ବୌଦ୍ଧ: ଅବୈଧ ସମ୍ପର୍କ ନେଲା ବୃଦ୍ଧଙ୍କ ଜୀବନ । ନିର୍ମମ ଭାବେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା । ବୃଦ୍ଧଙ୍କ ହତ୍ୟାକାଣ୍ଡର ଖିଅକୁ ଖୋଜି ଦିନକ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ବୌଦ୍ଧ ପୋଲିସ । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଞ୍ଚଳରେ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗଉଡଦେଇ ମନ୍ଦିର ପଛପଟରେ ଗତ ଏପ୍ରିଲ ୨୦ ତାରିଖରେ ଏକ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।
ଏହା ମଧ୍ୟ ପଢନ୍ତୁ... ସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - Murder In Sambalpur
ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକ ଜଣକ ନିକଟସ୍ଥ ଜାମୁପାଲି ଗ୍ରାମର ବିଭୀଷଣ ମହାରଥୀ ବୋଲି ପୋଲିସ ସୂଚନା ଦେଇଥିଲା । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଣଜିତ ମୁନୀ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲେ । ଏହି ହତ୍ୟାକାଣ୍ଡର ଲିଙ୍କ ଏକ ଅବୈଧ ସମ୍ପର୍କରୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏନେଇ ତଦନ୍ତ ଅଧିକ ତ୍ବରାନ୍ବିତ କରିଥିଲା ପୋଲିସ । ପୋଲିସର ସୂଚନା ଅନୁସାରେ ହତ୍ୟାର ଶିକାର ହୋଇଥିବା ୫୨ ବର୍ଷୀୟ ବିଭୀଷଣ ନିକଟସ୍ଥ ନୂଆପାଲି ଗ୍ରାମର ଜଣେ ୫୪ ବର୍ଷୀୟ ମହିଳା ଶକୁନ୍ତଳା ଙ୍କ ସହିତ ଜୋରଜବରଦସ୍ତି ଅବୈଧ ସମ୍ପର୍କ ରଖୁଥିଲେ ।