ETV Bharat / state

ଶିଶୁପୁତ୍ରକୁ କାହିଁକି ଚୋରି କଲେ ମହିଳା, କାରଣ କହିଲା ପୋଲିସ - NEWBORN STOLEN FROM VIMSAR

ସାମ୍ନାକୁ ଆସିଲେ ବୁର୍ଲା ଶିଶୁପୁତ୍ର ଚୋରି ଘଟଣାର କାରଣ । କାହିଁକି ଛୁଆକୁ ଚୋରି କରିଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ଚୋରି କରିଥିବା ମହିଳା ।

NEWBORN STOLEN FROM VIMSAR
NEWBORN STOLEN FROM VIMSAR (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 8:48 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରୁ ଶିଶୁପୁତ୍ର ଚୋରି ଘଟଣାରେ ରୋଚକ ମୋଡ଼ । ଛୁଆକୁ କାହିଁକି ଚୋରି କରିଥିଲେ ବୋଲି କହିଛନ୍ତି ଚୋରି କରିଥିବା ମହିଳା । ମହିଳା ଜଣକ ଶିଶୁକୁ ବିକ୍ରି କରିବା ଅଥବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଚୋରି କରି ନଥିଲେ ବରଂ ସମାଜିକ ଚାପର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ କରିଥିଲେ । ମହିଳାଙ୍କର କୌଣସି ସନ୍ତାନ ନଥିବାରୁ ସେ ମାନସିକ ନିର୍ଯାତନାର ଶିକାର ହେଉଥିଲେ । ଏଥିରୁ ବର୍ତ୍ତିବା ସହ କେବଳ ମାତୃତ୍ୱ ଲାଭ କରିବା ପାଇଁ ଶିଶୁପୁତ୍ରକୁ ଚୋରି ଥିବା ମହିଳା ଜଣଙ୍କ ସ୍ବୀକାର କରିଛନ୍ତି ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ ।

କାହିଁକି କେଲ ଛୁଆ ଚୋରି ?

NEWBORN STOLEN FROM VIMSAR (ETV Bharat Odisha)

ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେଙ୍କ ସୂଚନା ଅନୁସାରେ, ଶିଶୁପୁତ୍ର ଚୋରି କରିଥିବା ମହିଳା ଓ ତାଙ୍କ ସ୍ବାମୀ ରେଙ୍ଗାଲିର ସାଲେଭଟା ଠାରେ ରହୁଥିଲେ । ବିବାହକୁ ଅନେକ ଦିନ ହୋଇଯାଇଥିବା ବେଳେ ତାଙ୍କର କୌଣସି ସନ୍ତାସନ୍ତତି ନଥିଲେ । ମହିଳାଙ୍କ କୌଣସି ସନ୍ତାନ ନଥିବାରୁ ବିଭିନ୍ନ ସମୟରେ ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟ ଠାରୁ କଟୁ ଶବ୍ଦ ଶୁଣିବାକୁ ପଡୁଥିଲା । ଏଭଳି ଭାବରେ ତାଙ୍କର କୌଣସି ସନ୍ତାନ ନ ଥିବାରୁ ତାଙ୍କ ଉପରେ ଏକ ସାମାଜିକ ଚାପ ରହି ଆସୁଥିଲା । ସମାଜର ଟାପିଟାପରାରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ଶିଶୁକୁ ମେଡିକାଲରୁ ଚୋରି କରିନେଇଥିଲେ । ଶିଶୁ ଚୋରି ପରେ ସ୍ବାମୀଙ୍କୁ ଡାକି ଅଟୋରେ ନେଇ ପଳାଇଥିଲେ । ଗତକାଲି ସମ୍ବଲପୁର ପୋଲିସ ରେଙ୍ଗାଲି ଅଞ୍ଚଳରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରି ଭୀମସାର ମେଡିକାଲର SNCU ୱାର୍ଡରେ ଭର୍ତ୍ତି କରିଛି । ଏହି ଘଟଣାରେ ଚୋରି ଅଭିଯୁକ୍ତ ମହିଳାଙ୍କ ସହ ପୋଲିସ ତାଙ୍କ ସ୍ୱାମୀକୁ ମଧ୍ୟ ଧରିଛି ।

ଟାପିଟାପରାରୁ ବର୍ତ୍ତିବା ପାଇଁ ଛୁଆ ଚୋରି!

