ଓଡିଶା

odisha

ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ: ବଜେଟ ବିଷୟରେ ବୁଝାଇଲେ, ମା’ ସମଲେଇଙ୍କ ଆଶିଷ ନେଲେ - Union Minister In Sambalpur

By ETV Bharat Odisha Team

Published : Jul 28, 2024, 10:55 PM IST

Union Minister In Sambalpur: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଓଡ଼ିଶାବାସୀଙ୍କୁ କେନ୍ଦ୍ରର ଯୋଜନା ବିଷୟରେ ସେ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ

Union Minister In Sambalpur
Union Minister In Sambalpur (ETV Bharat Odisha)

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ସମ୍ବଲପୁର ଗସ୍ତ । ଆଜି (ରବିବାର) ସକାଳେ ସେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ବୁଢାରଜା ଅଞ୍ଚଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଚଳିତ ବଜେଟରେ ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଥିବା କଥା ସେ କହିଛନ୍ତି ।

Union Minister In Sambalpur (ETV Bharat Odisha)

ପୂର୍ବୋଦୟ ଯୋଜନା:

କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି, "୨୦୪୭ ଯାଏଁ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହି ବଜେଟ ଆଗତ ହୋଇଥିବା କେନ୍ଦ୍ର କୋଇଲା ମନ୍ତ୍ରୀ କହିଛନ୍ତି । ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡି଼ଶା ଓ ଆନ୍ଧ୍ରପ୍ରଦେଶକୁ ସାମିଲ କରି ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ଯୋଜନା ତିଆରି ହୋଇଛି । ଓଡି଼ଶାର ଦର୍ଶନୀୟ ସ୍ଥାନ ମନ୍ଦିର, ସ୍ମାରକ ତଥା ଶିଳ୍ପ ପାଇଁ ବଜେଟରେ ଗୁୁରୁତ୍ବ ରହିଛି । କେନ୍ଦ୍ରୀୟ ବଜେଟରେ କୃଷି ଉତ୍ପାଦକଙ୍କୁ ମଧ୍ଯ ପ୍ରାଧାନ୍ୟ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧ ଲକ୍ଷ ୨୫ହଜାର ୪୪୪ କୋଟି ଟଙ୍କା ଓଡି଼ଶାକୁ ଦିଆଯାଇଛି ।"ଯାହା କେନ୍ଦ୍ରର ଶୁଳ୍କ ଦ୍ବାରା ଆୟ ବଣ୍ଟନର ୧୦ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି ।"

ଏହା ବି ପଢନ୍ତୁ...'କବିସୂର୍ଯ୍ୟ ବଳଦେବ ରଥଙ୍କ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ' ଭାରତର ବିଭିନ୍ନ ଭାଷାରେ ଅନୁବାଦ ହେବ' - Kishore Chandrananda Champu English

କୃଷିକ୍ଷେତ୍ରକୁ ଗୁରୁତ୍ବ:

ମନ୍ତ୍ରୀ ଆହୁରି କହିଛନ୍ତି, "ସମ୍ବଲପୁର, ଭୁବନେଶ୍ବର, ବ୍ରହ୍ମପୁର ଅଞ୍ଚଳରେ କୃଷି ଉତ୍ପାଦ କ୍ଳଷ୍ଟର ପାଇଁ ବଜେଟରେ ଧ୍ଯାନ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ୨୦୨୧-୨୨ ରୁ ୨୦୨୩-୨୪ ମଧ୍ଯରେ ୪ହଜାର ୩୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି । କୌଶଳ ବିକାଶ ପାଇଁ ୧୩୫.୩୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ମନରେଗାରେ ଓଡି଼ଶାକୁ ୨୦୨୨-୨୩ ଓ ୨୦୨୩-୨୪ ମଧ୍ଯରେ ୯ ହଜାର ୪୧୩ କୋଟି ପ୍ରଦାନ କରାଯାଇଛି । ତେବେ କୋଇଲା ରୟାଲିଟି ବଢାଇବା ଉପରେ କେନ୍ଦ୍ରର ନୀତିଗତ ନିଷ୍ପତ୍ତିର ଆବଶ୍ଯକତା ରହିଛି ।"

ହୀରାକୁଦ ବନ୍ଧ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ:
ଏହାପରେ ସମ୍ବଲପୁରର ବିଶିଷ୍ଟ ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ହୀରାକୁଦ ବନ୍ଧ ପରିଦର୍ଶନ କରିଥିଲେ । ଏହାପରେ ସେ ଏମସିଏଲ ଗସ୍ତ କରି ସେଠାରେ ସମୀକ୍ଷା ବୈଠକ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସାରି ଝାରସୁଗୁଡା ଜିଲ୍ଲା ଲଖନପୁର ଏମସିଏଲ ଖଣିକ୍ଷେତ୍ର ଗସ୍ତ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details