ଭୁବନେଶ୍ବର: ରାଜ୍ୟ ସରକାର 1022 ଜଣ ନର୍ସିଂ ଅଧିକାରୀଙ୍କୁ ନିୟମିତ କରିଛନ୍ତି । 28 ଟି ଜିଲ୍ଲା ସମେତ 4 ଟି ମେଡିକାଲ କଲେଜରେ କାର୍ଯ୍ୟରତ ଏହି ସମସ୍ତ ନର୍ସିଂ ଅଫିସରଙ୍କୁ ନିୟମିତ କରିବା ପାଇଁ ଗତ 12 ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଥିଲା । ଏମାନଙ୍କୁ ନିୟମିତ କରାଯିବା ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 28 ଜିଲ୍ଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏମାନଙ୍କ ମଧ୍ୟରେ କଟକରେ ସର୍ବାଧିକ 106 ଜଣ ନର୍ସିଂ ଅଫିସରଙ୍କ ନିୟମିତ ହୋଇଛନ୍ତି ।
କେନ୍ଦ୍ର ବଜେଟ ଡେ’ରେ ଓଡିଶା ନର୍ସିଂ ଅଫିସରଙ୍କ ପାଇଁ ବଡ ଖୁସି ଖବର ! - Regularization of nursing officers
Nursing officer regular services: ନର୍ସିଂ ଅଫିସରଙ୍କୁ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 28 ଜିଲ୍ଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା । ଏମାନଙ୍କ ମଧ୍ୟରେ କଟକରେ ସର୍ବାଧିକ 106 ଜଣ ନର୍ସିଂ ଅଫିସରଙ୍କ ନିୟମିତ ହୋଇଛନ୍ତି । ଅଧିକ ପଢନ୍ତୁ
Published : Jul 23, 2024, 8:14 AM IST
|Updated : Jul 23, 2024, 8:21 AM IST
ସୂଚନା ଅନୁଯାୟୀ, ଗତ 12 ତାରିଖରେ ଅନୁଷ୍ଠିତ ଏକ ହାଇ ଲେବୁଲ୍ ବୈଠକରେ ରାଜ୍ୟର ଗ୍ରୁପ୍ "ବି" "ସି" ଏବଂ ଗ୍ରୁପ୍ "ଡି" ର କାର୍ଯ୍ୟକାରିତା ଉପରେ ସାଧାରଣ ସ୍ୱାସ୍ଥ୍ୟସେବା ଅଧୀନରେ କାର୍ଯ୍ୟ କରୁଥିବା ନର୍ସିଂ ଅଧିକାରୀଙ୍କ ନିୟମିତକରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଶେଷ ଭାବରେ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଲିନୀ ପଣ୍ଡିତ, ସ୍ଵାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସୁପ୍ରିୟା ଜେନା, ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସମେତ ନର୍ସିଂ ନିର୍ଦେଶକ ଅଧେନ୍ଧୁ ନାୟକ ଏହି ବୈଠକରେ ଉପସ୍ଥିତ ରହି ସମସ୍ତ ଦିଗକୁ ଆଲୋଚନା କରିଥିଲେ।
ଇଟିଭି ଭାରତ, ଭୁବନେଶ୍ବର