ଓଡିଶା

odisha

ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି - Goods Train Derail

By ETV Bharat Odisha Team

Published : Jul 30, 2024, 4:59 PM IST

Goods Train Derail In Sambhalpur: ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଝାଡଖଣ୍ଡରେ ଲାଇନଚ୍ୟୁତ ହେବାର କିଛି ଘଣ୍ଟା ନପୁରୁଣୁ ପୁଣି ଘଟିଲା ଆଉ ଏକ ଦୁର୍ଘଟଣା । ସମ୍ବଲପୁରରେ ମାଳବାହି ଟ୍ରେନ ଲାଇନ ଚ୍ୟୁତ ହୋଇଛି । କେହି ମୃତାଦତ ହୋଉନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ,

ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି
ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି (ETV Bharat Odisha)

ସମ୍ବଲପୁର: ଗୋଟିଏ ଦିନରେ ଦୁଇ-ଦୁଇଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁରସରଲା ନିକଟରେ ଟ୍ରାକରୁ ଖସିଲା ଟ୍ରେନ । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରର ସିଟି ଷ୍ଟେସନ ନିକଟ ସାରଳା ଷ୍ଟେସନ ନିକଟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଯାଉଥିବା ଏକ ମାଳବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଘଟଣାସ୍ଥଳରେ ସମ୍ବଲପୁର ADRM ସହ ଟେକ୍ନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ଟ୍ରେନ ଚଳାଚଳ କରୁଥିବା ବେଳେ ଲାଇନଚ୍ୟୁତ ହୋଇନଥିବା ସହ ଘଟଣାର ତଦନ୍ତ ଜାରିଥିବା କହିଛନ୍ତି ADRM ଆନନ୍ଦ ସିଂ ।

ସମ୍ବଲପୁର ସାରଳା ଷ୍ଟେସନର ୟାର୍ଡରେ ଅଘଟଣ; ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି (ETV Bharat Odisha)

ABOUT THE AUTHOR

...view details