ଓଡିଶା

odisha

ETV Bharat / state

ବୌଦ୍ଧ ଜଗନ୍ନାଥ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ୍ - JAGANNATH TEMPLE THEFT

ବଡ଼ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ବୌଦ୍ଧ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ ।

THIFT FROM BOUDH JAGANNATH TEMPLE
THIFT FROM BOUDH JAGANNATH TEMPLE (ETV Bharat Odisha)

By ETV Bharat Odisha Team

Published : 8 hours ago

ବୌଦ୍ଧ:ବଡ଼ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା । ମନ୍ଦିର ଭିତରେ ପଶି କଳାକନା ବୁଲାଇଲେ ଚୋର । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବୌଦ୍ଧରୁ । ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ପଶି ଦାନ ହୁଣ୍ଡି ଭାଙ୍ଗି କଳାକନା ବୁଲାଇଲେ ଚୋର ।

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରୁ ଲୁଟ୍:

ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଚୋରମାନେ ଶ୍ରୀଜଗନ୍ନାଥ ମନ୍ଦିର କବାଟ ତାଲା ଭାଙ୍ଗିବା ସହିତ ଗରୁଡ଼ ସ୍ତମ୍ଭ ନିକଟରେ ଥିବା ଦାନ ହୁଣ୍ଡିର ତାଲାକୁ ଭାଙ୍ଗି ସେଥିରୁ ସମସ୍ତ ଅର୍ଥ ଲୁଟି ନେଇଛନ୍ତି । ଆଜି ଏକାଦଶୀ ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିଥିଲେ ମଧ୍ୟ ବେଢା ବାହାରେ ଥାଇ ଦର୍ଶନ କରି ଫେରିଥିଲେ । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ମନ୍ଦିରରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସକୁ ବାରମ୍ବାର ଖୋଲା ଚ୍ୟାଲେଞ୍ଜ ଦେଇ ଅଞ୍ଚଳର ପ୍ରାୟ ସମସ୍ତ ମନ୍ଦିରରୁ ଚୋରି ହେବା ଘଟଣା ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଗଭୀର କ୍ଷୋଭ ପ୍ରକାଶ ପାଇଛି ।

THIFT FROM BOUDH JAGANNATH TEMPLE (ETV Bharat Odisha)

"ସିସିଟିଭି ଲାଗିବା ପୂର୍ବରୁ ଚୋରି":

ମନ୍ଦିର ପରିଚାଳନା କମିଟିର ସଭାପତି ମୃତୁଞ୍ଜୟ ମିଶ୍ର କହିଛନ୍ତି,"କୌଣସି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଦାନ ହୁଣ୍ଡିରୁ ଅର୍ଥ ଚୋରି କରି ନେଇଛି ।ଭକ୍ତମାନେ ଦାନ ହିସାବରେ ଯାହା ଦେଇଥିଲେ ତାହା ଚୋରି ହୋଇଛି । ଆମେ ପୋଲିସକୁ ଜଣାଇଛୁ ,ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି । ମନ୍ଦିରରେ ସିସିଟିଭି ନଥିଲା । ସିସିଟିଭି ଲାଗିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ହେଲେ ଲାଗିବା ପୂର୍ବରୁ ମନ୍ଦିରରୁ ଚୋରି ହୋଇଗଲା ।"

THIFT FROM BOUDH JAGANNATH TEMPLE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...କାନ୍ଥ ଖୋଳି ଲୁଟିଲେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଫୋନ - MOBILE SHOP THEFT

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ପୋଲିସର ଘୋଷଣା, ଚୋରକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା - SAMBALPUR MANAPURAM FINANCE ROBBERY

ଏହା ମଧ୍ୟ ପଢନ୍ତୁ...ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - BURGLARS SET FIRE TO HOUSE

THIFT FROM BOUDH JAGANNATH TEMPLE (ETV Bharat Odisha)

ଲୁଟେରାଙ୍କ ଟାର୍ଗେଟରେ ମଠ ମନ୍ଦିର:

ଲୁଟେରାଙ୍କ ଟାର୍ଗେଟରେ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର । ବାରମ୍ବାର ମନ୍ଦିରରୁ ଚୋରି ହେବା କାରଣକରୁ ବିଭିନ୍ନ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ପୂର୍ବରୁ ବୌଦ୍ଧର ଭୈରବୀ ମନ୍ଦିର ଠାରୁ ନେଇ ହନୁମାନ ମନ୍ଦିର, ରାମେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଭଳି ଆଖପାଖ ଅଞ୍ଚଳର ଅଧିକାଂଶ ମନ୍ଦିରରୁ ଚୋରି ହୋଇ ସାରିଛି ।



ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details