ସୁନ୍ଦରଗଡ଼:ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତିକୁ ନେଇ ଘଟିଲା ଗୋଷ୍ଠୀ ସଂଘର୍ଷ । ରକ୍ତରେ ଭିଜିଲା ଯାଯାବର ଆଶ୍ରୟସ୍ଥଳୀ । ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 3 ଜଣ ମହିଳା ରହିଥିବା ବେଳେ ଦୁଇ ଜଣ ପୁରୁଷ ରହିଛନ୍ତି । 4 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।
ପରକୀୟା ପ୍ରୀତିରୁ ଗଡିଲା ମୁଣ୍ଡ:
ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛି । ସେମାନଙ୍କ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣା ସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ପହଞ୍ଚି ତଦନ୍ତ କରୁଛନ୍ତି । ସଦର ଏସଡିପିଓ ଥାନା ଆଇଆଇସି ଏବଂ ଚାରି ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଏକ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ମୃତକ ଗୋଷ୍ଠୀ ମହାରାଷ୍ଟ୍ରର ହୋଇଥିବା ବେଳେ, ଆକ୍ରମଣକାରୀ ଗୋଷ୍ଠୀ ଆନ୍ଧ୍ରପ୍ରଦେଶର ହୋଇଥିବା ଜଣାପଡ଼ିଛି । ଘଟଣା ପରେ ମେଡିକାଲରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ।
NOMADIC PEOPLE GROUP CLASH (Etv Bharat Odisha) ଏହା ମଧ୍ୟ ପଢନ୍ତୁ-ମାଛ ଝୋଳ ପାଇଁ ଗଡ଼ିଲା ମୁଣ୍ଡ, ହୋଟେଲ ରୋଷେୟାକୁ ହତ୍ୟା କଲା ନାନ୍ ମିସ୍ତ୍ରୀ
ଏହା ମଧ୍ୟ ପଢନ୍ତୁ-ପୁଅର ଜୀବନ ନେବାକୁ ପଛାଇଲାନି ନୃଶଂସ ବାପା, ଦେବଦୂତ ସାଜିଲା ପୋଲିସ
ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ:
ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଦୁଇ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି । ଗୋଟିଏ ଯାଯାବର ଦଳର ଅବିନାଶ ପାୱାରର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ କାହା ସହିତ ପଳାଇଥିଲା । ପରେ ଅବିନାଶ ଅନ୍ୟ ଗୋଷ୍ଠୀର ଜଣେ ମହିଳାଙ୍କୁ ପାଖରେ ଆଣି ରଖିଥିଲେ । ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଅନ୍ୟ ଯାଯାବର ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଜଣ ଲୋକ ଆସି ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ତାର ସ୍ତ୍ରୀ ଆହତ ହୋଇଥିଲେ। ଏହି ଘଟଣା ପରେ ଅବିନାଶର ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ଆକ୍ରମଣକାରୀ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ତନାଘନା ଚଳାଇଛି । ସଦର ଏସଡିପିଓ, ଏସପି ଏବଂ ଡିଆଇଜି ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ବର୍ତ୍ତମାନ ପୋଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