ETV Bharat / state

AICC ବୈଠକରେ ରିଜୋଲିସନ, ଝାଡ଼ଖଣ୍ଡ-ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି - NEW ODISHA PCC PRESIDENT

ରାଜ୍ୟ କଂଗ୍ରେସ ମୁଖିଆ ଚୟନ ବୈଠକ ଶେଷ । ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବା ପରେ ଘୋଷଣା ହେବ ରାଜ୍ୟ କଂଗ୍ରେସର ନୂଆ ପିସିସି ସଭାପତି ।

New PCC chief
New PCC chief (ETV BHARAT ODISHA)
author img

By ETV Bharat Odisha Team

Published : Nov 5, 2024, 1:22 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ମୁଖିଆ କିଏ ହେବେ ସେନେଇ ଲାଗି ରହିଛି ସସପେନ୍ସ । କଂଗ୍ରେସ ପର୍ଯ୍ୟବେକ୍ଷକଙ୍କୁ ନେଇ ବଡ ବୈଠକ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନାମ ଘୋଷଣା ହୋଇପାରି ନାହିଁ । ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବା ପରେ ଘୋଷଣା ହେବ ରାଜ୍ୟ କଂଗ୍ରେସର ନୂଆ ପିସିସି ସଭାପତିଙ୍କ ନାମ । ଗତକାଲି କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଅନୁଷ୍ଠିତ ବୈଠକରେ ଏକ ରିଜୋଲୁସନ ପ୍ରସ୍ତୁତ ହୋଇଛି, ଆସନ୍ତା 23 ପରେ ଘୋଷଣା ହେବ ନୂତନ ସଭାପତିଙ୍କ ନାମ ।

''ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବେ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜଭୁତ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ । ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତେଇବାରେ ସମର୍ଥ ହେବ, ସେହିଭଳି ନେତାଙ୍କୁ ଚୟନ କରାଯିବ'' ବୋଲି କହିଛନ୍ତି AICC ଚୟନ କମିଟି ସଦସ୍ୟ ଚରଣ ଦାସ ମହନ୍ତ ।

AICC ବୈଠକରେ ରିଜୋଲିସନ, ଝାଡ଼ଖଣ୍ଡ-ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି (ETV Bharat Odisha)

କଂଗ୍ରେସ ଭବନରେ ବୈଠକ ଶେଷ :

ଗତକାଲି(ସୋମବାର) ରାଜ୍ୟ କଂଗ୍ରେସ ଭବନରେ ପ୍ରଥମ ପର୍ଯ୍ୟାୟ ବୈଠକ ବସିଥିଲା । ସବୁ ବିଧାୟକ ଏଵଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ମାରଥନ ବୈଠକ ବସିଥିଲା । କିଏ ଧରିବେ କଂଗ୍ରେସର ମଙ୍ଗ ? ତାକୁ ନେଇ ଦିନ ତମାମ ପିସିସି କାର୍ଯ୍ୟାଳୟ ଭିତରେ ଚାଲିଥିଲା ଆଲୋଚନା ପର୍ଯ୍ୟାଲୋଚନା । ଛତିଶଗଡ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଏଵଂ ମୀନାକ୍ଷୀ ନଟରାଜନ ଉପସ୍ଥିତିରେ ବସିଥିଲା ଏହି ବୈଠକ । ଏହି ଦୁଇ ନେତା AICC ପାଖରେ କାହା ନାଁ ରେ ମୋହର ମାରିବେ ତାକୁ ନେଇ ଦିନ ତମାମ କାର୍ଯ୍ୟାୟଳରେ ଲାଗିଥିଲା ଗହଳି । ଦଳର ସମସ୍ତ ନେତାଙ୍କୁ ଜଣ ଜଣ କରି କାହାକୁ ପିସିସି ସଭାପତି କଲେ ଭଲ ହେବ ବୋଲି ପ୍ରଶ୍ନ କରାଯାଇଥିଲା । ଜୟଦେବ, ଶ୍ରୀକାନ୍ତ, ନିରଞ୍ଜନ ଓ ଭକ୍ତ ଚରଣ ଦାସ କହିଛନ୍ତି,'' ଆମେ ଜଣେ ଯୋଗ୍ୟ ଏଵଂ ଦକ୍ଷ ଲୋକଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିଛୁ । ଲବି ଫବି କିଛି କାମ ଦେବନି । ଭୁବନେଶ୍ୱରରୁ ଫେରିଲା ପରେ ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିବେ ବୋଲି ଆମେ ଭାବୁଛୁ । ଯିଏ ବି ହେବେ ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ। କଂଗ୍ରେସକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ। ''

