ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯାଇ ଧାନ ବିକ୍ରି ଜାରି ରହିଛି । ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ ସରକାର କିଣି ସାରିଲେଣି ଓ 4 ଲକ୍ଷ 99 ହଜାର 778 ଜଣ ଚାଷୀ ପାଇଲେଣି ଧାନର ମୂଲ୍ୟ ପାଇସାରିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଏହା ମଧ୍ୟ ପଢନ୍ତୁ-ବାଲେଶ୍ୱରରେ 27ରୁ ଧାନ କିଣା, ମନ୍ତ୍ରୀ କହିଲେ ହଇରାଣ ହେବେନି ଚାଷୀ - PADDY PROCUREMENT ₹
ଧାନ ବିକ୍ରିକୁ ନେଇ କଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ?
ଧାନ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ''ରାଜ୍ଯରେ ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ କିଣିଲେଣି ସରକାର । 4 ଲକ୍ଷ 99 ହଜାର 778 ଜଣ ଚାଷୀ ପାଇଲେଣି ଧାନର ମୂଲ୍ୟ । 1904 କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ 7379 କୋଟି ଟଙ୍କା ଚାଷୀଙ୍କୁ ଧାନର ମୂଲ୍ୟ ଦେଇଛନ୍ତି ସରକାର । ଧାନକିଣା ଠିକ ଭାବରେ ଚାଲିଛି । ଯେଉଁଠି ଅଫିସର ମାନେ ଅଣଦେଖା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ମଧ୍ୟ ଏହା ଜାର ରହିବ । ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ ।