନ୍ତୁ:- ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍
ଏହା ମଧ୍ୟ ପଢନ୍ତୁ:- ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସଫାସୁତୁରା ପରିବେଶରେ ଖାଦ୍ୟ ବିକ୍ରି:
ଫୁଡକୋର୍ଟରେ ସଫା ସୁତୁରା ପରିବେଶ ଯୋଗୁଁ କେହି କେହି ତଳେ ବସି ତ କେହି କେହି ଛିଡା ହୋଇ ମଧ୍ୟ ଖାଇବାର ଆନନ୍ଦ ନେଇଛନ୍ତି । ରବିବାରକୁ ଛାଡ଼ଖାଇର ମଜା ନେଉଛନ୍ତି ଲୋକ । ଓରମାସ ଷ୍ଟଲରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ କହିବାନୁଯାୟୀ,"ଆଶାଠାରୁ ଅଧିକ ବ୍ୟବସାୟ ହେଉଛି । ଯାହାକି ନିହାତି ଖୁସିର କଥା ।" ଓରମାସ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଖାଇବା ସହ ଦୋଳିର ମଜା ନେଇଛନ୍ତି ଲୋକେ। ବାଲିଯାତ୍ରାକୁ ପ୍ରଥମ ଥର ପାଇଁ ଆସିଥିବା ସୁନାମି ଦୋଳି ଓ ସିଙ୍ଗଲ ଟାୱର ଦୋଳିରେ ବସି ବେଶ ଉତ୍ସାହିତ ଦର୍ଶକ । ଏହାସହ ଏରୋପ୍ଲେନ, ଟ୍ରେନ, ଟୋରାଟୋରା ବ୍ରେକ ଡ୍ୟାନ୍ସରେ ବସିବା ପାଇଁ ଲାଇନ ଲଗାଉଛନ୍ତି ଦେଖଣାହାରୀ । ତେବେ ଉଠୁଛି ପଡୁଛି, ମେଳା ପଡିଆ, ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମରେ ଆନନ୍ଦ ଉଠାଉଛନ୍ତି ଲୋକ । ତାହାରି ମଧ୍ୟରେ ଦୋଳି ଓ ଚଟପଟି ଖାଇବା ସମସ୍ତଙ୍କୁ କରିଛି ଆମୋଦିତ । ବାଲିଯାତ୍ରାର ତୃତୀୟ ଦିନର ଅର୍ଥାତ୍ ଛାଡଖାଇରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା ।
ଇଟିଭି ଭାରତ, କଟକ