ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଶଙ୍ଖ ଛାଡି ହାତ ଧରିଲେ ଦୁଇ ପୂର୍ବତନ ସାଂସଦ - Former BJD MPs Joins Congress

Former BJD MPs Joins Congress: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶସକ୍ତ ହେଉଛି କଂଗ୍ରେସ । ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ଦୁଇ ପୂର୍ବତନ ସାଂସଦ । ଅଧିକ ପଢନ୍ତୁ

BJD MPs Joins Congress
BJD MPs Joins Congress

By ETV Bharat Odisha Team

Published : Mar 16, 2024, 8:43 AM IST

ଭୁବନେଶ୍ବର/କେନ୍ଦୁଝର: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆରମ୍ଭ ହୋଇଛି ଦଳଡିଆଁ ରାଜନୀତି । ଅସନ୍ତୁଷ୍ଟ ନେତା ଦଳ ପରିବର୍ତ୍ତନ କରୁଛନ୍ତି । କିଏ ବିଜେପି ଛାଡି ବିଜେଡିରେ ତ ପୁଣି କିଏ ବିଜେଡି ଛାଡି କଂଗ୍ରେସରେ ମିଶୁଛନ୍ତି । ସାଧାରଣ ନିର୍ବାତନ ପୂର୍ବରୁ ବିଜେଡିକୁ ଲାଗିଛି ଝଟକା । ବିଜେଡ଼ି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରି ଓ ଶକୁନ୍ତଳା ଲାଗୁରୀ । ବିଧ‌ିବଦ୍ଧ ଭାବେ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ଦୁଇ ନେତା ଯୋଗ ଦେଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ବାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ୨୦୦୯ ରୁ ୨୦୧୪ କେନ୍ଦୁଝର ସଂସଦୀୟ କ୍ଷେତ୍ରର ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରି ଏବଂ ୨୦୧୪ ରୁ ୨୦୧୯ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ ବିଧ‌ିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ତାଙ୍କ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଛନ୍ତି ବୋଲି ଉଭୟ ପ୍ରତିକ୍ରିୟାରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶଙ୍ଖ ଛାଡି ହାତ ଧରିଲେ ଶତାଧିକ କର୍ମୀ

ଉଭୟ ପ୍ରତିକ୍ରିୟାରେ ଆହୁରି ମଧ୍ୟ କହିଛନ୍ତି, ''ଏବେ ବିଜୁ ଜନତା ଦଳ ଏକ ରାଜନୈତିକ ଦଳର ସଂଜ୍ଞା ହରାଇ ବସିଛି । ଓଡ଼ିଶାରେ ଓଡ଼ିଆ ମାନଙ୍କ ସମ୍ମାନ ଓ ସ୍ଵାଭିମାନ କ୍ଷୁଣ୍ଣ ହେଉଛି, ଅଣ ଓଡ଼ିଆଙ୍କ କବ୍‌ଜାରେ ଏବେ ବିଜେଡ଼ି ଓ ରାଜ୍ୟ ସରକାର । କଂଗ୍ରେସର ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ଲଢ଼େଇରେ ଆମେ ସାମିଲ ହୋଇ ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାର ପାଇଁ କାର୍ଯ୍ୟ କରିବୁ ।''

କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ଦୁଇ ପୂର୍ବତନ ସାଂସଦ ଦମ୍ପତି ଯଶୋବନ୍ତ ନାରାୟଣ ସିଂହ ଲାଗୁରି ଓ ଶକୁନ୍ତଳା ଲାଗୁରି । କଂଗ୍ରେସ ଭବନରେ ପ୍ରଭାରୀ ଡ଼. ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ମୁଖ୍ୟ ମିନାକ୍ଷୀ ନଟରାଜନ୍, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ,ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ, ପିସିସି ଗଣମାଧମ ବିଭାଗର ଅଧ୍ୟକ୍ଷ ଡ.ବିଶ୍ବରଞ୍ଜନ ମହାନ୍ତି ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର, କେନ୍ଦୁଝର

ABOUT THE AUTHOR

...view details