ଓଡିଶା

odisha

By ETV Bharat Odisha Team

Published : Apr 16, 2024, 4:49 PM IST

ETV Bharat / state

ମୋକିମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ, ୨୨ରେ ପରବର୍ତ୍ତୀ ଶୁଣାଣି - ORHDC Loan Scam

ORHDC Loan Scam: ଓଆର୍‌ଏଚ୍‌ଡିସି ଋଣ ଦୁର୍ନୀତି ମାମଲା । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଅଧିକ ପଢ଼ନ୍ତୁ

ORHDC Loan Scam
ORHDC Loan Scam

କଟକ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଓଆର୍‌ଏଚ୍‌ଡିସି ଋଣ ଦୁର୍ନୀତି ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୋକିମ । ଏହି ମାମଲାର ଆଜି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇନଥିବାବେଳେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫଦାରୀ ଉପରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ମୋକିମଙ୍କୁ ଭରସା ସୁପ୍ରିମକୋର୍ଟ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୋକିମ । କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ଦେବାକୁ ଆବେଦନରେ ପାର୍ଥନା କରିଛନ୍ତି ମୋକିମ । ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପାର୍ଥନା କରିଛନ୍ତି । ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଯିବା ପାଇଁ ମଧ୍ୟ ଏହି ଆବେଦନରେ ଦର୍ଶାଇଛନ୍ତି ମୋକିମ । ତେବେ ମାମଲାର ଶୁଣାଣି ଆସନ୍ତା ଏପ୍ରିଲ 22 ତାରିଖକୁ ଧାର୍ଯ୍ୟ କରାଯାଇଛି ।

ହାଇକୋର୍ଟରୁ ମିଳିନଥିଲା ଆଶ୍ବସ୍ତି: ORHDC (Odisha Rural Housing & Development Corporation) ଋଣ ଦୁର୍ନୀତି ମାମଲାରେ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୨୦୨୨ ଅକ୍ଟୋବରରେ ମୋକିମ ଓ ଅନ୍ୟମାନଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହା ସହିତ 10 ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଥିଲେ । ଏହି ରାୟକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲେ ମୋକିମ । ହେଲେ କୌଣସି ସୁଫଳ ମିଳିନଥିଲା । ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୋକିମ ।

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଲେ ମୋକିମ, ଏବେ ଏକମାତ୍ର ଭରସା ସୁପ୍ରିମକୋର୍ଟ - Moquim on High Court Judgment

ପ୍ରକାଶ ଥାଉ, ଓଆର୍‌ଏଚ୍‌ଡିସି ଋଣ ଦୁର୍ନୀତି ମାମଲାରେ ୨୦୨୨ ଅକ୍ଟୋବରରେ ବାରବାଟୀ-କଟକ ବିଧାୟକ ମୋକିମଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ମୋକିମଙ୍କ ସହ ପୂର୍ବତନ ଆଇଏଏସ୍‌ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତିରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଥିଲା । ଏହି ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରବ୍ଦ ହେବାର ସମ୍ଭାବନା ବଢିଥିଲା । ଏହାପରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟ ଯାଇଥିଲେ । ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଶୁଣାଣି ଶେଷ କରି ନିମ୍ନ ଅଦାଲତଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଏହାପରେ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା ଉପୁଜିଛି । ତେବେ ମୋକିମ ବର୍ତ୍ତମାନ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details