ETV Bharat / state

ଯୁବ ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ, ସୁଧ କାରବାର ସନ୍ଦେହ - MURDER ATTEMPT TO SOCIAL WORKER

ସୁଧ କାରବାରକୁ ନେଇ ଭୁବନେଶ୍ବର ଜଣେ ଯୁବ ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି, ଥାନାରେ ମାମଲା ।

ରାଜଧାନୀରେ ଯୁବ ସମାଜସେବୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ରାଜଧାନୀରେ ଯୁବ ସମାଜସେବୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat odisha)
author img

By ETV Bharat Odisha Team

Published : Nov 5, 2024, 10:52 AM IST

ଭୁବନେଶ୍ୱର: ସୁଧ କାରବାର ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ରାଜଧାନୀର ପଳାଶପଲ୍ଲୀ ଛକରେ ଗତକାଲି (ସୋମବାର) ବିଳମ୍ବିତ ସଂଧ୍ୟାରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଶିବ ଶ୍ରୀଚନ୍ଦନ ଓ ସେ ଜଣେ ରକ୍ତଦାତା ତଥା ସମାଜସେବୀ ଭାବେ ପରିଚିତ । ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • ସୁଧ କାରବାର ପାଇଁ ଆକ୍ରମଣ ସନ୍ଦେହ !

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଶିବ ଶ୍ରୀଚନ୍ଦନ ପଳାଶପଲ୍ଲୀ ଛକ ନିକଟରେ ଥିବା ସମୟରେ କିଛି ଯୁବକ ଆସି ତାଙ୍କୁ ମାଡ ମାରିଥିଲେ । ଏହାର କିଛି ସମୟ ମଧ୍ୟରେ ପୁଣି ଆଉ ଏକ ଯୁବକଙ୍କ ଗୋଷ୍ଠୀ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ କିଛି ଲୋକ ଶିବଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମୁହଁ ଓ ମୁଣ୍ଡ ସମେତ ଶରୀର ଏକାଧିକ ସ୍ଥାନରେ ଶକ୍ତ ଆଘାତ ସହ ରକ୍ତ ସ୍ରାବ ମଧ୍ୟ ହୋଇଛି । ତେବେ ଏହି ଆକ୍ରମଣ ପଛରେ ସୁଧ କାରବାର ସମ୍ପର୍କିତ କାରଣ ଥିବା ପ୍ରାଥମିକ ଭାବେ ଜଣାପଡିଛି ।

ରାଜଧାନୀରେ ଯୁବ ସମାଜସେବୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ରାଜଧାନୀରେ ଯୁବ ସମାଜସେବୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା ମାମଲା; କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ, ନିଲମ୍ବିତ IICଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ - Suspended IIC Polygraph Test

  • ଏୟାରପୋର୍ଟ ଥାନା ପୋଲିସର ତଦନ୍ତ ଜାରି:-

ଏନେଇ ସୂଚନା ପାଇବା ପରେ ଏୟାରପୋର୍ଟ ଥାନା ଟିମ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଥିଲା । ଏନେଇ‌ କିଛି ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି । ଗତକାଲି ଘଟଣାସ୍ଥଳରେ ଥିବା ଜଣେ ସ୍ଥାନୀୟ ବାସିନ୍ଦା ଏସ.ଆର ଦାସ କହିଛନ୍ତି,‘‘ ସୁଧ କାରବାର ନେଇ ସେଠାରେ ଏକ ପ୍ରକାର ଭୟର ମାହୋଲ ଖେଳିଥିଲା‌ । କିଛି ଯୁବକ ସେଠାକୁ ଆସି ସନ୍ଧ୍ୟା ସମୟରୁ ଗଣ୍ଡଗୋଳ ଚଳାଇଥିଲେ । ଟଙ୍କା ନେଣଦେଣଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଆକ୍ରମଣର ରୂପ ନେଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.