ରାୟଗଡ଼ା: ଜୀବନ ନେଲା ଲୌହ ଦାନବ । ରାୟଗଡ଼ା-ଜେକେପୁର ମଧ୍ୟରେ ଟ୍ରାଏଲ ରନ କରାଯାଉଥିଲା । ସେହି ସମୟରେ ୨ ଜଣଙ୍କ ଉପରେ ଟ୍ରେନ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେନେଇ ସେଠାରେ ଉତ୍ତେଜନା ପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନ ଆସିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ।
ରେଳ ଚଳାଚଳକୁ ସୁଗମ କରିବାକୁ ରାୟଗଡ଼ାରୁ ସିଙ୍ଗାପୁର ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାମ ଚାଲିଛି । ସେନେଇ ଆଜି ରାୟଗଡ଼ା-ଜେକେପୁର ମଧ୍ୟରେ ଟ୍ରାଏଲ ରନ କରାଯାଉଥିଲା । ତେବେ ଟ୍ରାଏଲ ରନ ବେଳେ ୨ ଜଣଙ୍କ ଉପରେ ଟ୍ରେନ ଚଢ଼ିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେଉଁ ପରିସ୍ଥିତିରେ ଏମିତି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ରେଳ ନିରାପତ୍ତା କମିସନର ବ୍ରିଜେଶ କୁମାର ଆଜି ସକାଳେ ଏହି ଲାଇନ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ହିଁ ଅଘଟଣର ସୂଚନା ମିଳିଛି । ଗାଡି ପ୍ରାୟ ସାଢ଼େ ୯ ଟାରେ ଟ୍ରାଏଲ ପାଇଁ ବାହାରିଥିବା ବେଳେ ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଟ୍ରାକରେ କଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