ଓଡିଶା

odisha

ETV Bharat / state

ନଦୀ ମଝିରେ ଖରାପ ହେଲା ବୋଟ, ଅଳ୍ପକେ ବର୍ତ୍ତିଗଲା 28ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କ ଜୀବନ - TECHNICAL SNAG IN BOAT

ଭିତରକନିକା କୁମ୍ଭୀରିଆ ନଦୀରେ ଫସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା 2ଟି ବୋଟ । ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଦୀ ମଝିରେ ଫସିଗଲେ ପର୍ଯ୍ୟଟକ ।

ନଦୀ ମଝିରେ ଖରାପ ହେଲା ବୋଟ
ନଦୀ ମଝିରେ ଖରାପ ହେଲା ବୋଟ (ETV Bharat Odisha)

By ETV Bharat Odisha Team

Published : Dec 23, 2024, 2:19 PM IST

କେନ୍ଦ୍ରାପଡ଼ା: କୁମ୍ଭୀର ଭରା ମଝି ନଦୀରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବୁଲିବାକୁ ଆସିଥିବା ବେଳେ ଭିତରକନିକା କୁମ୍ଭୀରିଆ ନଦୀରେ ଫସିଗଲା 2ଟି ଯାତ୍ରୀବାହୀ ବୋଟ । ଗୋଟିଏକୁ ଉଦ୍ଧାର କରିବାକୁ ଯାଇ ଫସିଗଲା ଆଉ ଗୋଟିଏ ବୋଟ । ଫଳରେ 2ଟି ବୋଟରେ ଥିବା 28ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ନଦୀରେ ଫସିଯାଇଥିଲେ । ଖବର ପାଇ ଫସିଥିବା ବୋଟ ସହ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ଭିତରକନିକାର କୁମ୍ଭୀରିଆ ନଦୀରେ ।

ମଝିରେ ଅଟକିଲା ଯାତ୍ରୀବାହୀ ବୋଟ:

ନଦୀ ମଝିରେ ଖରାପ ହେଲା ବୋଟ (ETV Bharat Odisha)

ବର୍ତ୍ତମାନବଣଭୋଜି ଋତୁ ଚାଲିଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନର ହେନ୍ତାଳ ବନର ଶୋଭା ଓ କୁମ୍ଭୀରମାନଙ୍କର ଏନ୍ତୁଡ଼ିଶାଳ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଥିବା କୁମ୍ଭୀରମାନଙ୍କୁ ଦେଖିବା ପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ । ଭିତରକନିକା ମଧ୍ୟକୁ ଯିବା ପାଇଁ ଗୁପ୍ତି ଓ ଡାଙ୍ଗମାଳ ଦୁଇଟି ପ୍ରବେଶ ପଥ ଥିବା ବେଳେ ଗତକାଲି ସକାଳେ କଟକ ବିଦ୍ୟାଧରପୁରରୁ ଏକ 18 ଜଣିଆ ଦଳ ପିକନିକ କରିବା ପାଇଁ ଆସିଥିଲେ । 6/2010ରେ ରେଜିଷ୍ଟ୍ରେସନ ହୋଇଥିବା ମା'ମଙ୍ଗଳା ନାମକ ଏକ ଘରୋଇ ବୋଟରେ ଭିତରକନିକା ଜାତୀୟ ଉଦ୍ୟାନ ବୁଲୁଥିଲେ । ବୁଲି ସାରି ଫେରିବା ସମୟରେ ଭିତରକନିକା ଏବଂ ଗୁପ୍ତି ମଧ୍ୟବର୍ତ୍ତୀ ଗୋଧରାପାଳ ନିକଟରେ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ।

ଉଦ୍ଧାର କରିବାକୁ ଯାଇ ଅଟିଲା ଆଉ ଏକ ବୋଟ:

Tourists Trapped In River (ETV Bharat Odisha)

ସେପଟେ ରେଜିଷ୍ଟ୍ରେସନ ନଂ-18/2002 ମା' ଗୁପ୍ତଚଣ୍ଡୀ ନାମକ ଅନ୍ୟ ଏକ ଘରୋଇ ବୋଟରେ ଯାଜପୁର ରୋଡ଼ର ପ୍ରଫୁଲ୍ଲ କୁମାର ସାମଲଙ୍କ ପରିବାରର ୧୦ ଜଣ ବ୍ୟକ୍ତି ରହିଥିଲେ । ମା' ଗୁପ୍ତଚଣ୍ଡୀ ବୋଟଟି ମା'ମଙ୍ଗଳା ବୋଟକୁ ଉଦ୍ଧାର କରି ଫେରୁଥିଲା । ମା' ଗୁପ୍ତଚଣ୍ଡୀ ବୋଟ ମାତ୍ର କିଛି ବାଟ ଆସିବା ପରେ ବୋଟର ଅଏଲ ପାଇପ ଫାଟି ଯାଇଥିଲା । ଫଳରେ ଉଭୟ ବୋଟରେ ଥିବା 28 ଜଣ ପର୍ଯ୍ୟଟକ ଓ ବୋଟ କର୍ମଚାରୀ ଭିତରକନିକା କୁମ୍ଭୀରିଆ ନଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମଝି ସମୁଦ୍ରରେ ଅଚଳ ହେଲା ମାଛଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ - fishing boat stranded in sea

ଏହା ମଧ୍ୟ ପଢ଼ନ୍ତୁ...ଚାଷ ଜମିରୁ ବିଶାଳ ଅଜଗର ଉଦ୍ଧାର, ଭିତରକନିକାରେ ଛାଡ଼ିବ ବନ ବିଭାଗ

କିପରି ଉଦ୍ଧାର ହେଲେ ପର୍ଯ୍ୟଟକ:

Tourists Trapped In River (ETV Bharat Odisha)

କୁମ୍ଭୀରପୂର୍ଣ୍ଣ ନଦୀରେ ଦୀର୍ଘ ସମୟ ଧରି ବିପଦ ସଂକୁଳ ଅବସ୍ଥାରେ ରହିବା ମଧ୍ୟରେ ବନବିଭାଗ ପାଖରେ ଖବର ପହଞ୍ଚିଥିଲା । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସଙ୍ଗେସଙ୍ଗେ ବନବିଭାଗ କର୍ମଚାରୀଙ୍କୁ ଉକ୍ତ 2ଟି ଘରୋଇ ବୋଟ ସମେତ ସମସ୍ତ ପର୍ଯ୍ୟଟକ ଏବଂ ବୋଟ କର୍ମଚାରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଗୁପ୍ତି ଫରେଷ୍ଟଗାର୍ଡ ବିଭୁତି ତରାଇଙ୍କ ନେତୃତ୍ୱରେ ବନବିଭାଗର ଏକ ଚାରି ଜଣିଆ ଟିମ ପି.ବି. ଆଶିଷ ଓ କନ୍ୟାକୁମାରୀ ନାମକ 2ଟି ସରକାରୀ ବୋଟ ନେଇ ସେଠାରେ ପହଞ୍ଚିଥିଲେ । ଫସିଥିବା ପର୍ଯ୍ୟଟକ, ବୋଟ କର୍ମଚାରୀ ସମେତ ଘରୋଇ ବୋଟକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଫଳରେ ଏକ ବିରାଟ ଦୁର୍ଘଟଣା ଏଡାଇ ଯାଇଥିଲା ।

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details