ଓଡିଶା

odisha

ETV Bharat / state

ମାଡି ଆସୁଛି ବାତ୍ୟା ‘ଦାନା’ ! ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଛାଡିଲେ ପର୍ଯ୍ୟଟକ

ଉପକୁଳକୁ ମାଡି ଆସୁଛି ସାମୁଦ୍ରିକ ଝଡ ଦାନା । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ପୁରୀ ଛାଡିଲେ ପର୍ଯ୍ୟଟକ । ବାତ୍ୟା ମୁକାବିଲା ନେଇ ପୁରୀ ପ୍ରଶାସନ ପ୍ରସ୍ତୁତ ।

Tourists Start Leaving Puri
Tourists Start Leaving Puri (ETV Bharat Odisha)

By ETV Bharat Odisha Team

Published : 4 hours ago


ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ବାତ୍ୟା ଦାନା ଉପକୂଳକୁ ମାଡ଼ି ଆସୁଛି । ଏହାକୁ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଜି (ମଙ୍ଗଳବାର) ବାତ୍ୟା ପ୍ରସ୍ତୁତି ନେଇ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀରେ ଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।



ଆସାମରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି, "ଆମେ ପୁରୀ କୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଆସିଥିଲୁ। ତେବେ ବାତ୍ୟା ପାଇଁ ଓଡିଶା ସରକାରଙ୍କ ନିର୍ଦେଶ କୁ ମାନି ଆମ ଘରକୁ ଫେରିଯାଉଛୁ । ସରକାର୍ ଙ୍କ ନିର୍ଦ୍ଦେଶ ପର୍ଯ୍ୟଟକ ମାନେ ମାନିବା ଉଚିତ୍। ଆମ ର ସୁରକ୍ଷା କୁ ନେଇ ଓଡିଶା ସରକାର ଏହି ପଦକ୍ଷପ ନେଇଛନ୍ତି । ପୁରୀ ରେ ଥିବା ପର୍ଯ୍ୟଟକ ମାନେ ଫେରିଯିବା ଉଚିତ୍। ଆହୁରି 3 ଦିନ ପୁରୀ ରେ ରହି ବିଭିନ୍ନ ସ୍ଥାନ ବୁଲିବା ପାଇଁ ଆମର ଯୋଜନା ଥିଲା। ହେଲେ ବାତ୍ୟା ପାଇଁ ସୁରକ୍ଷା କୁ ନେଇ ଆମେ ଫେରିଯିବାକୁ ନିଷ୍ପତ୍ତି ନେଇଛୁ । ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଏବେ ଗସ୍ତ ସ୍ଥଗୀତ କରିବା ଉଚିତ୍ ।"

Tourists Start Leaving Puri (ETV Bharat Odisha)



ଆସାମରୁ ଆଉ ଆସିଥିବା ପର୍ଯ୍ୟଟକ କହିଛନ୍ତି, "ନିଜର ସୁରକ୍ଷା ହେଉଛି ଗୁରୁତ୍ବପୁର୍ଣ । ସରକାର ଙ୍କ ନିର୍ଦ୍ଦେଶ ଆମେ ମାନିବା ଉଚିତ୍। ବାତ୍ୟା ଯୋଗୁ ଅନେକ କ୍ଷତି ହେବାର ଆଶଙ୍କା ଥିବାରୁ ପର୍ଯ୍ୟଟକ ମାନେ ସୁରକ୍ଷିତ ରହିବା ଉଚିତ୍। ଏଣୁ ସୁରକ୍ଷା ଦୃଷ୍ଟି ରୁ ସରକାର ଙ୍କ ନିର୍ଦ୍ଦେଶ ମାନି ପର୍ଯ୍ୟଟକ ମାନେ ପୁରୀ ରୁ ନିଜ ଘରକୁ ଅବା ସୁରକ୍ଷିତ ସ୍ଥାନକୁ ପଳାଇଯିବା ଉଚିତ୍ ।"



