ଓଡିଶା

odisha

ETV Bharat / state

ଆଦିବାସୀ ସଂଗ୍ରହାଳୟ: କୋରାପୁଟରୁ ବିଚ୍ଛିନ୍ନ ପ୍ରବାସୀଙ୍କ ଇତିହାସ, ଆସାମ ଚା' ବଗିଚା ଯାଇ ଫେରିନାହାନ୍ତି... - KORAPUT TRIBAL MUSEUM

ଆଦିବାସୀ ସଂଗ୍ରହାଳୟରେ ସଂସ୍କୃତି ଏବଂ ଇତିହାସର ଝଲକ । ବ୍ରିଟିଶ ଶାସନ କାଳରେ ଆସାମ ଚା' ବଗିଚା ଯାଇ ଫେରିନାହାନ୍ତି ଶ୍ରମିକ । କୋରାପୁଟରୁ ସିଏଚ ଶାନ୍ତାକାରଙ୍କ ରିପୋର୍ଟ...

Koraput Tribal Museum
Koraput Tribal Museum (ETV Bharat Odisha)

By ETV Bharat Odisha Team

Published : Jan 3, 2025, 12:41 PM IST

Updated : Jan 3, 2025, 1:19 PM IST

କୋରାପୁଟ:ଆଦିବାସୀ ସଂଗ୍ରହାଳୟ ଗାଉଛି ଇତିହାସର ଗାଥା । ପର୍ଯ୍ୟଟକଙ୍କ ପାଇଁ ଏହା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଆଦିବାସୀ ଜୀବନ, ସଂସ୍କୃତି ଏବଂ ଐତିହ୍ୟର ସମୃଦ୍ଧ ଇତିହାସକୁ ଅନୁସନ୍ଧାନ କରିବା ଦିଗରେ ଏହା ସହାୟକ ହୋଇଛି । ବ୍ରିଟିଶ ଶାସନ କାଳରେ ଏଠାକାର ଆଦିବାସୀମାନେ ଆସାମ ଚା' ବଚିଚାରେ କାମ କରୁଥିଲେ ଆଉ ଧୀରେ ଧୀରେ ସମୟ ସହ ନିଜ ଜନ୍ମମାଟିରୁ ବିଚ୍ଛିନ୍ନ ହୋଇ ସେଠାକାର ସ୍ଥାୟୀ ବାସିନ୍ଦା ହୋଇଗଲେ । ଏହିପରି ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ପରମ୍ପରାକୁ ଦର୍ଶାଉଛି ସଂଗ୍ରହାଳୟ । ଆଦିବାସୀମାନଙ୍କ ସଂଘର୍ଷର କାହାଣୀକୁ ବି ବର୍ଣ୍ଣନା କରୁଛି । ଧାନ ଏବଂ ମିଲେଟ ଚାଷରେ ଅଗ୍ରଣୀ ହେବାଠାରୁ ଆରମ୍ଭ କରି କଳାକୃତି ମାଧ୍ୟମରେ ନିଜର ଚାଲିଚଳଣୀକୁ ରଙ୍ଗୀନ ଭାବେ ଚିତ୍ରଣ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟ ଗର୍ବ ସାଉଣ୍ଟିଛି ।

Koraput Tribal Museum (ETV Bharat Odisha)

ଆସାମ ଚା' ବଗିଚାରେ କୋରାପୁଟ ଶ୍ରମିକ:

