ରାଉରକେଲା: ନଦୀରେ ବୁଡି ଦୁଇ ଯୁବକଙ୍କର ମୃତ୍ୟୁ। ପିକନିକ କରିବାକୁ ଯାଇ ନଦୀରେ ବୁଡି ଲିଭିଗଲା ଜୀବନ ଦୀପ । ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳର । ସୂଚନା ଅନୁଯାୟୀ, ଗତକାଲି କୋଏଲ ନଦୀ ପଠାକୁ ପିକ୍ନିକ୍ କରିବାକୁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ସେ ଦୁଇ ଯୁବକ ପାଣିରେ ବୁଡ଼ି ଯାଇ ନିଖୋଜ ଥିଲେ । ତେବେ ଗତକାଲି ନିତେଶ ମହତୋ ନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବା ବେଳେ ଆଜି ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଆଜି ସକାଳେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଅନିକେତ ବୋଦ୍ରାଙ୍କର ମୃତଦେହ ଉଦ୍ଧାର ହୋଇଛି । ଉଭୟେ ସ୍ଥାନୀୟ ବୁଧୁବୀର ଆଇଟିଆଇର ପ୍ରଥମ ବର୍ଷ ଛାତ୍ର ଥିଲେ । ବ୍ୟବଚ୍ଛେଦ ପାଇଁ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ଘରେ ରଖାଯାଇଛି । ସୂଚନା ଅନୁସାରେ, ବନ୍ଧମୁଣ୍ଡା ଅଞ୍ଚଳର ୮ ଜଣ ଜଣ ଛାତ୍ର ସୋମବାର ପୂର୍ବାହ୍ନରେ ମିଟ୍କୁନ୍ଦୁରି କୋଏଲ ନଦୀ ପଠାକୁ ପିକନିକ୍ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ସ୍ଥାନୀୟ ବୁଧୁବୀର ଆଇଟିଆଇର ଛାତ୍ର । ପ୍ରାୟ ୩-୪ ଜଣ ଯୁବକ ସନ୍ଧ୍ୟା ସମୟରେ ଗାଧେଇବାକୁ ନଦୀ ଭିତରକୁ ଯାଇଥିଲେ । ତେବେ ମଜା ମଜଲିସ ବେଳେ ହଠାତ ଅଧିକ ପାଣି ଥିବା ଅଞ୍ଚଳକୁ ପଶି ଯାଇଥିଲେ ଯୁବକ ମାନେ ।