ପୁରୀର ହୋଟେଲ୍ ବ୍ୟବସାୟୀ ଶ୍ରୀମନ୍ତ ଦାଶ କହିଛନ୍ତି, "ବାତ୍ୟା ପାଇଁ ରାଜ୍ୟ ସରକାର ଯେଉଁ ଗାଇଡ ଲାଇନ୍ ଦେଇଛନ୍ତି ଆମେ ପର୍ଯ୍ୟଟକ ଙ୍କୁ ସଚେତନ କରୁଛୁ । ପୁରୀରୁ ଫେରିଯିବାକୁ କହୁଛୁ । ଯେଉଁ ମାନେ ଆସିବାକୁ ବାହାରିଛନ୍ତି ସେମାନଙ୍କୁ ପୁରୀ ଆସିବାକୁ ମନା କରୁଛୁ । ତେବେ ଯେଉଁ ପର୍ଯ୍ୟଟକ ପୁରୀରେ ପହଞ୍ଚି ସାରିଛନ୍ତି ସେମାନଙ୍କୁ ଆମେ ଜବରଦସ୍ତ ହୋଟେଲରୁ ବହାର କରିପାରିବୁନି । ଏହା ପର୍ଯ୍ୟଟକଙ୍କୁ ଅପମାନ ହେବ। ଯେଉଁ ମାନେ ରହିବେ ତାଙ୍କ ସୁରକ୍ଷିତ ରହିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ତେବେ ଗତ 2019 ଫୋନି ବାତ୍ୟାରେ ପୁର ରେ ହୋଟେଲ ଶିଳ୍ପ ବ୍ୟାପକ କ୍ଷତି ହୋଇଥିଲା । ଏଣୁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଛୁ ବାତ୍ୟା ଦାନା ଓଡିଶାର ବିଶେଷ କିଛି କ୍ଷତି ନ କରୁ ।"

Tourists Start Leaving Puri (ETV Bharat Odisha)

ଏହା ବି ପଢନ୍ତୁ- ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି

ଏହା ବି ପଢନ୍ତୁ- ବାତ୍ୟା ପୂର୍ବରୁ ସମୁଦ୍ର ଅଶାନ୍ତ; ପର୍ଯ୍ୟଟକଙ୍କୁ ସତର୍କତା ପାଇଁ ପୁରୀ ବେଳାଭୂମିରେ ଲାଗିଲା ଲାଲ ପତାକା



ବାତ୍ୟା ଦାନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର‌ କିଭଳି ପ୍ରସ୍ତୁତି ହୋଇଛି ତା'ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।‌ ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକ ରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଠାରେ ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।‌ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବା ପାଇଁ ଯୋଜନା କରାଯାଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଲେ ଏହାର ନିଷ୍କାସନ କରିବା ପାଇଁ ମୋଟର ପମ୍ପର ବ୍ୟବସ୍ଥା କରାଯାଇଛି ।

Tourists Start Leaving Puri (ETV Bharat Odisha)

ସେହିପରି ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ପୁରୀରେ ଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋଟେଲ ଗୁଡ଼ିକରୁ ପର୍ଯ୍ୟଟକ ମାନେ ନିଜ ଘରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ହବିଷ୍ୟାଳୀ ମା’ମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ।‌ ପନିପରିବା, ଆଳୁ ପିଆଜ ଦର ଅହେତୁକ ଯେଭଳି ବୃଦ୍ଧି ନହୁଏ ସେନେଇ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢଉ କରାଯାଉଥିବା ବେଳେ ଏହା ଉପରେ କଡ଼ା ନଜର ମଧ୍ୟ ରଖାଯାଇଛି। ବାତ୍ୟାକୁ ନେଇ ଭୟଭୀତ ନହୋଇ ପ୍ରଶାସନର ପରାମର୍ଶକୁ ମାନିବା ପାଇଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ABOUT THE AUTHOR

...view details