ଭୁବନେଶ୍ବର:ଦିନକ ପରେ ସାରା ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମାଟ୍ରିକ ପରୀକ୍ଷା କିଭଳି ଭାବରେ କପି ମୁକ୍ତ ଓ ସ୍ବଚ୍ଛତା ସହ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ହେଲେ ଏପଟେ ଦୀର୍ଘ ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ମାଧ୍ୟମିକ ଶିକ୍ଷକ । ଏହାସହ ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ । ଏଭଳି ସ୍ଥିତିରେ କିଭଳି ସଠିକ ଭାବରେ ପରୀକ୍ଷା ପରିଚାଳନା ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି ।
ତେବେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଶିକ୍ଷକମାନେ କହିଛନ୍ତି ଯେ ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏପଟେ ସମସ୍ତ ଶିକ୍ଷକ ଏବେ ରାଜରାସ୍ତାରେ । ଆଜି ସରକାରଙ୍କୁ ସମୟ ଦିଆଯାଇଛି । ଯଦି ସରକାର ନ ଶୁଣନ୍ତି ତେବେ ପରୀକ୍ଷାରେ ଅସହଯୋଗ କରିବୁ । ଆନ୍ଦୋଳନରେ ଥିବା ଅନେକ ଶିକ୍ଷକଙ୍କର ପରୀକ୍ଷା ଡିୟୁଟି ମଧ୍ୟ ପଡ଼ିଛି । କିନ୍ତୁ ନିଜର ଦାବି ନେଇ ଶିକ୍ଷକମାନେ ଏବେ ରାଜରାସ୍ତାକୁ ଆପଣାଇଛନ୍ତି । ମୁଖ୍ୟତଃ ସାମାନଙ୍କ ଦାବିଗୁଡ଼ିକ ହେଲା ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ରାଜ୍ୟରେ ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରି ରଖାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ....ଶୁଣୁନାହାନ୍ତି ସରକାର,ଏବେବି ରାଜରାସ୍ତାରେ ଶିକ୍ଷକ