କେନ୍ଦୁଝର:ଜିଲ୍ଲାରେ ଟ୍ରକ ମାଲିକ ସଂଘର ବିକ୍ଷୋଭ । ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ । କେନ୍ଦ୍ର ସରକାର କେନ୍ଦୁଝର ଶୁଆକାଠି ଗନ୍ଧମାର୍ଦ୍ଧନ ମାଇନ୍ସଠାରୁ ଗୁହାଲଡ଼ିହି ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟର ବ୍ୟୟ ବରାଦ କରିଛନ୍ତି । ଏହାଦ୍ୱାରା ଶୁଆକାଠି ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡ଼ିହି ଷ୍ଟେସନ ଯୋଗେ ପାରାଦ୍ଵୀପକୁ ଲୌହ ପଥର ପରିବହନ ଯାଇପାରିବ । କିନ୍ତୁ ଏହି ପ୍ରକଳ୍ପ ଚାଲୁ ହେଲେ ଏହାର ସିଧାସଳଖ ପ୍ରଭାବ ଟ୍ରକ ମାଲିକଙ୍କ ଉପରେ ପଡ଼ିବ ବୋଲି ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରାଯାଇଛି ।
କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ଏହି ପ୍ରକଳ୍ପ ସିଧାସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡିରେ ପଡ଼ିବ । ଏହି ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲାର ହଜାର ହଜାର ଟ୍ରକ ମାଲିକଙ୍କ ସହ ସିଧାସଳଖ ପ୍ରଭାବିତ ହୋଇ ଲକ୍ଷାଧିକ ଟ୍ରକ କର୍ମଚାରୀ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ ସଂଘ । ଏନେଇ ଆଜି ଏକ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଅଧିକ ପଢନ୍ତୁ .....ଶୁଣିଲାନି ପ୍ରଶାସନ, ବେଆଇନ ବାଲିଘାଟରୁ ମେସିନ ଜବତ କଲେ ମହିଳା