ETV Bharat / state

ପାଟପୁର ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା, ସମ୍ମାନିତ କଲେ କେନ୍ଦ୍ର ଗୃହମନ୍ତ୍ରୀ - BEST POLICE STATION

ଦେଶର ଦ୍ବିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ପାଟପୁର ଥାନାକୁ ସମ୍ମାନିତ । ଡିଜି ଆଇଜି ସମ୍ମିଳନୀରେ ପୁରସ୍କୃତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Patapur police station
Patapur police station (ETV BHARAT ODISHA)
author img

By ETV Bharat Odisha Team

Published : Nov 30, 2024, 8:26 AM IST

Updated : Nov 30, 2024, 10:16 AM IST

ଭୁବନେଶ୍ବର: ଦେଶର ଦ୍ବିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ହେଉଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ସର୍ବଭାରତୀୟ ଡିଜି ଆଇଜି ସମ୍ମିଳନୀରେ ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ସହ ପାଟପୁର ଥାନାର ଥାନା ଅଧିକାରୀ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଛନ୍ତି । ଏନେଇ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କହିଛନ୍ତି, ଓଡ଼ିଶା ପୋଲିସ ପାଇଁ ଏହି ସମ୍ମାନ ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ । ଥାନାର ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନତିକରଣ, କାର୍ଯ୍ୟ ସମ୍ପାଦନ ଓ ପରିଚଳାନ ନେଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ।

ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ପୁରସ୍କାର:

ଉଲ୍ଲେଖଯୋଗ୍ୟ ଯେ , ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସମଗ୍ର ଦେଶରେ ଥିବା ଥାନା ଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ପୁରସ୍କାର ବିବେଚନା‌ କରାଯାଏ । ଏଥି ନିମନ୍ତେ ଥାନାର ଅପରାଧ ହାର, ତଦନ୍ତର ମୋଡ, ରିପୋର୍ଟ ହୋଇଥିବା ମାମଲାର ସମାଧାନ, ସିସିଟିଏନ୍ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପତ୍ତିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର ସହ ଦଣ୍ଡବିଧାନ, ଥାନା ଗୁଡିକର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ଦିଗକୁ ମାନଦଣ୍ଡ ଆଧାର କରି ଶ୍ରେଷ୍ଠ ଚୟନ କରାଯାଏ । ଯାହାର କ୍ରମରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ଉଲ୍ଲେଖନୀୟ ପ୍ରଦର୍ଶନ ରହିଥିଲା । ଏହାକୁ ଭିତ୍ତିକରି ପାଟପୁର ଥାନା ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

Patapur police station
Patapur police station (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ଗଞ୍ଜାମର ପାଟପୁର ଥାନା

ଏହା ମଧ୍ୟ ପଢନ୍ତୁ-୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ 'କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ'

ଏହା ମଧ୍ୟ ପଢନ୍ତୁ-DG-IG ସମ୍ମିଳନୀ: ଲୋକସେବା ଭବନରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ମର୍ଡର ମିଷ୍ଟ୍ରି ପର୍ଦ୍ଦାଫାସ କରିବାରୁ ମିଳିଲା ପୁରସ୍କାର:

