ବୌଦ୍ଧ:ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଇଁ ହେଉଥିବା ବେଳେ ଅଘଟଣ । ନିଆଁରେ ପୋଡି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ 5 ବର୍ଷର ଶିଶୁ ଓ ଜଣେ 8 ବର୍ଷ ନାବାଳକ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବଲାକିରା ଗ୍ରାମରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ନିଆଁ ପୁଇଁ ହେଉଥିବାବେଳେ ଜଳିଗଲେ ବୃଦ୍ଧା
ନିଆଁ ପୁଇଁ ହେଉଥିବା ବେଳେ ଜୀବନ୍ତ ଦଗ୍ଧ ଶିଶୁ ଓ ନାବାଳକ:
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ଗତକାଲି (ଶନିବାର) ସଂଧ୍ୟାରେ ମୃତ କ୍ରିଷ୍ଣା ଉର୍ମା (8ବର୍ଷ) ଓ କ୍ରିଷ୍ଣା ଭୋଇ (5ବର୍ଷ) ଶୀତରୁ ରକ୍ଷା ପାଇଁ ଘର ନିକଟରେ କିଛି ପାଳ ଗଦା କରି ନିଆଁ ଲଗାଇ ସେକି ହେଉଥିଲେ । ଅସାବଧାନତା କାରଣରୁ ଉଭୟ ନିଆଁରେ ପୋଡି ହୋଇ ଯାଇଥିଲେ । ମୃତ କ୍ରିଷ୍ଣା ଭୋଇ ମୁଣ୍ଡିପଦର ପଞ୍ଚାୟତ ବଲାକିରାର ହୋଇ ଥିବା ବେଳେ କ୍ରିଷ୍ଣା ଭୋଇ ବନ୍ଧାପଥର ପଞ୍ଚାୟତର । ଏନେଇ ଖବର ପାଇବା ପରେ ବାଉଁସୁଣୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରବିବାର ସକାଳେ ଉଭୟ ମୃତ ନାବାଳକଙ୍କ ବ୍ୟବଚ୍ଛେଦ ବୌଦ୍ଧ ଜିଲ୍ଲା ହସ୍ପିଟାଲରେ କରାଯାଇଛି । ଏଭଳି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।