ଓଡିଶା

odisha

କାର୍ ଭିତରୁ ମିଳିଲା ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ, ନିଜକୁ ନିଜେ କରିଥିଲେ ଗୁଳି ! - JHARSUGUDA SHOCKING Incident

By ETV Bharat Odisha Team

Published : May 9, 2024, 9:57 AM IST

Updated : May 9, 2024, 4:03 PM IST

Jharsuguda Shocking Incident: ଝାରସୁଗୁଡାର ଏକ ଖେଳ ପଡିଆରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର । ନିଜକୁ ନିଜେ କରିଥିଲେ ଗୁଳି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

Jharsuguda Shocking
Jharsuguda Shocking (ETV Bharat Odisha)

JHARSUGUDA SHOCKING INCIDENT (ETV Bharat Odisha)

ଝାରସୁଗୁଡା:ଝାରସୁଗୁଡାରେ ଚାଞ୍ଚଲ୍ୟ । ଅନଲାଇନ ବ୍ୟାଟିଂ ହେଲା କାଳ । ଟଙ୍କା ଲଗାଇ କ୍ଷତି ହେବାରୁ ଚାଲିଗଲା 3 ଜୀବନ । ବନ୍ଦ କାର୍ ଭିତରୁ ମିଳିଲା ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ । ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର 12 ବର୍ଷର ଝିଅ । ତେବେ ସ୍ତ୍ରୀ ଓ ଝିଅକୁ ଗୁଳିକରି ହତ୍ୟା କରିବା ପରେ ସ୍ବାମୀ ନିଜ ଜୀବନ ହାରିଛନ୍ତି । ଏନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ଲଖନପୁର ବଣିପାହାଡ଼ ନିକଟ ପଡ଼ିଆରେ ଏହି ଘଟଣା ଘଟିଛି । କାର ମଧ୍ୟରୁ ତିନି ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର । ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

JHARSUGUDA SHOCKING INCIDENT (ETV Bharat Odisha)

ଏନେଇ ଏସପି ସୂଚନା ଦେଇ କହିଛନ୍ତି, ଅନଲାଇନର ବିଭିନ୍ନ ଆପରେ ବେଟିଂ କରି ଲକ୍ଷାଧିକ ଟଙ୍କା କ୍ଷତି ସହିବା ସହ ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଋଣଗ୍ରସ୍ତ ଥିଲା ମୃତକ ସୁଜିତ ରୟ । ପୋଲିସ ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ପାଇଥିବା ଆଧାରରେ ସୁଜିତ ଋଣଗ୍ରସ୍ତ ରହିଥିଲେ । ଗୋଟିଏ ମାସରେ ଗୋଟିଏ ଆପରେ 4 ଲକ୍ଷ 20 ହଜାରରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଥିବା ଝାରସୁଗୁଡା SP ସୂଚନା ଦେଇଛନ୍ତି । ତେବେ ଏହିଭଳି ଅନଲଆଇନ ବେଟିଂରୁ ଆଜିର ଯୁବପିଢ଼ି ନିବୃତ ରୁହନ୍ତୁ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ନିବେଦନ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ତିନି ମୃତକ ଗୋଟିଏ ପରିବାରର । ସ୍ବାମୀ ସୁଜିତ ରାୟ ତାଙ୍କ ସ୍ତ୍ରୀ ଖୁସବୁ ରାୟ ଓ ୧୨ ବର୍ଷୀୟ ଝିଅ ଅର୍ପିତା ରାୟ । ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚିହ୍ନ ରହିଛି ଏବଂ କାରରେ ମଧ୍ୟ ଗୁଳି ଦାଗ ରହିଛି । ସୁଜିତ ରାୟ ସ୍ତ୍ରୀ ଏବଂ ଝିଅକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । କାର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି l ସାଇଣ୍ଟିଫିକ ଟିମ ଉପସ୍ଥିତରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ-ଭୁବନରେ ଚାଞ୍ଚଲ୍ୟ, ଝିଅର କାଠ ଫାଳିଆ ମାଡରେ ଆଖି ବୁଜିଲା ମା’ - Daughter Killed Mother

ଆଜି (ଗୁରୁବାର) ସକାଳ ସମୟରେ ବଣିପାହାଡ଼ ନିକଟରେ ଥିବା ପଡିଆରେ କାର୍ ଭିତରେ ତିନି ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣା ପଛର କାରଣ କ'ଣ ହୋଇଥାଇପାରେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ପ୍ରାଥମିକ ତଦନ୍ତରୁ ସୁଜିତ ରାୟ ସ୍ତ୍ରୀ ଏବଂ ଝିଅକୁ ଗୁଳି କରିବା ପରେ ନିଜେ ଜୀବନ ହାରିଛନ୍ତି । ଯଦି ଏମିତି ହୋଇଥାଏ ତେବେ କେଉଁ କାରଣକୁ କେନ୍ଦ୍ରକରି ସୁଜିତ ଏମିତି ଜଘନ୍ୟ କାଣ୍ଡ ଭିଆଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 9, 2024, 4:03 PM IST

ABOUT THE AUTHOR

...view details