ପୁରୀ:ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ଅଯୋଧ୍ୟା ସମେତ ସାରା ଦେଶରେ ଖୁସିର ମାହୋଲ । ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି । ୱାର୍ଲ ରେକର୍ଡରେ ସ୍ଥାନ ପାଇଛି ତାଙ୍କ ଦ୍ୱାରା ନିର୍ମିତ ବାଲୁକା କଳା । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତି ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ । ଏନେଇ ୱାର୍ଲ୍ଡ ବୁକ୍ ରେକର୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ରେକର୍ଡ ସାର୍ଟିଫିକେଟକୁ ସୁଦର୍ଶନଙ୍କୁ ପ୍ରଦାନ କରିଛନ୍ତି । ନିଜେ ଯୋଗୀ ଆଦିତ୍ୟନାଥ ବାଲୁକା ଚିତ୍ରକଳା ସମ୍ମୁଖରେ ମୋବାଇଲରେ ସେଲ୍ଫି ମଧ୍ୟ ନେଇଥିଲେ। ଏହି ବିଶ୍ଵ ରେକର୍ଡ କିର୍ତ୍ତୀମାନ ପାଇଁ ଯୋଗୀ ଆଦିତ୍ୟନାଥ ସୁଦର୍ଶନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଏହି ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳାରେ ନିର୍ମାଣ କରିଥିଲେ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ 23 ଫୁଟ୍ ଉଚ୍ଚତା,ଲମ୍ବ 55 ଫୁଟ୍ ଏବଂ ଓସାର 35 ଫୁଟର ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଯେଉଁ ବାଲୁକା ଚିତ୍ରକଳାରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମୁଖମଣ୍ଡଳକୁ ସ୍ଥାନ ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ - ଅଯୋଧ୍ୟାରେ ସୁଦର୍ଶନଙ୍କ ବାଲୁକା କଳା; ପ୍ରସ୍ତୁତ କଲେ ରାମଲାଲାଙ୍କ ବିଶାଳ କଳାକୃତି