ଇଂରେଜଙ୍କ ଅଧୀନରେ ଆସାମର ଚା' ବଗିଚାକୁ ଏହି ଅଞ୍ଚଳର ଆଦିବାସୀଙ୍କୁ ଦାଦନ ଶ୍ରମିକ ଭାବେ ସ୍ଥାନାନ୍ତରଣ କରିବାର ଚିତ୍ର ଏଠାରେ ଦେଖିବାକୁ ମିଳିବ । ଯାହା ପଛର ଇତିହାସ କିଛି ଏମିତି ରହିଛି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅବିଭକ୍ତ କୋରାପୁଟର ପାର୍ବତ୍ୟ ଏବଂ ଉପତ୍ୟକା ଅଞ୍ଚଳରେ ବଞ୍ଚିବା ପାଇଁ ଜୀବିକା ସନ୍ଧାନରେ ଥିଲେ ଅଞ୍ଚଳବାସୀ । ଏହି ସମୟରେ, ବ୍ରିଟିଶ ପ୍ରଶାସନ ଆସାମର ଚା' ବଗିଚାରେ ଶ୍ରମିକ ଅଭାବ ଥିବା ଦେଖି କୋରାପୁଟ ପରି ଅଣ ବିକଶିତ ଅଞ୍ଚଳରୁ ଆଦିବାସୀ ଶ୍ରମିକ ନିଯୁକ୍ତ କରିଥିଲେ । ବର୍ତ୍ତମାନ ଆଦିବାସୀ ସଂଗ୍ରହାଳୟର ପରିସର 1923 ମସିହାରେ ପ୍ରତିଷ୍ଠିତ ଚା' ଜିଲ୍ଲା ଶ୍ରମ ସଂଘ (TDLA) ଦ୍ବାରା ବ୍ୟବହୃତ ହୋଇଥିଲା । ପରବର୍ତ୍ତୀ ତିନି ଦଶନ୍ଧି ମଧ୍ୟରେ ଏହି ଆସୋସିଏସନ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସାମକୁ ପ୍ରାୟ 3ହଜାର ଶ୍ରମିକ ବାର୍ଷିକ ସ୍ଥାନାନ୍ତରଣ ହୋଇପାରୁଥିଲେ । 1957 ମସିହାରେ ଆସୋସିଏସନ କାର୍ଯ୍ୟ ବନ୍ଦ କରିବା ବେଳକୁ 1ଲକ୍ଷରୁ ଅଧିକ ଶ୍ରମିକ ଆସାମକୁ ପଠାଯାଇଥିଲା ଏବଂ ଏହି ଅଞ୍ଚଳର ଇତିହାସରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଯାଇଛି ।

Koraput Tribal Museum (ETV Bharat Odisha)

ଆସାମ ଚା' ବଗିଚାରେ କୋରାପୁଟ ଆଦିବାସୀ:
ଆଦିବାସୀ ସଂଗ୍ରହାଳୟର ନିର୍ଦ୍ଦେଶକଡକ୍ଟର ଜଗବନ୍ଧୁ ସାମଲକହିଛନ୍ତି, "ଆଜି ମଧ୍ୟ ଅନେକ ଓଡିଆ ପରିବାର ଆସାମର ଚା' ବଗିଚା ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି । TDLA ଦ୍ୱାରା ନିଯୁକ୍ତ ଶ୍ରମିକମାନେ ବିଶାଳ କୋଠା ନିକଟରେ ଥିବା ଛୋଟ ଛୋଟ ଘରେ ସେମାନେ ରହୁଥିଲେ । ଶ୍ରମିକ ଚାଲାଣକାରୀ ଏଜେଣ୍ଟମାନଙ୍କ ବାସସ୍ଥାନ ଥିଲା ବିଳାସପୂର୍ଣ୍ଣ । ଆସାମକୁ 2,000 କିଲୋମିଟରରୁ ଅଧିକ ଯାତ୍ରା ଆଉ ଦୂର ରାଜ୍ୟରେ ପେଟପାଟଣା ପାଇଁ ଅବସ୍ଥାପିତ ହେବାର ଝଲକ ଏହି ଆଦିବାସୀ ସଂଗ୍ରହାଳୟରେ ଦେଖିବାକୁ ମିଳିବ । କୋଟସର ନିର୍ଦ୍ଦେଶକ ପ୍ରଫେସର ପି.ସି. ମହାପାତ୍ର କରିଛନ୍ତି,"କିପରି ବର୍ଷ ବର୍ଷ ଧରି ସଂଯୋଗ ବିଚ୍ଛିନ୍ନ ହୋଇ ପରିବାରଗୁଡିକର ବିଚ୍ଛିନ୍ନ ହୋଇଛନ୍ତି ଏଠାରେ ଦେଖିବାକୁ ମିଳୁଛି ସେହି ସ୍ଥାନାନ୍ତରଣର କାହାଣୀ ।"

Koraput Tribal Museum (ETV Bharat Odisha)

ବଂଶଧରଙ୍କ ସହ ସାକ୍ଷାତକାର:

