ଓଡିଶା

odisha

‘ଓଡ଼ିଶା ହେବ ଶିଳ୍ପ ହବ’ 34 ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା - Delhi Ambassadors Meet

Delhi Ambassadors Meet: ଦିଲ୍ଲୀରୁ ନିବେଶ ଆଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା । ମୁଖ୍ୟମନ୍ତ୍ରୀ କହିଲେ ଶିଳ୍ପ ହବ ହେବାକୁ ଯାଉଛି ଓଡିଶା ।

By ETV Bharat Odisha Team

Published : 4 hours ago

Published : 4 hours ago

Updated : 4 hours ago

Delhi Ambassadors Meet
Delhi Ambassadors Meet (ETV Bharat Odisha)

ଭୁବନେଶ୍ବର:ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା । ପୁ୍ଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । ଆଲୋଚନା ଫଳପ୍ରଦ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପୁ୍ଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କିପରି ଅଧିକ ବିଦେଶୀ ପୁ୍ଞ୍ଜି ନିବେଶ ହେବ ଆଲୋଚନା ହୋଇଛି ।

ଆଲୋଚନା ଫଳପ୍ରଦ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-

୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି । 'ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ୍‌, ITରେ ବିନିଯୋଗ ସମ୍ଭାବନା ଅଧିକ । ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ଼ ମୂଳଦୁଆ ପକାଇବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ ୨୦୨୫ ହେବ ସର୍ବବୃହତ୍ତ ଶିଳ୍ପ ସମାବେଶ- ମୁଖ୍ୟମନ୍ତ୍ରୀ

ଓଡିଶା ସରକାରଙ୍କ ତରଫରୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଆମ୍ବାସଡର୍ସ ମିଟ । ଆଇଟିସି ମୋର୍ୟାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧ୍ୟକ୍ଷତା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ବିଭାଗୀୟ ପ୍ରମୂଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓଡିଶାରେ ଉଦ୍ୟୋଗର ବିକାଶ ଏବଂ ନୂତନ ନିବେଶର ସୁଯୋଗ ଉପରେ ଆଲୋଚନା କରିଛନ୍ତି । ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ ୨୦୨୫ ହେବ ସର୍ବବୃହତ୍ତ ଶିଳ୍ପ ସମାବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଭିନ୍ନ ଦେଶର କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି । ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇପାରିବ ଆଜିର ଆଲୋଚନା ଫଳପ୍ରଦ ହୋଇଛି । ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ସର୍ବବୃହତ୍ତ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।"

ସେ ଏହା ମଧ୍ୟ କହିଛନ୍ତି, "ଆଗାମୀ ଦିନରେ ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଆଇଟି ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି । ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ ମୂଳଦୁଆ ପକାଇବ । ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ, ତାହା ସଫଳ ହେବ । ଓଡିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବରେ ପରିଣତ ହେବାକୁ ଯାଉଛି । ଏନେଇ ନିଶ୍ଚିତ ରୂପରେ ଆମକୁ ଆଜି ଏକ ସଫଳ ସଙ୍କେତ ମିଳିପାରିଛି ।

କାର୍ଯ୍ୟକ୍ରମରେ ୩୪ଟି ଦେଶର ଆମ୍ବାସଡର୍ସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନିତିଜ୍ଞ ସାମିଲ ହୋଇଥିଲେ । ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ ଏବଂ ୟୁକେ ପରି ଦେଶର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ । ଏଥି ସହିତ ୯ଟି ଆନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଯାହା ଓଡିଶାରେ ହେବାକୁ ଥିବା ମେକ ଇନ ଓଡିଶା ସମ୍ମିଳନର ସଫଳତାକୁ ସୂଚାଉଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତଙ୍କୁ ସ୍ୱାଗତ କରି କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡିଶା ଖୁବଶୀଘ୍ର ବିଶ୍ୱସ୍ତରୀୟ ନିବେଶ ସ୍ଥଳ ହେବାକୁ ଯାଉଛି । ନୂତନ ବ୍ୟବସାୟର ସମ୍ଭାବନା, ବିଭିନ୍ନ ସେକ୍ଟରରେ ନିବେଶ, ଉପଲବ୍ଧ ଦକ୍ଷ ଶ୍ରମିକ ଏବଂ ନୀତିଗୁଡିକ ଉପରେ ସେ ଆଲୋଚନା କରିଛନ୍ତି । ଏଥି ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିଙ୍କ ସହଭାଗୀତା, ଓଡିଶାର ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।"

