ଓଡିଶା

odisha

ETV Bharat / state

କୁମାର ପୂର୍ଣ୍ଣମୀରେ ନିଆରା କୋଠି ପୂଜା, ନାଚଗୀତରେ ଦୁଲୁକୁଛି ଗାଁ

କୁମାର ପୂର୍ଣ୍ଣମୀରେ ନିଆରା ପରମ୍ପରା । କଇଁ ଫୁଲ କୋଠି ପୂଜା କରୁଛନ୍ତି କୁମାରୀ। ଗାଁରେ ଜମିଛି ଉତ୍ସବର ମାହୋଲ।

By ETV Bharat Odisha Team

Published : 4 hours ago

କଇଁଫୁଲ କୋଠି ପରମ୍ପରା
କଇଁଫୁଲ କୋଠି ପରମ୍ପରା (ETV Bharat Odisha)

ଯାଜପୁର: କୁମାର ପୂର୍ଣ୍ଣିମା ହେଉଛି କୁମାରୀମାନଙ୍କର ଏକ ବଡ଼ ପର୍ବ । ରାଜ୍ୟବାପୀ କୁମାରୀମାନେ ଏହି ପର୍ବ ପାଳନ କରୁଥିବାବେଳେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ନିଆରା ଢଙ୍ଗରେ ପାଳନ କରାଯାଉଛି । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀମାନେ କଇଁ ଫୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । କଇଁ ଫୁଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ । ଏହି ପରମ୍ପରାକୁ ଏବେବି ବଜାୟ ରହିଛି।

କୋଠି ପୂଜା ପରମ୍ପରା କ'ଣ?

କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ଉତ୍ସବମୁଖର ହୋଇଉଠେ । ଏହି ଗାଁରେ ସାତ ଦିନ ପୂର୍ବରୁ କୁଁଆରୀ କନ୍ୟାମାନେ ନିଜ ନିଜ ଚଉରା ମୂଳେ ତିଆରି କରିଥାନ୍ତି କଇଁଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ପୂର୍ବରାତ୍ରିରେ କୁମାରୀମାନେ ଗାଁ ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କୌଣସି ରଙ୍ଗ କିମ୍ବା କାଳିରେ ନୁହେଁ, କେବଳ କଇଁ ଫୁଲରେ ତିଆରି କରିଥାନ୍ତି ଏହି କୋଠି । ଯାହାକୁ କେହି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି ଗାଁରେ କୋଠି ପୂଜା ପରମ୍ପରା ଚାଲି ଆସୁଛି । ଏଭଳି କୋଠି ପୂଜା କଲେ କଇଁ ଫୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବୈବାହିକ ଜୀବନ ସୁଖମୟ ହେବ ବୋଲି ବିଶ୍ୱାସ ରହିଛି।

କଇଁଫୁଲ କୋଠି ପରମ୍ପରା (ETV Bharat Odisha)

ଏହା ବି ପଢନ୍ତୁ...ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

ଏହା ବି ପଢନ୍ତୁ...କୁମାର ଉତ୍ସବ-2023ର ଶେଷ ସନ୍ଧ୍ୟା, 'ଫୁଲ ବଉଳବେଣୀ' ଗୀତରେ ଝୁମିଲେ ଦର୍ଶକ

କଇଁଫୁଲ କୋଠି ପରମ୍ପରା (ETV Bharat Odisha)

କୋଠି ପୂଜା ପରମ୍ପରାର ଇତିହାସ:
ଆଜକୁ ପ୍ରାୟ ୧୫୩ ବର୍ଷ ହେବ ସଦାନନ୍ଦ ପୁରଗାଁରେ କୋଠି ପରମ୍ପରା ଚାଲିଆସୁଛି । ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତଃ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲିଖିତ ପୁସ୍ତକ 'ଚିତ୍ରକାବ୍ୟ ବନ୍ଧୋଦ୍ୱୟ'ରେ ଅଙ୍କାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ଧୀରେ ଧୀରେ ଏହି କୋଠି ପରମ୍ପରା ଅନ୍ୟ ଗାଁରେ ମଧ୍ୟ ପାଳନ ହେଉଥିବା ଦେଖିବାକୁ ମିଳିଛି । ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀମାନେ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି। ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତୁ ଶହ ଶହ ଦର୍ଶକ । ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ଆଉ ବିଳମ୍ବିତ ରାତ୍ରିରେ ଗାଁର ଯୁବକମାନେ ପାଳଭୁତ ବେଶରେ ଆସି କୁମାରୀମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ। ତେବେ କୁମାର ପୂର୍ଣ୍ଣିମା ଅବସରରେ ସଦାନନ୍ଦପୁର ଗାଁର କୁମାରୀମାନଙ୍କର ଏହି କୋଠି ପୂଜା ପରମ୍ପରା ବେଶ ଚର୍ଚ୍ଚାରେ ରହିଛି।

କଇଁଫୁଲ କୋଠି ପରମ୍ପରା (ETV Bharat Odisha)

ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣିମା ସ୍ପେଶାଲ; ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ :-ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details