ETV Bharat / state

ଓଡ଼ିଆ ଯୁବତୀ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ, 'ପ୍ରବାସୀଙ୍କୁ ନ୍ୟାୟ ଓ ସୁରକ୍ଷା ଆମ ଦାୟିତ୍ବ' କହିଲେ ମୁଖ୍ୟମନ୍ତ୍ରୀ - ODIA WOMAN GANGRAPE CASE IN DELHI

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Odisha woman Gangrape case in Delhi
Odisha woman Gangrape case in Delhi (ETV BHARAT ODISHA)
author img

By ETV Bharat Odisha Team

Published : Nov 5, 2024, 1:36 PM IST

ଭୁବନେଶ୍ବର: ନୂଆଦିଲ୍ଲୀ ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ । ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଗସ୍ତରେ ଯାଇ ଏପରି ପ୍ରତିକ୍ରିୟା ରଖି ପ୍ରବାସୀ ଓଡ଼ିଆଙ୍କୁ ନ୍ୟାୟ ଓ ସୁରକ୍ଷା ଦାୟିତ୍ୱ ଆମର ବୋଲି କିହଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି , "ଗତ ୧୬ ତାରିଖରେ ନୂଆଦିଲ୍ଲୀ ଗସ୍ତ ସମୟରେ ମୁଁ ଘଟଣା ଉପରେ ସମୀକ୍ଷା କରିଥିଲି । ଦିଲ୍ଲୀ ପୋଲିସ ସହ ଏ ସମ୍ପର୍ରେ ଆଲୋଚନା ହୋଇଥିଲା । ଦିଲ୍ଲୀ ପୋଲିସ ଅନୁସନ୍ଧାନ କରି ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି । ମାମଲାରେ ବ୍ୟବହୃତ ଅଟୋ ରିକ୍ସା ଜବତ ହୋଇଛି । ତଦନ୍ତ ତ୍ୱରାନ୍ୱିତ କରିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଦିଲ୍ଲୀ ପୋଲିସକୁ ଅନୁରୋଧ କରାଯାଇଛି । ବିଭିନ୍ନ ସମୟରେ ସମସ୍ୟାରେ ପଡିଥିବା ପ୍ରବାସୀଙ୍କ ସୁରକ୍ଷା ଲାଗି ତ୍ୱରିତ ପଦକ୍ଷେପ ନେଇଛନ୍ତି ବିଜେପି ସରକାର । ପ୍ରବାସୀଙ୍କ ସୁରକ୍ଷା ଲାଗି ଓଡିଶା ସରକାର ଦୃଢ଼ ଭାବେ ଛିଡା ହେବେ । ସେମାନଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।"

ଏହା ମଧ୍ୟ ପଢନ୍ତୁ-ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଦିଲ୍ଲୀ ମୁଖ୍ୟ ଶାସନ ସଚିବ-ପୋଲିସ କମିଶନରଙ୍କୁ NHRCର ନୋଟିସ

ଏହା ମଧ୍ୟ ପଢନ୍ତୁ-ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

ପ୍ରବାସୀଙ୍କୁ ନ୍ୟାୟ ଓ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଅକ୍ଟୋବର 11 ତାରିଖରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି । ରାଜ୍ୟ ସରକାର ଦିଲ୍ଲୀ ପୋଲିସ ସହ ସମନ୍ୱୟ ରଖି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦିଲ୍ଲୀ ଆଣିଥିଲେ । ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନି 15 ଅକ୍ଟୋବରରୁ 20 ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀରେ ରହିଥିଲେ । ଉକ୍ତ ମାମଲାରେ ସେ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ ରଖିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସେ ନଜର ରଖିଥିଲେ । "

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଅକ୍ଟୋବର 12 ତାରିଖ ଭୋର ସମୟରେ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଦିଲ୍ଲୀ ଏମ୍ସ (AIIMS )ରେ ଭର୍ତ୍ତି କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଥିଲେ ରାଜ୍ୟ ସରକାର । ଘଟଣାର ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.