ଓଡିଶା

odisha

ETV Bharat / state

ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ୱଳା ଦିଦି ! - ujala didi union protest

UJALA DIDI UNION PROTEST: ମାଷ୍ଟର କ୍ୟାଣ୍ଟିନରେ ଉଜ୍ୱଳା ଦିଦିଙ୍କ ପ୍ରତିବାଦ । ୬ବର୍ଷ ଧରି ଉଜ୍ୱଳା ଦିଦିମାନେ ମାଗଣାରେ କାର୍ଯ୍ୟ କରିଥିବା ଅଭିଯୋଗ ଆଣିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଧୋକ୍କା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବେ ବୋଲି ସୂଚନା ଦେଇଛି ଉଜ୍ୱଳା ଦିଦି ସଙ୍ଘ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ୱଳା ଦିଦି !
ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ୱଳା ଦିଦି ! (ETV BHARAT ODISHA)

By ETV Bharat Odisha Team

Published : May 6, 2024, 9:54 PM IST

ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ୱଳା ଦିଦି ! (ETV BHARAT ODISHA)

ଭୁବନେଶ୍ବର:୬ବର୍ଷ ଧରି ମାଗଣା ଖଟାଇ ଧୋକା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବେ ଉଜ୍ୱଳା ଦିଦି । ମାଷ୍ଟର କ୍ୟାଣ୍ଟିନ ଛକରେ ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ ନାରା ଦେଇ ଧାରଣା ଦେଇଛନ୍ତି ଓଡିଶା ଉଜ୍ବଳା ଦିଦି ସଙ୍ଘ । ହାତରେ ପ୍ଲାକାର୍ଡ଼ ଧରି ସଙ୍ଘ ପକ୍ଷରୁ ସାରା ରାଜ୍ୟରୁ ୫୦୦ ଉଜ୍ବଳା ଦିଦି ଧର୍ମେନ୍ଦ୍ର ପ୍ରଧାନଙ୍କ ଧୋକାବାଜୀ ବିରୋଧରେ ଏବଂ ନ୍ୟାୟ ପାଇଁ ଆମରଣ ଅନଶନ ଓ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗରିବ ଲୋକଙ୍କୁ ରିହାତିରେ ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଲା ଯୋଜନା ଆରମ୍ଭ କରିଥିଲେ ।

୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବାବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦିଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ ଧର୍ମେନ୍ଦ୍ର । ତେଣୁ ଉଜ୍ବଳ ଦିଦିମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ । ପାଞ୍ଚ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟ କଲେ । ଯୋଜନାର ସଫଳତାର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇ ଦେଲେ ସତ କିନ୍ତୁ ରାଜ୍ୟରେ 10 ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ 5ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାଣି କଉଡ଼ିଟିଏ ଦେଇ ନଥିବା ଅଭିଯୋଗ କରିଛନ୍ତି ସେମାନେ ।

ଅନ୍ୟପଟେ ବିଭିନ୍ନ ସମୟରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି ଏମାନଙ୍କୁ ବୋଲି ସଂଘ ଅଭିଯୋଗ କରୁଛି । ଏହାସହ ଉଜ୍ବଳା ଦିଦିମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସମୟରେ ଦାବି ଜଣାଇ ଥିଲା ମଧ୍ୟ ସେ ସଂଗଠନର କର୍ମକର୍ତ୍ତା ମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଛନ୍ତି ପଛେ ତାଙ୍କ ପାରିଶ୍ରମିକକୁ ନେଇ ଆଲୋଚନା କରିନାହାନ୍ତି କି ଏହାର ସମାଧାନ ଦିଗରେ ପଦକ୍ଷେପ ନେଇନଥିବା ଅଭିଯୋଗ ଆଣିଛନ୍ତି ଉଜ୍ବଳା ଦିଦି । ଏପରିକି ଦାବି ଜଣାଇବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ସଙ୍ଘର କର୍ମକର୍ତ୍ତା ମାନେ ଯାଇଥିବାବେଳେ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କୁ ଧକ୍କା ଦେଇ ଗାଳିଗୁଲଜ କରି ବିଦା କରି ଦେଇଛନ୍ତି ବୋଲି ଅଭଯୋଗ କରିଛନ୍ତି ଉଜ୍ୱଳା ଦିଦି ।

ଏହା ମଧ୍ୟ ପଢନ୍ତୁ .....ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି, ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ହେଲା ଫେରାଦ - BJD Meets CEO

ତେଣୁ ବାଧ୍ୟ ହୋଇ ଏହି ଅତ୍ୟାଚାର ଓ ଦୀର୍ଘ ଦିନ ପ୍ରତାରିତ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ ଜବାବ ଦେବାକୁ କଠୋର ନିଷ୍ପତି ନେଇଛି ସଙ୍ଘ । ମାଷ୍ଟର କ୍ୟାଣ୍ଟିନ ଛକରେ ରାଜ୍ୟର କୋଣାନୁକୋଣରୁ ଆସିଥିବାସ ଉଜ୍ଜ୍ଵଳା ଦିଦିମାନେ ଆମରଣ ଅନଶନ ଓ ଧାରଣା ଦେଇ ଥିଲେ । ଏଥିସହିତ ସମ୍ବଲପୁର ଯାଇ ଧର୍ମେନ୍ଦ୍ରଙ୍କୁ ଜୋରଦାର ବିରୋଧ କରିବେ ବୋଲି ସୂଚନା ଦେଇଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଲି ବୁଲି ତାଙ୍କ ବିରୋଧରେ ପ୍ରଚାର କରିବେ ବୋଲି ସଙ୍ଘ ସୂଚନା ଦେଇଛି ।ଏହାସହ ଏଥର ନିର୍ବାଚନରେ ପ୍ରତି ପଞ୍ଚାୟତରେ ବୁଲି ବୁଲି ଉଜ୍ବଳା ଦିଦିମାନେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ସଂଘ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details