ଶିଳ୍ପ ବିଭାଗର ପ୍ରମୁଖ ଶାସନ ହେମନ୍ତ ଶର୍ମା ଶିଳ୍ପ ନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । ସମାବେଶରେ ଫିକିର ଡାଇରେକ୍ଟର ଜେନେରାଲ ଜ୍ୟୋତି ଭିଜ, ଉତ୍କର୍ଷ ଓଡିଶାର ସଫଳତା ପାଇଁ ସହଭାଗିତା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏ. ଅଜୟ କୁମାର ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ ଉପରେ ବିସ୍ତାର ଭାବେ ଆଲୋଚନା କରିଛନ୍ତି । ଇନ ଭେଷ୍ଚ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଚର ମିସ ନିବୃତି ରାଏ ଓଡିଶାରେ ନିବେଶର ସୁଯୋଗ ଉପରେ ନିଜର ମତ ରଖିଛନ୍ତି ।

ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟରେ ନିବେଶ କରିବା ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହା ସହିତ ଉପସ୍ଥିତ ଆମ୍ୱାସଡର୍ସଙ୍କୁ ଆଗାମୀ ଉତ୍କର୍ଷ ଓଡିଶା ପାଇଁ ସ୍ୱାଗତ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରବିନ୍ଦ ଡାକୁଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସୋସିଆଲ ମିଡିଆ ‘ଏକ୍ସ’ରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଆଜି ନୂଆଦିଲ୍ଲୀ ଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ନିମନ୍ତେ ନିବେଶକଙ୍କ ସହ ଏକ ସଫଳ ଆଲୋଚନା ହୋଇଛି । ଓଡ଼ିଶାରେ ଶିଳ୍ପ ବାତାବରଣ, ପୁଞ୍ଜିବିନିଯୋଗକୁ ନେଇ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟରେ କିଭଳି ଭାବରେ ଅଧିକରୁ ଅଧିକ ବିଦେଶ ପୁଞ୍ଜି ବିନିଯୋଗ ହେଇପାରିବ ସେ ସମ୍ପର୍କରେ ଆଜିର ଆଲୋଚନା ଫଳପ୍ରଦ ହୋଇଛି । ଆଗାମୀ ଦିନରେ 'ଶିଳ୍ପ କନକ୍ଲେଭ-୨୦୨୫' ଏକ ସର୍ବ ବୃହତ ଶିଳ୍ପ କନକ୍ଲେଭ ଭାବରେ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ସବୁଜ ଇନ୍ଧନ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ୍‌ ଭଳି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହାକି ଓଡ଼ିଶାକୁ ଶିଳ୍ପ ହବରେ ପରିଣତ କରିବା ସହ ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଏକ ସୁଦୃଢ଼ ମୂଳଦୁଆ ପକାଇବ ।" ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ନିମନ୍ତେ ଦିଲ୍ଲୀ ଠାରେ OIL ଅଧ୍ୟକ୍ଷ ରଞ୍ଜିତ ରଥ ଓ ଜେ.କେ. ପେପର ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ହର୍ଷପତି ସିଙ୍ଗାନିଆଙ୍କୁ ଭେଟି ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କଲି ।’

୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା

  • ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • OIL ଅଧ୍ୟକ୍ଷ ରଞ୍ଜିତ ରଥଙ୍କ ସହ CMଙ୍କ ଆଲୋଚନା
  • JK ପେପର ଲିମିଟେଡ ଅଧ୍ୟକ୍ଷଙ୍କ ସହ ବି ଆଲୋଚନା
  • ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ ଉପସ୍ଥିତ
  • ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ମଧ୍ୟ ବିଭିନ୍ନ ରାଷ୍ଟ୍ରଦୂତଙ୍କ ସହିତ ଆଲୋଚନା

ଏହା ମଧ୍ୟ ପଢନ୍ତୁ:

ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା

‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ

ଦିଲ୍ଲୀରେ ନିବେଶକ ସମ୍ମିଳନୀ-

ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଶେଷ ହୋଇଛି । ଆଗାମୀ 5 ବର୍ଷରେ 5 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ । ଦିଲ୍ଲୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ‌ରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା ଜାରି । ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜିନିବେଶ ଲକ୍ଷ୍ୟରେ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ କରିଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।

Last Updated : 4 hours ago

ABOUT THE AUTHOR

...view details