ଏହା ମଧ୍ୟ ପଢନ୍ତୁ-ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ନୂଆ ମୁଖିଆ ! AICC ପର୍ଯ୍ୟବେକ୍ଷକଙ୍କ ମାରାଥନ ବୈଠକ

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଆସୁଛନ୍ତି କଂଗ୍ରେସର ଦୁଇ ପର୍ଯ୍ୟବେକ୍ଷକ: 4ରେ ବଡ଼ ବୈଠକ, ଖୁବଶୀଘ୍ର ନୂଆ ପିସିସି ସଭାପତି

ଏହା ମଧ୍ୟ ପଢନ୍ତୁ ...ପିସିସି ପୁନଃଗଠନ ପ୍ରକ୍ରିୟା ଆରମ୍ଭ, ଓଡ଼ିଶା ଆସୁଛନ୍ତି ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନ

ଯିଏ ସରକାରଙ୍କ ସହ ଲଢ଼ି ପାରିବ ସେପରି ମୁଖିଆ ଦରକାର :

ଷ୍ଟିଅରିଂ କମିଟି ଅଧ୍ୟକ୍ଷ ମହମ୍ମଦ ମୋକିମ କହିଛନ୍ତି, ''ମୁଁ କଂଗ୍ରେସର କାମ କରୁଛି କରୁଥିବି, ହାଇ କମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବି । ଯିଏ ସରକାରଙ୍କ ସହ ଲଢି ପାରିବ, କୌଣସି କଥାରେ ଯିଏ ସାଲିସ କରିବ ନାହିଁ, ସାଢେ ଚାରି କୋଟି ଓଡ଼ିଆଙ୍କ ସମସ୍ୟାକୁ ଯିଏ ଉପସ୍ଥାପିତ କରିପାରିବ ସେପରି ବ୍ୟକ୍ତି ଆମର ଆବଶ୍ୟକ ଅଛି । ସେପରି ବ୍ୟକ୍ତି ପାଇଁ ମଧ୍ୟ ସୁପାରିସ କରିଛି । ''

ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଆମର ସହମତି:

ବିଧାୟକ ତାରା ବାହିନୀପତି କହିଛନ୍ତି, ''ମୋତେ ପଚାରିଥିଲେ ପିସିସି ସଭପତି ପାଇଁ କିନ୍ତୁ ମୁଁ କହିଲି ହେଲେ ଭଲ ନହେଲେ ବି ଭଲ । ରାହୁଲ, ସୋନିଆ, ଏବଂ ଖଡଗେ ଯାହା ଉପରେ ମୋହର ମାରିବେ ଆମର ସବୁ ନେତା ସେଥିରେ ସହମତି ପ୍ରଦାନ କରିବୁ । ଏକ ରିଜୋଲୁସନ ପାସ ହେଇଛି । କଂଗ୍ରେସରେ ଦକ୍ଷତା କାମ ଦେବ, ଲବି ଆଉ କାମ ଦେବନି । ସବୁ ଦଳରେ ଗୋଷ୍ଠୀ କନ୍ଦଳ ହୁଏ, କଂଗ୍ରେସରେ ବି ସେମିତି ହୁଏ । ସ୍ୱଚ୍ଛ, ନିର୍ମଳ, ଦୁର୍ନୀତି ମୁକ୍ତ ନେତାକୁ କରିବା ଉଚିତ । ମତେ ଏକୁଟିଆ ଡାକି କି ପଚାରିଥିଲେ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.