କଟକ: ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ସୁପ୍ରିମକୋର୍ଟରୁ ମିଳିଲା ସାମୟିକ ସୁରକ୍ଷା। ସମ୍ବଲପୁର ଟାଉନ ଥାନାରେ ଦାୟର ମାମଲାରେ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଫଳରେ ଜୟ ନାରାୟଣ ମିଶ୍ରଙ୍କୁ ସାମାନ୍ୟ ଆଶ୍ବସ୍ଥ ମିଳିଛି। ଗତବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଜୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଏହି ଘଟଣାରେ ଜୟ ନାରାୟଣ ତାଙ୍କ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା। କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା। ତେବେ ହାଇକୋର୍ଟରେ ଜୟ ନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜୟ। ଏହି ମାମଲାରେ ସୁପ୍ରିମକୋର୍ଟରୁ ସାମନ୍ୟ ଆଶ୍ବସ୍ଥ ମିଳିଛି।
ଅଧିକ ପଢନ୍ତୁ- LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