ବଲାଙ୍ଗୀର:ମୋବାଇଲ ବ୍ୟାଟେରୀରେ ଖେଳିବା ପଡ଼ିଲା ମହଙ୍ଗା । ଫାଟିଲା ମୋବାଇଲ ବ୍ୟାଟେରୀ । ଦୁଇ ଶିଶୁ ଗୁରୁତର , ଜଣେ ବିଶାଖାପାଟଣା ସ୍ଥାନାନ୍ତରିତ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗୀର ପାଟଣାଗଡ଼ ଅଞ୍ଚଳରେ । ପୁରୁଣା ମୋବାଇଲ ବ୍ୟାଟେରୀ ଫିଙ୍ଗା ଯାଇଥିବାବେଳେ ଦୁଇ ଜଣ ଶିଶୁ ତାହାକୁ ନେଇ ଖେଲୁଥିଲେ । ଏହି ସମୟରେ ହଠାତ୍ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତେବେ ଜଣେ ଶିଶୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି ଥିବାବେଳେ ଅନ୍ୟ ଜଣକୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।
ବ୍ୟାଟେରୀରେ ଖେଳିବା ପଡ଼ିଲା ମହଙ୍ଗା:
ଏନେଇ ଶିଶୁଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ଆହତ ଦୁଇ ଜଣ ଶିଶୁ ସାଙ୍ଗ ଅଟନ୍ତି । ଏକା ସାଙ୍ଗରେ ସେମାନେ ଖେଳୁଥିବାବେଳେ ବାହାରେ ପଡ଼ିଥିବା ଏକ ମୋବାଇଲ ବ୍ୟାଟେରୀ ପାଇଥିଲେ । ଯାହାକୁ ନେଇ ସେମାନେ ଖେଳିବା ଆରମ୍ଭ କରିଥିଲେ । ଏହାରି ଭିତରେ ବ୍ୟାଟେରୀଟି ବିସ୍ଫୋରଣ ହୋଇଥିଲା । ଯାହାଦ୍ବାରା ଉଭୟ ଶିଶୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।