ଓଡିଶା

odisha

ETV Bharat / state

ବ୍ରାହ୍ମଣୀ ନଦୀରେ ନିଖୋଜ ଆଗ୍ରାର ଦୁଇ ଯୁବକ - Brahmani River

Two Young men Drowned In Brahmani River: ବ୍ରାହ୍ମଣୀ ନଦୀରେ ବୁଡ଼ି ଗଲେ ରାଜ୍ୟ ବାହରର ଦୁଇ ଯୁବକ । ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ପ୍ରଖର ସ୍ରୋତରେ ଭାସି ଯାଇଥିବା ସୂଚନା । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

ବ୍ରାହ୍ମଣୀ ନଦୀରେ ନିଖୋଜ ଆଗ୍ରାର ଦୁଇ ଯୁବକ
ବ୍ରାହ୍ମଣୀ ନଦୀରେ ନିଖୋଜ ଆଗ୍ରାର ଦୁଇ ଯୁବକ

By ETV Bharat Odisha Team

Published : Mar 2, 2024, 9:27 PM IST

ବ୍ରାହ୍ମଣୀ ନଦୀରେ ନିଖୋଜ ଆଗ୍ରାର ଦୁଇ ଯୁବକ

କେନ୍ଦ୍ରାପଡ଼ା:ବ୍ରାହ୍ମଣୀ ନଦୀରେ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ ।ନିଖୋଜ ଯୁବକ ଦ୍ବୟ ରାଜ୍ୟ ବାହାର ହୋଇଥିବା ବେଳେ ରଙ୍ଗ କାମ ପାଇଁ ଓଡ଼ିଶା ଆସିଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ନିଖୋଜ ଦୁଇଜଣ ହେଲେ ଆଗ୍ରାର ଜାଭେଦ ଓ ଅଜିତ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ରଙ୍ଗ କାମ କରି ପେଟ ପୋଷିବା ପାଇଁ କିଛି ଯୁବକ ଆଗ୍ରାରୁ ଓଡ଼ିଶା ଆସିଥିଲେ । ଦୀର୍ଘ ୧୫ ଦିନ ହେବ କେନ୍ଦ୍ରାପଡ଼ା ଜିଲ୍ଲାର କୋଣ ଅନୁକୋଣରେ ଯାଇ ବିଭିନ୍ନ କମ୍ପାନୀର ବିଜ୍ଞାପନ ସମ୍ପର୍କିତ ୱାଲ ପେଣ୍ଟିଙ୍ଗ କାର୍ଯ୍ୟ ମଧ୍ୟ କରୁଥିଲେ । ଆଜି ସକାଳୁ UP83AE 1238 ମାରୁତି ଗାଡ଼ିରେ କର୍ମସ୍ଥଳୀକୁ ୭ଜଣ ସାଙ୍ଗ ହୋଇ ବାହାରିଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ରାସ୍ତା କଡ଼ରେ ଗାଡ଼ି ରଖି ସମସ୍ତେ ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।ଏହି ସମୟରେ ଅସାବଧାନତା ଯୋଗୁଁ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଅଣ ଓଡିଆ ଯୁବକ ।

ନିଖୋଜ ଦୁଇ ଜଣ ଉତ୍ତରପ୍ରଦେଶ ଆଗ୍ରା ଅଞ୍ଚଳର ବୋଲି ସୂଚନା ମିଳିଛି । ନିଖୋଜ ଦୁଇ ଯୁବକ ବିଜ୍ଞାପନ ବିଭାଗର ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏକ ସିମେଣ୍ଟ କମ୍ପାନୀର ୱାଲ ପେଣ୍ଟିଙ୍ଗ ରଙ୍ଗ କାମ ପାଇଁ ଦୀର୍ଘ ୧୫ ଦିନ ହେବ ଏହି ଯୁବକମାନେ ଆଗ୍ରାରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାମ କରୁଥିଲେ । ଆଜି(ଶନିବାର) ଦିନ କେନ୍ଦ୍ରାପଡ଼ା ସହରରୁ ଚଉଦ କୁଲାଟ ବାଟ ଦେଇ ରାଜନଗର ଯିବା ବାଟରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ବ୍ରାହ୍ମଣୀ ନଦୀରେ ଏହି ଦୁଃଖଦ ଘଟଣା ଘଟିଯାଇଛି ।

ଏହା ମଧ୍ୟ ପଢନ୍ତୁ .....ନାଗାବଳୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ତେବେ ଅନ୍ୟ ୫ ସହଯୋଗୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ମଧ୍ୟ ପହଁରା ଜାଣିନଥିବା କାରଣରୁ ଭାସି ଯାଉଥିବା ଯୁବକମାନଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ନିକଟରେ ଗାଧୋଉଥିବା ସ୍ଥାନୀୟ ଲୋକମାନଙ୍କୁ ଡ଼ାକ ପକାଇବାରୁ ସେମାନେ ଦୌଡ଼ି ଆସି ଖୋଜାଖୋଜି କରିଥିଲେ । ହେଲେ ସେମାନଙ୍କ କୌଣସି ପତ୍ତା ମିଳିନଥିଲା । ସେମାନେ ଗଭୀର ନଦୀ ଗର୍ଭରେ ବୁଡି ଯାଇଥିଲେ । ସେପଟେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଧା କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି । ସେପଟେ ଅନ୍ୟ ଯୁବକମାନେ ନିଖୋଜ ଯୁବକଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details