ଓଡିଶା

odisha

ETV Bharat / state

ନୂଆପଡାରେ କଲରାପତରିଆ ଆତଙ୍କ, ମେଣ୍ଢାକୁ ମାରି ଖାଇଲା ବାଘ - TIGER TERROR IN NUAPADA

ଗୁହାଳରେ ପଶି 10 ମେଣ୍ଢା ଖାଇଲା କଲରାପତରିଆ ବାଘ । କ୍ଷତିପୂରଣ ଦାବି କଲେ ଚାଷୀ ।

Tiger terror in Nuapada
Tiger terror in Nuapada (ETV Bharat Odisha)

By ETV Bharat Odisha Team

Published : Jan 5, 2025, 4:18 PM IST

ନୂଆପଡା: କିଛିଦିନର ବ୍ୟବଧାନ ପରେ ପୁଣି ନୂଆପଡା ଜିଲ୍ଲାରେ ଆତଙ୍କ ରଚିଛି କଲରାପତରିଆ ବାଘ । ମେଣ୍ଢା ଗୁହାଳରେ ପଶି 10ଟି ମେଣ୍ଢାକୁ ମାରି ଖାଇଦେଇଥିବା ସୂଚନା ରହିଛି । ଜିଲ୍ଲାର ବୋଡେ଼ନ ବ୍ଲକ ସୁନାମୁଦି ଗ୍ରାମପଞ୍ଚାୟତ ସ୍ଥିତ ବାଗବାହାଲ ଗାଁରେ ଦେଖାଦେଇଛି ଏଭଳି ଘଟଣା ।

ବାଗବାହାଲ ଗାଁରେ ବାଘ ଆତଙ୍କ

Tiger terror in Nuapada (ETV Bharat Odisha)

ବାଗବାହାଲ ଗାଁରେ ଭଜମନ ହାତୀ ନାମକ ମେଣ୍ଢା ଚାଷୀଙ୍କ ଗୁହାଳରେ ପାଖାପାଖି 20ଟି ମେଣ୍ଢା ରହିଥିଲେ । ଚାଷୀ ଭଜମନ ହାତୀ ବହୁଦିନରୁ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ହେଲେ ଶୁକ୍ରବାର ମଧ୍ୟରାତ୍ରିରେ ମେଣ୍ଢା ଗୁହାଳକୁ ପଶି ପାଖାପାଖି 10ଟି ମେଣ୍ଢାକୁ କଲରାପତରିଆ ବାଘ ମାରି ଖାଇଥିବା ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଷୀଜଣକ ଅଭିଯୋଗ କରିଛନ୍ତି ।

10ଟି ମେଣ୍ଢାକୁ ମାରି ଖାଇଲା ବାଘ

ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି । ସେ କହିଛନ୍ତି, " ମଧ୍ୟରାତ୍ରରେ ବାଘ ଆସି 10ଟି ମେଣ୍ଢାକୁ ମାରିଦେଇଛି । କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ନେହୁରା ହୋଇଛି ।" କିଛି ଦିନ ପୂର୍ବରୁ ନୂଆପଡା ସଦର ବ୍ଲକ ସ୍ଥିତ ହଳଦିପଡା ଗାଁରେ ଏକ 4 ବର୍ଷର ଶିଶୁକୁ ଝାମ୍ପି ମାରିଦେଇଥିଲା କଲରାପତରିଆ ବାଘ । ଯାହାକୁ ନେଇ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଟ୍ରାପ କ୍ୟାମେରା ସହ ବଢାଯିବ ପାଟ୍ରୋଲିଂ

ଅଭିଯୋଗ ପାଇବା ପରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଆଜିଜ ଖାନ ଘଟଣାର ତଦନ୍ତ ପାଇଁ ବୋଡେନ ବନବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବନବିଭାଗ ଟିମ୍ ବାଗବାହାଲ ଗାଁକୁ ଯାଇ ତଦନ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଚଢାଉ ବେଳେ ବନ ବିଭାଗ ଟିମ୍‌କୁ ଗୁଳିମାଡ, କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ

ଆତଙ୍କ ଖେଳାଇଲା କଲରାପତରିଆ, ଜଙ୍ଗଲକୁ ଯିବା ମନା ! - leopard spotted in nuapada

ସତ୍ୟବାଦୀରେ ବୁଲୁଛି ବାଘ ! ଭିଡିଓ ଭାଇରାଲ

ବନଖଣ୍ଡ ଅଧିକାରୀ ଆଜିଜ ଖାନ କହିଛନ୍ତି, "10ଟି ମେଣ୍ଢାକୁ କଲରାପତରିଆ ବାଘ ମାରିଦେଇଥିବା ଖବର ରହିଛି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଯେତେଶୀଘ୍ର ହୋଇପାରିବ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପା ରାଶି ଦେବାକୁ ଚେଷ୍ଟା କରୁଛୁ । କୌଣସି ବନ୍ୟପ୍ରାଣୀ ଗୃହପାଳିତ ପଶୁକୁ ମାରିଲେ ଅନୁକମ୍ପା ରାଶି ଦେବାର ନିୟମ ରହିଛି। ପ୍ରତ୍ୟେକ ମେଣ୍ଢା ପିଛା 4ହଜାର ଟଙ୍କାର ପ୍ରାବଧାନ ରହିଛି । ଯେଉଁ ଯେଉଁ ସ୍ଥାନରେ କଲରାପତରିଆ ବାଘ ଚଳପ୍ରଚଳ କରୁଛି ସେହି ସବୁ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ବଢାଯିବ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details