ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ଆଜି ବସିବାକୁ ଯାଉଛି ପ୍ରଥମ ବିଧାନସଭା ଅଧିବେଶନ । ଆଜିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ବସିବ । ନୂଆ ସରକାର ଆସିବା ପରେ ନବନିର୍ବାଚିତ ବିଧାୟକମାନେ ଦୁଇଦିନ ଧରି ଶପଥ ଗ୍ରହଣ କରିବେ । ଏଥିସହ ନୂତନ ବାଚସ୍ପତି ପାଇଁ ମଧ୍ୟ ଏହି ଅଧିବେଶନରେ ନିର୍ବାଚିତ ହେବେ । ଏବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟପାଳଙ୍କ ଦ୍ବାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହା ପରେ ବିଜେପିର ବରିଷ୍ଠ ମହିଳା ବିଧାୟିକା ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହେବାର ସର୍ବାଧିକ ସମ୍ଭାବନା ରହିଛି ।
Assembly session (ETV Bharat Odisha) ଏନେଇ ବିଧାନସଭା ପରିସରରେ ପୋଲିସ ଡିଜି ସୁରକ୍ଷା ସମୀକ୍ଷା କରିଛନ୍ତି । ପୋଲିସ ଡିଜି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବିଧାନସଭା ପରିସର ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । 8 ପ୍ଲାଟୁନ ପୋଲିସ ଫୋର୍ସ ସହ ୭୫ଜଣ ଅଧିକାରୀ ସୁରକ୍ଷାରେ ନିୟୋଜିତ ରହିବେ ।
ଏହା ମଧ୍ୟ ପଢନ୍ତୁ :-ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 5 ମୃତ, ଅନେକ ଆହତ ! - Kanchenjunga Express accident
ପ୍ରଥମ ଦୁଇଦିନ 18, 19 ତାରିଖରେ ନବନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଛି । 20 ତାରିଖରେ ନୂତନ ବାଚସ୍ପତି ନିର୍ବାଚନ ହେବ । ବିଧାନସଭାରେ ପ୍ରବେଶ ପାଇଁ କେବଳ ପାସଧାରୀମାନଙ୍କୁ ହିଁ ଅନୁମତି ମିଳିବ । ଯେହେତୁ ଭୁବନେଶ୍ବର ଡିସିପି ଏବେ ଛୁଟିରେ ଅଛନ୍ତି, ପୋଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିବେ । 75 ପୋଲିସ ଅଧିକାରୀଙ୍କ ସହ 8 ପ୍ଲାଟୁନ ପୋଲିସ ଫୋର୍ସ ଗୃହ ଭିତରେ ଓ ବାହାରେ ନିୟୋଜିତ ରହିବେ । ସୁରକ୍ଷା ସମ୍ପର୍କିତ କୌଣସି ଅପ୍ରୀତିକର ସ୍ଥିତିର ମୁକାବିଲା ପାଇ ଏସଟିୟୁ ଟିମ, ଡଗ୍ ସ୍କ୍ୱାର୍ଡ ଓ ବମ ସ୍କ୍ବାଡ ଟିମ୍ ମଧ୍ୟ ନିୟୋଜିତ ରହିବେ । ସେହିପରି ଲୋୟର-ପିଏମଜିରେ କୌଣସି ଧାରଣା ଓ ପ୍ରତିବାଦ ପାଇଁ ମଧ୍ୟ କୋୖଣସି ଅନୁମତି ଦିଆଯିବ ନାହିଁ । ଏନେଇ ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ତା କରାଯାଇଛି । ସିସିଟିଭି ସର୍ଭିଲାନସରେ ମଧ୍ୟ ପୁରା ବିଧାନସଭା ନଜରରେ ରହିବ । ସଶସ୍ତ୍ର ପୋଲିସ କର୍ମଚାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ ।
ଇଟିଭି ଭାରତ, ଭୁବନେଶ୍ବର