ଭୁବନେଶ୍ୱର:ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ମାଲିକକୁ ହତ୍ୟା କଲା ଭଡାଟିଆ । ତମାଣ୍ଡୋ ଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି । ରାସ୍ତା ଉପରୁ ମୃତଦେହ ଜବତ କରିଛି ପୋଲିସ୍ । ମୃତକ ସୁଶାନ୍ତ ଶତପଥି ହୋଇଥିବା ସୂଚନା ମିଳିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି ।
ସରପଞ୍ଚଙ୍କ ସ୍ବାମୀଙ୍କ ଅଫିସରେ ହତ୍ୟା:ନପୁଟ ସରପଞ୍ଚଙ୍କ ସ୍ୱାମୀଙ୍କ ଅଫିସରେ ଏହି ହତ୍ୟା ହୋଇଛି । ନପୁଟ ପଞ୍ଚାୟତର ମହୁରା ଗାଁର ଏକ ଦୁଇ ମହଲା ଘରର ପଛପଟ ପାଇଖାନା ଟାଙ୍କି ପାଖରେ ମୃତଦେହ ମିଳିଛି । ମୃତକ ସୁଶାନ୍ତ ଶତପଥିଙ୍କ ଘର ଖୋର୍ଦ୍ଧା ପାଟପୁର ଅଞ୍ଚଳରେ । ବିଗତ କିଛି ଦିନ ହେବ ସେହି ଘରେ ସେ ପ୍ରଥମ ମହଲାରେ ରହୁଥିଲେ । ସେହିଠାରେ ଆଉ ଜଣେ କଣ୍ଟ୍ରାକ୍ଟରର କିଛି କର୍ମଚାରୀ ମଧ୍ୟ ତଳମହଲାରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ ନାମକ ଜଣେ କର୍ମଚାରୀ ଘରର ଛାତ ଉପରେ ଶୁଏ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା । ଏହାପରେ ରଞ୍ଜନ ଦୀପ ଏକ ଲୁହା ରଡରେ ପିଟି ହତ୍ୟା କରିଥିବା ନେଇ ସୂଚନା ରହିଛି ।
ହତ୍ୟା ଲୁଚାଇବା ପାଇଁ ସାଂଘାତିକ ପ୍ରୟାସ:ମୃତଦେହକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲା ଅଭିଯୁକ୍ତ । ପ୍ରଥମେ ମୃତଦେହକୁ ସିଡିରେ ଘୋଷାରି ଘୋଷାରି ଆଣି ଘରର ତଳ ମହଲାର ପଛପଟେ ଥିବା ପାଇଖାନା ଟାଙ୍କି କଣରେ ଲୁଚାଇ ଦେଇଥିଲା । ଏହାପରେ ଛାତର ପ୍ରଥମ ମହଲାରେ ତାଜା ଡେଇଁ ପଳାଇଥିଲା ।
ଦିଆସିଲି ଖୋଜୁ ଖୋଜୁ ଜଣାପଡ଼ିଲା ହତ୍ୟା:ହତ୍ୟା ପରେ ଅଭିଯୁକ୍ତ ଛୁ ମାରିଥିବା ବେଳେ ଘରର ଅନ୍ୟ ପିଲା ସକାଳୁ ଉଠି ଡିଆସିଲି ଖୋଜୁ ଖୋଜୁ ରକ୍ତ ଛିଟା ଓ ରକ୍ତ ପୋଛା ଯାଇଥିବା ଦାଗ ଦେଖିବାକୁ ପାଇଥିଲେ । ଏହାପରେ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା ।