ଓଡିଶା

odisha

By ETV Bharat Odisha Team

Published : Jun 9, 2024, 8:11 AM IST

ETV Bharat / state

ଖଇରାରେ ବାଘ ଆକ୍ରମଣରେ 7 ଆହତ, ବନ ବିଭାଗର ଅପରେସନ ଜାରି - Tiger Attack

Tiger Attack: ଖଇରା ଅଞ୍ଚଳରେ ବାଘ ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ବାଘକୁ କାବୁ କରିବାକୁ ବନ ବିଭାଗର ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ

Tiger Attack
Tiger Attack (ETV Bharat Odisha)

ବାଲେଶ୍ୱର: ଖଇରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଏକ କଲରାପତରିଆ ବାଘ ଗାଁ ଭିତରକୁ ପଶି ଆସି ଆକ୍ରମଣ କରିବା ଯୋଗୁଁ 7ଜଣ ଗୁରୁତର ହୋଇଥିବାବେଳେ ବାଘକୁ ଆୟତ୍ତ କରିବା ପାଇଁ ବନବିଭାଗ ପ୍ରୟାସ ଚଳାଇଛି । ସୂଚନା ଅନୁସାରେ, ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତଗଡ଼ ଗ୍ରାମରେ ଶନିବାର ଅପରାହ୍ନରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ପ୍ରଥମେ ଅଜଣା ଜନ୍ତୁ ଏମିତି ଆକ୍ରମଣ କରୁଥିବା ଲୋକମାନେ ଭାବିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡିଥିଲା । ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣକ ହେଲେ ସତ୍ୟଭାମା ନାୟକ । ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Tiger Attack (ETV Bharat Odisha)

ସୂଚନା ଅନୁସାରେ, ସତ୍ୟଭାମା ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟରେ କାମ କରୁଥିବା ସମୟରେ ବାଘଟି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ଏହା ଶୁଣି ତାଙ୍କ ପୁଅ ଓ ସ୍ୱାମୀ ସତ୍ୟଭାମାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ବାଘଟି ସେଠାରୁ ଗର୍ଜନ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଗ୍ରାମବାସୀ ଏକତ୍ର ହୋଇ ବାଘକୁ କାବୁ କରିବାକୁ ପ୍ରୟାସ କରୁଥିବାବେଳେ ବାଘଟି ଲୁଚି ଯାଇଥିଲା । ପରେ ବନ ବିଭାଗର କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ବାଘକୁ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକଙ୍କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେସି ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ଏହାସହ କଡମିୟା ଗ୍ରାମର ନିରଞ୍ଜନ ମୁଖି ଓ ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ...ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ମହିଳା ମୃତ - Woman Died In Elephant Attack

ଏହାସହ ସନ୍ଧ୍ୟାରେ ଔପଦା ବନ ବିଭାଗର ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁଙ୍କୁ ବାଘ ଆକ୍ରମଣ କରିଥିଲା । ଯେଉଁଥିରେ କିଶୋର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଗ୍ରାମରେ ବାରିପଦା ବନ ବିଭାଗ ଟିମ୍ ସହ ଆଉ ୪ଟି ଟିମ ବାଘକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଡ଼ାକବାଜି ଯନ୍ତ୍ର ଦ୍ୱାରା ଘରୁ ନ ବାହାରିବା ପାଇଁ ବନବିଭାଗ ଲୋକମାନଙ୍କୁ ସଚେତନ କରାଯାଇଛି । ଘଟଣାସ୍ଥଳରେ ବାଘ ଧରା ଟିମ ପ୍ରସ୍ତୁତ ଥିବାବେଳେ ଖୁବଶୀଘ୍ର ବାଘକୁ ଆୟତ୍ତ କରାଯିବ ବୋଲି ଜଣାପଡ଼ିଛି । ବାଘଟି କୁଲଡିହାରୁ ଆସିଥିବା ଅନୁମାନ କରାଯାଉଛି । ବାଘ ଆତଙ୍କରେ ଏବେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details