ଜଣାଶୁଣା ଭ୍ରମଣକାରୀ ତଥା ଲେଖକ ପ୍ରିୟବ୍ରତ ପାତ୍ରଆସାମର ଦୂର ଚା' ବଗିଚା ଅଞ୍ଚଳ ପରିଦର୍ଶନ ସମୟରେ କୋରାପୁଟର ଆଦିବାସୀ ପ୍ରବାସୀଙ୍କ ବଂଶଧରଙ୍କ ସହ ହୋଇଥିବା ସାକ୍ଷାତକାର ବିଷୟରେ ବର୍ଣ୍ଣନା କରିଛନ୍ତି । ବାର୍ତ୍ତାଳାପ ମାଧ୍ୟମରେ ଆସାମରେ ରହୁଥିବା ଆଦିବାସୀଙ୍କଠାରୁ ପିତୃପୁରୁଷଙ୍କ ସ୍ଥାନାନ୍ତରଣ କାହାଣୀ ଜାଣିବାକୁ ପାଇଥିଲେ । ଏହି ସ୍ମୃତିକୁ ପାରମ୍ପରିକ ଗୀତା ଭାବେ ସଂରକ୍ଷିତ କରି ରଖାଯାଇଛି । ଏହି ଗୀତା ଗୁଡିକୁ ଅଧ୍ୟୟନ କରାଗଲେ ସେ ସମୟର ଇତିହାସ ବିଷୟରେ ଜାଣିହେବ । ପ୍ରିୟବ୍ରତ ପାତ୍ର କହିଛନ୍ତି,"ଏହି କାହାଣୀଗୁଡିକୁ ବିଶ୍ଳେଷଣ କରିବା ଦ୍ବାରା ପିଢି ପରେ ଥିବା ବ୍ୟବଧାନ ଦୂର ହୋଇପାରେ ।"

Koraput Tribal Museum (ETV Bharat Odisha)

'କୋରାପୁଟିଆ' ସାଜ୍ଞା:

ଏଡ ଏଟ୍ ଆକ୍ସନ (Aide et Action)ର ଓଡିଶା ମୁଖ୍ୟ ଉମି ଡାନିଏଲକହିଛନ୍ତି, "ସ୍ବାଧୀନତା ପୂର୍ବରୁ କୋରାପୁଟ ଏବଂ ବସ୍ତର (ବର୍ତ୍ତମାନର ଛତିଶଗଡରେ) ଅତିକମରେ 1 ଲକ୍ଷ ଆଦିବାସୀ ଶ୍ରମିକ ସ୍ଥାନାନ୍ତର ହୋଇଥିଲେ। କେତେକ ବଂଶଧର ସେମାନଙ୍କର ମୂଳକୁ ସମ୍ମାନ ଦେବା ପାଇଁ 'କୋରାପୁଟିଆ' ପରି ସାଜ୍ଞା ବଜାୟ ରଖିଛନ୍ତି । ଅଧିକାଂଶ ବ୍ୟକ୍ତି ଆସାମ ସମାଜରେ ବନ୍ଧୁ ବାନ୍ଧି ପ୍ରାୟତଃ ସ୍ଥାନୀୟ ପରିବାର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଆଧୁନିକ ପ୍ରବାସୀମାନଙ୍କ ପରି, ସେମାନେ ଗଞ୍ଜାମ ଏବଂ ପଶ୍ଚିମ ଓଡିଶାର ଜିଲ୍ଲାମାନଙ୍କରେ ଥିବା ନିଜ ଘରକୁ ପର୍ବପର୍ବାଣୀ ସମୟରେ ଆସିଥାନ୍ତି । ଏହି ଆଦିବାସୀ ଶ୍ରମିକମାନଙ୍କ ମଧ୍ୟରୁ କ୍ୱଚିତ୍ ନିଜ ଦେଶ ସହିତ ପୁନଃ ସଂଯୋଗ ହେବାର ମାଧ୍ୟମ ପାଇଥିଲେ । ଆର୍ଥିକ ପ୍ରତିବନ୍ଧକ, ଶିକ୍ଷା ଅଭାବ, ଏବଂ ସେମାନଙ୍କର ଉତ୍ପତ୍ତି ସ୍ଥଳ ଉପରେ ନଜର ରଖିବା ପାଇଁ ସରକାରୀ ପଦକ୍ଷେପଗୁଡ଼ିକର ଅଭାବ ଯୋଗୁ ସମସ୍ୟା ଆହୁରି ବଢିଯାଇଥିଲା ।

Koraput Tribal Museum (ETV Bharat Odisha)