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ କହିଛନ୍ତି, "ମହିଳାଙ୍କର କୌଣସି ଛୁଆପିଲା ନଥିବାରୁ ତାଙ୍କ ସମ୍ପର୍କିୟମାନେ ମାନଙ୍କୁ ଠାରୁ ଅନେକ କଥା ଶୁଣୁଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ମାନସିକ ଭାବରେ ଚିନ୍ତିତ ଥିଲେ । ଏହାରି ଭିତରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । କିନ୍ତୁ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲେ । ଏ ବିଷୟରେ ମହିଳା ଜଣଙ୍କୁ କାହାରିକୁ ଜଣାଇ ନଥିଲେ । ସେ ଗର୍ଭବତୀ ଥିବା ସମସ୍ତଙ୍କୁ କହୁଥିଲେ । ପରେ ମହିଳାଙ୍କ ଶରୀରୁ ଅସୁସ୍ଥ ଥିବାରୁ ସେ ମେଡ଼ିକାଲ ଯାଇଥିଲେ । ସେଠାରେ ସେ ଯେଉଁ ଛୁଆକୁ ଚୋରି କରିଥିଲେ ତାର ମାଉସୀ ସହ ଦେଖା ହୋଇଥିଲେ । ସେଠାରେ ତାଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନା କରିଥିଲେ । ଅନେକ କାମରେ ତାଙ୍କୁ ସାହାଯ୍ୟ କରିଥିଲେ । ଶିଶୁପୁତ୍ରକୁ ଧରି ନେଇ ଖେଳାଇବା ସହ ବାହାରେ ବୁଲାବୁଲି କରେ । ଏହା ଭିତରେ ଛୁଆକୁ ରଖିବାକୁ ମହିଳାଙ୍କ ଲୋଭ ହୋଇଗଲା । ତେଣୁ ସେ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଭୀମସାରରୁ ଚୋରି ଶିଶୁପୁତ୍ର ରେଙ୍ଗାଲିରୁ ଉଦ୍ଧାର

ଏହା ମଧ୍ୟ ପଢ଼ନ୍ତୁ...ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା, ଅଭିଯୁକ୍ତକୁ ଧରିବାକୁ ୪ଟି ଟିମ ଗଠନ

ଶିଶୁକୁ ଉଦ୍ଧାର ପାଇଁ ପୋଲିସ କରିଥିଲା କସରତ:

ବୁର୍ଲା SDPO ଅମ୍ବିତ ମହାନ୍ତି କହିଛନ୍ତି, "ଶିଶୁ ଚୋରି ଘଟଣାର ପର୍ଦ୍ଦାଫାସ କରିବାକୁ ପୋଲିସକୁ କମ କସରତ କରିବାକୁ ପଡିଥିଲା । ଏଥିପାଇଁ ପୋଲିସର ସ୍ୱତନ୍ତ୍ର ଟିମରେ ଜଣେ ଅତିରିକ୍ତ ଏସପି, ୨ ଜଣ ଏସଡ଼ିପିଓ, ୮ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିଲେ । ଚୋରକୁ ଧରିବା ପାଇଁ ପୋଲିସକୁ ଲଗାତାର ୪୦ ଘଣ୍ଟାର ଅପରେସନ କରିବାକୁ ପଡିଥିଲା । ବିଭିନ୍ନ ସ୍ଥାନର ସିସିଟିଭି ସହ ଟେକ୍ନିକାଲ ଆସିଷ୍ଟାଣ୍ଟର ସହଯୋଗ ନେଇଥିଲା ପୋଲିସ । ପୋଲିସ ୩୦୦ଟି ସିସିଟିଭି ଫୁଟେଜକୁ ଅତି ନିକଟରୁ ନିରୀକ୍ଷଣ କରିଥିଲା । ଏଥିପାଇଁ ୯୬ ଘଣ୍ଟାର ସିସିଟିଭି ଫୁଟେଜ ଦେଖିବାକୁ ପଡିଥିଲା । ଆଉ ଶେଷରେ ସଫଳତା ମିଳିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.