ETV Bharat / state

ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ - MAOIST ARRESTED

ମହିଳା ମାଓବାଦୀକୁ ଗିରଫ କରିଛି ମାଲକାନଗିରି ପୋଲିସ । ୨୦୨୧ ମସିହା ମାଥିଲି ଥାନା ଅଞ୍ଚଳ ଏନକାଉଣ୍ଟରେ ଥିଲେ ସାମିଲ ।

Lady Maoist Arrested
Lady Maoist Arrested (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 10:08 PM IST

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୋଲିସ । ମହିଳା ମାଓବାଦୀ ଜଣଙ୍କୁ ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ଅଧିନସ୍ଥ କୁର୍ତୀ ଜଙ୍ଗଲରୁ ଗିରଫ କରାଯାଇଛି । ମାଓବାଦୀ ଜଣକ ଜଙ୍ଗଲ ଭିତରେ ଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଏକ ଅପରେସନ ଲଞ୍ଚ୍ କରିଥିଲା । ଯେଉଁଥିରେ ଏହି ସଫଳତା ପୋଲିସକୁ ମିଳିପାରିଛି । ମହିଳା ମାଓବାଦୀଙ୍କର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଜଙ୍ଗଲା ପୋଲିସ ଷ୍ଟେସନ ଅଧିନସ୍ଥ ପୁଲହାର ଗ୍ରାମର ହୋଇଥିବା ଜଣାପଡ଼ିଛି । ଓଡିଶାସୀମା ଭିତରୁ ପୋଲିସ ତାଙ୍କୁ ଗିରଫ କରିଛି ।

ମହିଳା ମାଓବାଦୀ ଗିରଫ:

Lady Maoist Arrested (ETV Bharat Odisha)

SWR କୋରାପୁଟ ଡିଆଇଜିପି ନିତି ଶେଖରଙ୍କ ସୂଚନା ଅନୁସାରେ, କୁର୍ତୀ ଜଙ୍ଗଲରେ ମହିଳା ମାଓବାଦୀ ଜଣଙ୍କ ବୁଲୁଥିବାର ଖବର ମିଳିଥିଲା । ପୋଲିସ ପକ୍ଷରୁ ମହିଳାଙ୍କୁ ଧରାଯିବା ପରେ ଅଧିକ ପଚରାଉଚରା କରିବାରୁ ସେ ଜଣେ ମାଓବାଦୀ ବୋଲି ଜଣାପଡିଥିଲା । ବହୁ ମାଓ ହିଂସା କାଣ୍ଡରେ ସେ ସାମିଲ ରହିଥିବା ସ୍ବୀକାର କରିଛନ୍ତି । ତାଙ୍କର ନାମ ଆଣ୍ଟି ମାଡବି ଓରଫ ଲକି । ସେ ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା ଭାବରେ ରହି ଦୀର୍ଘ ବର୍ଷ କାମ କରିଛନ୍ତି । ଲାକେ ଛତିଶଗଡ଼ ପଶ୍ଚିମ ବସ୍ତର ଡିଭିଜନର ମାଓ ଡିଭିସିଏମ ସୁକ୍ରାମଙ୍କ ନେତୃତ୍ୱରେ ମାଓବାଦୀଙ୍କ ପ୍ଲାଟୁନ ନମ୍ବର ୧୨ରେ ୨୦୧୭ ମସିହାରେ ଯୋଗ ଦେଇଥିଲେ । ୯ଟି ଏନକାଉଣ୍ଟର ଘଟଣାରେ ସାମିଲ ସେ ଥିଲେ । ମାଲକାନଗିରି ଜିଲ୍ଲାର ତୁଳସୀ ଓ ଦୁଲଦୁଲି ଏନକାଉଣ୍ଟରରେ ମଧ୍ୟ ସେ ସାମିଲ ଥିବା ପ୍ରକାଶ କରିଛନ୍ତି । ଆଣ୍ଟି ମାଡବି ମାଲକାନଗିରି ଜିଲ୍ଲାରେ ୨ଟି ଛତିଶଗଡ଼ରେ ୪ଟି ଏବଂ ଆନ୍ଧ୍ରପ୍ରଦେଶରେ ୨ଟି ବଡ଼ ବଡ଼ ମାଓ ହିଂସାରେ ଜଡ଼ିତ ରହିଛନ୍ତି । ଆଜି ମାଲକାନଗିରି ପୋଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ

ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତଦେହ ଠାବ, ଶୁଭେଚ୍ଛା ଜଣାଇଲେ ଡିଜି

୯ଟି ଗୁଳୁ ବିନିମୟରେ ଥିଲେ ସାମିଲ:

ଏନେଇ କୋରାପୁଟ ଡିଆଇଜି ନୀତି ଶେଖର କହିଛନ୍ତି, "ଆଜି ସକାଳେ MV 79 ଅଞ୍ଚଳର କୁର୍ତୀ ଜଙ୍ଗଲରେ ଜଣେ ଝିଅ ସନ୍ଦେହଜନକ ଭାବରେ ବୁଲୁଥିବାର ବିଶେଷ ସୁତ୍ରରୁ ଖବର ମିଳିଥିଲେ । ପୋଲିସ ଟିମ ସେଠାକୁ ଯାଇ ସେ ଝିଅକୁ ଧରିଥିଲେ । ପଚରାଉଚରା ବେଳେ ଝିଅ ଜଣଙ୍କ ସ୍ବୀକାର କରିଛି ଯେ, ସେ ମାଓକ୍ୟାମ୍ପର ସଦସ୍ୟ ଥିଲେ । ସେ ମାଓ ସଂଗଠନର ନେତା ଉଦୟର ଅଙ୍ଗ ରକ୍ଷକ ଭାବରେ କାର୍ଯ୍ୟ କରୁଥିଲା । ତାଙ୍କ ନାଁ ହେଉଛି ଆଣ୍ଟି ମାଡବି ଓରଫ ଲକି । ତାଙ୍କ ଘର ଛତିଶଗଡ ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ପୁଲହାର ଗ୍ରାମ । ଝିଅ ଜଣଙ୍କୁ ପଚରାଉଚରା ବେଳେ ସେ ସ୍ବୀକାର କରିଛି ଯେ, ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା । ସେ ଏନକାଉଣ୍ଟରରେ ୩ ଜଣ କ୍ୟାଡ଼ର ମେମ୍ବର ମୃତ୍ୟୁବରଣ କରିଥିଲେ । ସେହି ଘଟଣାରେ ସେ ସାମିଲ ଥିଲେ । ଏହି ମାମଲାରେ ତାଙ୍କୁ ଆଜି ଗିରଫ କରାଯାଇଛି । ତାଙ୍କୁ ଅଧିକ ପଚାରାଉଚରା ହେଳେ ଜଣାପଡ଼ିଛି ଯେ, ମୋଟ ୯ଟି ଗୁଳୁବିନିମୟରେ ସେ ସାମିଲ ଥିଲେ । ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.