ଆସାମ ଦ୍ୱୀପ :
ମହାଦେଇପୁଟର ଜଣେ କୃଷକ ସୁରେନ୍ଦ୍ର ମସ୍ତି କରିଛନ୍ତି, "ସଂଗ୍ରହାଳୟଟି ସ୍ଥାନୀୟ ଅଞ୍ଚଳରେ 'ଆସାମ ଦ୍ୱୀପ' ଭାବରେ ଜଣାଶୁଣା । ସେହି ସମୟରେ ବ୍ରିଟିଶ ଏଜେଣ୍ଟମାନେ ଘରର ପୁରୁଷ ସଦସ୍ୟଙ୍କୁ କେଉଁଠାକୁ ନେଇ ଯାଇଥିଲେ ସେ ବିଷୟରେ ପରିବାର ଲୋକଙ୍କ ଧାରଣା ନଥିଲା । କୋରାପୁଟ, ବୈପାରିଗୁଡା, ନନ୍ଦପୁର, ସେମିଳିଗୁଡା ଏବଂ ଲମତାପୁଟ ବ୍ଲକ ଅଞ୍ଚଳର ଶ୍ରମିକମାନଙ୍କୁ ଟ୍ରକ କିମ୍ବା ଅନ୍ୟାନ୍ୟ ଯାନବାହାନରେ ନିଆଯାଉଥିଲା । କିଛି ବ୍ୟକ୍ତି ଫେରି ଆସିଥିବାବେଳେ ଅନେକ ନିଜ ଅଞ୍ଚଳ ସହିତ ଯୋଗାଯୋଗ କରିନପାରିବାରୁ ଆସାମରେ ସ୍ଥାୟୀ ଭାବରେ ରହିଲେ ।" କରଞ୍ଜୁଗୁଡାର 70 ବର୍ଷ ବୟସ୍କ ସମରା ଗଦବା କହିଛନ୍ତି ଯେ, ଆସାମକୁ ଯାଇଥିବା ଲୋକମାନଙ୍କ ମଧ୍ୟରେ ତାଙ୍କ ଦୁଇଜଣ ଦାଦା ଥିଲେ। ପ୍ରାରମ୍ଭରେ, ସେମାନଙ୍କର ବଂଶଧରମାନେ କିଛି ବର୍ଷ ବ୍ଯବଧାନରେ କୋରାପୁଟ ପରିଦର୍ଶନ କରୁଥିଲେ । କିନ୍ତୁ ସମୟ ସହିତ ଏହି ପରିଦର୍ଶନ ବନ୍ଦ ହୋଇଗଲା । ଆଉ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେଲା ।" ଗ୍ରାମବାସୀ ପ୍ରହଲ୍ଲାଦ ନାୟକ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଯେତେବେଳେ ଅନେକ ପ୍ରବାସୀ ପରିବାର ସେମାନଙ୍କର ଉତ୍ପତ୍ତି ସ୍ଥଳ ସହିତ ସେମାନଙ୍କର ଭାଷା ଏବଂ ସାଂସ୍କୃତିକ ସଂଯୋଗ ହରାଇ ବସିଛନ୍ତି ।

ଏହା ବି ପଢନ୍ତୁ...କୋରାପୁଟ କଫି ଟୁରିଜିମ: ବଗିଚା ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ, ଆକର୍ଷିତ କରୁଛି ସୁଗନ୍ଧ ଓ ସ୍ବାଦ

ଏହା ବି ପଢନ୍ତୁ...ବଣ୍ଡା ଆଦିବାସୀ ହାଟରେ ବିଦେଶୀ ପର୍ଯ୍ୟଟକ; ଖାଇଲେ, ମହିଳାଙ୍କ ନିର୍ମିତ ସାମଗ୍ରୀ କିଣିଲେ

ପୁନଃ ସଂଯୋଗ ଜରୁରୀ:
ପ୍ରବାସୀ ବଂଶଧରମାନଙ୍କୁ ଚିହ୍ନିବା ଏବଂ ସମର୍ଥନ କରିବା ପାଇଁ ପ୍ରୟାସ ଜରୁରୀ । ଆସାମର ଚା' ବଗିଚାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ସର୍ଭେ କରିବା, ଏକ ପ୍ରବାସୀ ରେଜିଷ୍ଟ୍ରି ପ୍ରସ୍ତୁତ କରିବା ଉପରେ ଉମି ଡାନିଏଲ ଗୁରୁତ୍ୱାରୋପ କରିଛନ୍ତି । ଯାହା ଦ୍ବାରା ସେହି ପରିବାର ଗୁଡିକ ନିକଟରେ ସରକାରୀ ସୁବିଧା ପହଞ୍ଚିବ ଏବଂ ସେମାନଙ୍କ ଜନ୍ମସ୍ଥାନ ସହିତ ପୁନଃ ସଂଯୋଗ ହୋଇପାରିବେ ।

କୋରାପୁଟରୁ ସିଏଚ ଶାନ୍ତାକାରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2025, 1:19 PM IST

ABOUT THE AUTHOR

...view details