ଓଡିଶା

odisha

ETV Bharat / state

ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଛି ମହାବଳ ବାଘୁଣୀ 'ଯମୁନା'। କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ବାଘୁଣୀକୁ ଛଡାଯାଇଛି ।

Maharashtra tigress in similipal
Maharashtra tigress in similipal (ETV Bharat Odisha)

By ETV Bharat Odisha Team

Published : 4 hours ago

ରାଇରଙ୍ଗପୁର :ଗତକାଲି ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ଯମୁନା । ଆଜି (ସୋମବାର) ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ବାଘୁଣୀକୁ ଛଡାଯାଇଛି ।

Maharashtra tigress in similipal (ETV Bharat Odisha)

ମହାରାଷ୍ଟ୍ରରୁ ଆସିଛି ଯମୁନା:

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳ ବାଘୁଣୀକୁ ଅଣାଯାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର ଅଞ୍ଚଳରେ ଛଡ଼ାଯାଇଥିଲା । ତେବେ କୋର‌୍ ଅଞ୍ଚଳରେ ଏକ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ବାଘୁଣୀକୁ ମ‌ହାରାଷ୍ଟ୍ରରୁ ଅଣାଯାଇଛି। ପାଖାପାଖି ୯୦୦ କିଲୋମିଟର ଯାତ୍ରା କରି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ବାଘୁଣୀକୁ ଅଣାଯାଇଛି । ସ୍ବତନ୍ତ୍ର ଏନକ୍ଲୋଜରରେ ରଖି ଅବଜରଭେସନ କଲା ପରେ ଶିମିଳିପାଳ କୋର ଏରିଆ ଭିତରେ ଛଡ଼ାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

Maharashtra tigress in similipal (ETV Bharat Odisha)

ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ:

ବାଘୁଣୀଟିର ବୟସ ୨ ବର୍ଷ ୭ ମାସ ହୋଇଥିବାବେଳେ ତାହାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି । ବାଘୁଣୀଟି ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ରହିଛି । ସୂଚନା ଅନୁଯାୟୀ, ଶିମିଳିପାଳର ଜଳବାୟୁ ବାଘମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଅଟେ । ବହୁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ପାଖାପାଖି ୧୦୦ ବାଘ ଥିବା କହିଛନ୍ତି ପିସିସିଏଫ । ସରୋଜ ରାୟ ଚୌଧୁରୀଙ୍କ ସମୟରେ ବି ଶିମିଳିପାଳରେ ୬୦ ରୁ ଅଧିକ ବାଘ ଥିଲେ । ଶିମିଳିପାଳର ଜଳବାୟୁରେ ବେଶ ଖାପ ଖୁଆଇ ବାଘ ରହିପାରିବେ ବୋଲି କହିଛନ୍ତି ପିସିସିଏଫ।

ଏହା ବି ପଢନ୍ତୁ...ଶିମିଳିପାଳରେ ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ବାଘୁଣୀ

ଏହା ବି ପଢନ୍ତୁ...ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଏହା ବି ପଢନ୍ତୁ...ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

ଏହା ବି ପଢନ୍ତୁ...Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

ମହାରାଷ୍ଟ୍ର ଯାଇଥିଲେ ସ୍ବତନ୍ତ୍ର ଟିମ୍:

ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସମେତ ଏହି ଟିମ ଶନିବାର ସକାଳ ୯ଟା ସମୟରେ ମହାରାଷ୍ଟ୍ର ଜଙ୍ଗଲରୁ ୨.୫ବର୍ଷର ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏଥିସହିତ ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଥିଲା। ସମସ୍ତ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ସୂଚନା ମିଳିଛି । ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଞ୍ଚିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details