ଭୁବନେଶ୍ୱର: ରାସନ କାର୍ଡ ନେଇ ପୁଣି ବଡ ଅପଡେଟ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, "ଆୟକର ରିଟର୍ଣ୍ଣ ଦେଉଥିଲେ ବି ପାଇବେ ରାସନ ସାମଗ୍ରୀ ଆୟକର ରିଟର୍ଣ୍ଣ ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ସେଥିପାଇଁ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ ।"
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ରଙ୍କ ସୂଚନା ଯେ ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି । କିନ୍ତୁ କାହାର କାର୍ଡ କାଟିବନି । ଲିଷ୍ଟ ଯାଇଛି ଅଧିକାରୀମାନଙ୍କ ପାଖକୁ। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ତାପରେ କାର୍ଡ କଟିବ। ଆଜି ବି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ବି ପଢନ୍ତୁ- ୩ ଲକ୍ଷ ୨୮ ହଜାର ଭୂତ ରାସନକାର୍ଡ ! ମଲା ଲୋକଙ୍କୁ ଚାଉଳ ଦେଉଥିଲା ବିଜେଡି ସରକାର: କୃଷ୍ଣଚନ୍ଦ୍ର ପାତ୍ର - SUPPLY MINISTER ON RATION CARD
ଆୟକର ଫାଇଲ କରିଥିଲେ କଟିବନି ରାସନ କାର୍ଡ
- ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ
- ଅଧିକାରୀ ‘ଡୋର ଟୁ ଡୋର’ ବୁଲି ସର୍ଭେ କରିବେ
- ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହିବ କହିଲେ ମନ୍ତ୍ରୀ
"ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ । ଧନୀ ଲୋକ ହାତେଇ ଥିଲେ କଟିବ । ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି କଟିଛି ବିଭାଗକୁ ଜଣାନ୍ତୁ । ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ । ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି । ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ । ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ। ଆମ ସରକାର କୌଣସି ଗରିବ ଲୋକଙ୍କ ରାସନ କାର୍ଡ କାଟିବେ ନାହିଁ । ଯଦି କାହାର କଟିଛି ଆମକୁ ତୁରନ୍ତ ଜଣାନ୍ତୁ । ଆମେ ସଙ୍ଗେ ସଙ୍ଗେ ପଦକ୍ଷେପ ନେବୁ। ସେହିପରି ଯେଉଁମାନେ ନୂତନ ରାସନ କାର୍ଡ ଆବେଦନ କରିଛନ୍ତି ସେମାନଙ୍କ ଉପରେ ତର୍ଜମା ଚାଲିଛି। ବହୁତ ଜଲଦି ନୂଆ ରାସନ କାର୍ଡ ମିଳିବ," ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ମାର୍ଚ୍ଚ ୩୧ ଧାନ କିଣା ଡେଡ୍ଲାଇନ-
- ମାର୍ଚ୍ଚ ୩୧ ପରେ ଆଉ ହେବନି ଧାନ କିଣା
- ଏଯାବତ ୬୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ
- ଧାନ ସଂଗ୍ରହର ୯୦% ଟାର୍ଗେଟ ସରିଲାଣି
ସେପଟେ ଧାନ କିଣାକିଣିକୁ ନେଇ ମନ୍ତ୍ରୀ କହିଛନ୍ତି, "ମାର୍ଚ୍ଚ 31 ହେଉଛି ଧାନ କିଣାର ଡେଡଲାଇନ । ମାର୍ଚ୍ଚ 31 ପରେ ଆଉ ଧାନ କିଣା ହେବ ନାହିଁ । ବର୍ତ୍ତମାନ ସୁଦ୍ଧା 65 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରଯାଇସାରିଛି । ଟାର୍ଗେଟର 90% ଧାନ ସଂଗ୍ରହ ହୋଇସାରିଲାଣି । ମାର୍ଚ୍ଚ 31 ପରେ ଆଉ ଧାନ କିଣିବେ ନାହିଁ ସରକାର କାରଣ ରବି ଫସଲ ସମୟ ହୋଇଗଲାଣି । ରବି ଫସଲ କୁ ବି ଦେଖିବାକୁ ପଡ଼ିବ," ବୋଲି କହିଛନ୍ତି ।