ଗତ ୨୦୨୧ରେ ରତନେଇ ପାହାଡ ଉପରେ ଏକ ମୃତଦେହ ମିଳିଥିଲା । ସେହି ସମୟରେ ରତନେଇ ମନ୍ଦିର ରାସ୍ତା କମା ଚାଲୁଥିବା ବେଳେ ଦୁର୍ଗନ୍ଧ ହୋଇଥିଲା । ସନ୍ଧାନ କରିବା ପରେ ସେଠାରୁ ଏକ ୧୦ରୁ ୧୨ଦିନ ଧରି ପଡି ରହିଥିବା ଏକ ଯୁବତୀଙ୍କ ମୃତଦେହ ମିଳିଥିଲା । ଯାହାକୁ ନେଇ ପାଟପୁର ଥାନାରେ ଏସ ଗୋପାଳପୁର ପଞ୍ଚାୟତର ସରପଞ୍ଚ ରିପୋର୍ଟ କରିଥିଲେ । ପୋଲିସ ୫/୨୦୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଯୁବତୀଙ୍କ ବସ୍ତ୍ର, ପିନ୍ଧିଥିବା ପାଉଁଜିକୁ ଆଧାର କରି ତଦନ୍ତ କରିଥିଲେ ମଧ୍ୟ ପରିଚୟ ପାଇ ପାରିନଥିଲା । କିଛି ଦିନ ପରେ ସେହି ଥାନା ଅଞ୍ଚଳର ସୁମନ୍ତପୁରର ସ୍ବାମୀ ସ୍ତ୍ରୀ ଥାନାକୁ ଆସି ତାଙ୍କ ଝିଅ ଫଟୋ ଉଠାଇବାକୁ ଆସି ଝିଅ ଆଉ ଘରକୁ ଫେରିନଥିବା କହିଥିଲେ । ଏହାପରେ ପୋଲିସ ମୃତକଙ୍କ ବସ୍ତ୍ର ଓ ପାଉଁଜି ଦେଖାଇବାରୁ ସେ ତାଙ୍କ ଝିଅ ବୋଲି ସନ୍ଦେହ କରିଥିଲେ । ପରେ ପୋଲିସ ପରିଚୟ ପାଇଁ ବାପା ଓ ମାଆଙ୍କ ସହ ମୃତ ଯୁବତୀଙ୍କ ଡିଏନଏ ଟେଷ୍ଟ କରାଯିବାରୁ ପରିଚୟ ସ୍ପଷ୍ଟ ହୋଇଥିଲା । ମୃତକ ଥିଲେ ସୁମନ୍ତପୁର ଅଞ୍ଚଳର 32 ବର୍ଷିୟ ବନିତା ଗୋଡ ।

ଏହାପରେ ପୋଲିସ ‌୨୨୬/୨୧ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତରେ ପ୍ରଥମେ ମୃତକଙ୍କ ଘର ପାଖ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ପଡୋଶୀ ଦୁଇ ଜଣଙ୍କୁ ଠାରୁ ମୃତ ଯୁବତୀ ଜଣଙ୍କ ଘରୁ ଆସିବା ପୁର୍ବରୁ କାନ ଫୁଲ ଓ ଖାସୁ ମାଳି ପିନ୍ଧିକି ଫଟୋ ଉଠାଇବା ପାଇଁ ଆସୁଥିଲା । ପରେ ଜଣାପଡିଥିଲା କି ଝିଅଟିର ବିବାହ ହେଉନଥିବାରୁ ପାଖ ଅଞ୍ଚଳର ଆମ୍ବଗା ର ଜଣେ ଚେର ମୁଳି ଓ ଝଡା ଫୁଙ୍କା କରୁଥିବା ଡାକ ଭୁଆଁ ନାମକ ବ୍ୟକ୍ତିଙ୍କ ପାଖକୁ ଯାଉଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଫଳରେ ଯୁବତୀ ଜଣଙ୍କ ଡାକ ଭୁଆଁ ଠାରୁ 6 ହଜାର ଟଙ୍କା ଆଣିଥିଲେ । ଯେତେବେଳେ ଡାକ ଭୁଆଁ ଟଙ୍କା ମାଗିଥିଲା ସେତେବେଳେ ମୃତ ଯୁବତୀ ଟଙ୍କା ନଫେରାଇ ତାର ସ୍ତ୍ରୀ ହେବ କହିଥିଲେ । ଡାକ ଭୁଆଁ ବିବାହିତ ହୋଇଥିବାରୁ ଯୁବତୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ।

ସେହିଦିନ ରତନେଇ ପାହାଡ ଉପରକୁ ବନିତାକୁ ବୁଲାଇବାକୁ ଆଣି ହତ୍ୟା କରିବା ପରେ ଡାକ ଭୁଆଁ ମୃତ ଯୁବତୀଙ୍କ ଗହଣା ଧରି ପଳାଇ ଆସିଥିଲା । ପରେ ନିଜେ ରହୁଥିବା ଘରର ମାଟି ତଳେ ଲୁଚାଇ ରଖିଥିଲା ‌। ପାହାଡରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ପାଟପୁର ଥାନା‌ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ପ୍ରମାଣ ଜବତ ସହ ଅଭିଯୁକ୍ତକୁ କୋର୍ଟରେ ମଧ୍ୟ ଆଜୀବନ ସଜ୍ଜା କରାଇବାରେ ଯେଉଁ ତଦନ୍ତ ଓ ପ୍ରମାଣ ଭିର୍ତ୍ତିକ ତଥ୍ୟ ଉପସ୍ଥାପନା କରିଥିଲେ ସେହି ଘଟଣାର ତଦନ୍ତ ପାଇଁ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ଭଳି ସମ୍ମାନଜନକ ପାଇବାକୁଯାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2024, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.