ETV Bharat / sports

ଟେଷ୍ଟ କ୍ରିକେଟରୁ ଅବସର ନେବେ କି ରୋହିତ ? ଏମିତି କହିଲେ ପୂର୍ବତନ କ୍ରିକେଟର - ROHIT SHARMA RETIREMENT ISSUE

ରୋହିତ ଶର୍ମାଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର କୃଷ୍ଣମାଚରି ଶ୍ରୀକାନ୍ତ । 'ବର୍ଡର ଗାଭାସ୍କାର ଟ୍ରଫିରେ ରୋହିତ ଭଲ ପ୍ରଦର୍ଶନ ନକଲେ ଅବସର ନେଇପାରନ୍ତି '।

Rohit Sharma
Rohit Sharma (ANI)
author img

By ETV Bharat Odisha Team

Published : Nov 5, 2024, 1:59 PM IST

Updated : Nov 5, 2024, 2:16 PM IST

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ଫର୍ମ ଭଲ ନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ସିରିଜରେ ତାଙ୍କର ପ୍ରଦର୍ଶନ ଭଲ ନଥିବା ବେଳେ ସିରିଜ ମଧ୍ୟ ହାତଛଡା କରିଥିଲା ଭାରତ । ଫିଲ୍ଡରେ ବେଶି ସମୟ ତିଷ୍ଟି ରହିବାକୁ ରୋହିତ ସମର୍ଥ ହୋଇନଥିବା ବେଳେ ସିରିଜ ପରାଜୟ ପରେ ତାଙ୍କ ଅଧିନାୟକତ୍ବ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବେ କି ରୋହିତ ?

ଟେଷ୍ଟ କ୍ରିକେଟରେ କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କେବେ ଟେଷ୍ଟ କ୍ରିକେଟରୁ ଅବସର ନେବେ ସେନେଇ ପ୍ରଶ୍ନ ଉଠିଛି। ଟି 20 ବିଶ୍ବକପରେ ଦଳ ଚମ୍ପିଆନ ହେବା ପରେ ରୋହିତ ଶର୍ମା ଟି -20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଭେଟେରାନ୍ କ୍ରିକେଟର କୃଷ୍ଣମାଚରି ଶ୍ରୀକାନ୍ତ ରୋହିତଙ୍କ ଅବସର ନେଇ ଏକ ବଡ଼ କଥା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Virat Kohli Birthday: 36 ବର୍ଷରେ କିଙ୍ଗ କୋହଲି, ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ 5 ବଡ ରେକର୍ଡ

ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

ରୋହିତଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର?

ରୋହିତଙ୍କ ଅବସର ନେଇ କୃଷ୍ଣମାଚରି ଶ୍ରୀକାନ୍ତ ନିଜ ୟୁଟ୍ୟୁବ ଚ୍ୟାନେଲରେ ରୋହିତ ଶର୍ମାଙ୍କ ଅବସର ବିଷୟରେ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି, ''ଭାରତୀୟ ଦଳକୁ ଆଗକୁ ଆହୁରି ଯୋଜନା କରିବାକୁ ପଡ଼ିବ। ଯଦି ରୋହିତ ଶର୍ମା ଆଗକୁ ହେବାକୁ ଥିବା ବର୍ଡର ଗାଭାସ୍କାର ଟ୍ରଫିରେ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ ନକରନ୍ତି ନାହିଁ ତେବେ ମୁଁ ଭାବୁଛି ସେ ଟେଷ୍ଟ କ୍ରିକେଟରୁ ଅବସର ନେବେ। କେବଳ ସେ ODI ଖେଳିବେ । ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ନେଇ ସାରିଛନ୍ତି । ଆମକୁ ମନେ ରଖିବାକୁ ହେବ ଯେ ସେମାନଙ୍କ ବୟସ ମଧ୍ୟ ବଢୁଛି। ସେ ଆଉ ଯୁବକ ନୁହଁନ୍ତି । ''

ଗାଭାସ୍କର ଟ୍ରଫି ଉପରେ ସାରା ଦେଶର ନଜର :

ଶ୍ରୀକାନ୍ତଙ୍କ କହିବା କଥା, ଯଦି ଚଳିତ ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 5ଟି ଟେଷ୍ଟ ମ୍ୟାଚରେ ସେ ଭଲ ପ୍ରଦର୍ଶନ ନକରନ୍ତି ତେବେ ସେ ଅବସର ନେଇପାରନ୍ତି । ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା ଅବସର ନେଇ କୌଣସି ସୂଚନା ଦେଇ ନାହାନ୍ତି । 22 ନଭେମ୍ବରରୁ 30 ଡିସେମ୍ବର ମଧ୍ୟରେ ଗାଭାସ୍କର ଚ୍ରଫି ଖେଳାଯିବ । ଏହି ସିରିଜରେ ଦଳର ଅଧିନାୟକ ରହିବେ ରୋହିତ । ନ୍ୟୁଜାଲାଣ୍ଡ ବିପକ୍ଷ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତର ପ୍ରଦର୍ଶନ କିପରି ରହୁଛି ତା ଉପରେ ସମସ୍ତଙ୍କ ନଜର ।

Last Updated : Nov 5, 2024, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.