ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ଗଣ୍ଡଗୋଳ ଓ ଅପରାଧ । କଥା କଥାକେ ମାରପିଟ୍ ଓ ମୁହାଁମୁହିଁ ଭଳି ସ୍ଥିତି ଉପୁଜୁଛି । ଥାନାରେ ବଢୁଛି ଅପରାଧିକ ରିପୋର୍ଟ । ଭୁବନେଶ୍ୱରରେ ଏଭଳି ଛୋଟମୋଟ ଗଣ୍ଡଗୋଳ ପୋଲିସର ଚିନ୍ତା ବଢାଇଛି । କାରଣ ପୂର୍ବ ବର୍ଷ ତୁଳନାରେ ଗତବର୍ଷ ଅର୍ଥାତ୍ 2024ରେ 35ପ୍ରତିଶତ ଅଧିକ ରେକର୍ଡ ହୋଇଛି ।ପୋଲିସ ଜାରି କରିଥିବା ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ ହୋଇଛି । ସେପଟେ କଟକରେ କିନ୍ତୁ ଏଭଳି ମାମଲା କମିଥିବା ଜଣାପଡ଼ିଛି।
ରାଜଧାନୀରେ ବଢୁଛି ଅପରାଧ:
ଗତ 2023 ବର୍ଷରେ 6 ହଜାର 926ଟି କେସ ରିପୋର୍ଟ ହୋଇଥିବାବେଳେ ଗତବର୍ଷ ଅର୍ଥାତ 2024ରେ ଥାନାରେ 9ହଜାର 379ଟି ମାମଲା ରିପୋର୍ଟ ହୋଇଛି । ଦୁଇ ବର୍ଷର ତଥ୍ୟ ଦେଖିଲେ ପୂର୍ବ ବର୍ଷ ଅପେକ୍ଷା 35 ପ୍ରତିଶତ ଅଧିକ ରହିଥିବା ଜଣାପଡିଛି । କିନ୍ତୁ କଟକରେ 2023 ଅପେକ୍ଷା 5 ହଜାର 412ଟି ମାମଲା ରିପୋର୍ଟ ହୋଇଥିବାବେଳେ 2024ରେ 5 ହଜାର 238ଟି ମାମଲା ରିପୋର୍ଟ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । କେତେବେଳେ ସାଇଡ୍ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ ତ କେତେବେଳେ ଛୋଟ ଛୋଟ ଘଟଣାକୁ ନେଇ ହିଂସା । କମିଶନରେଟ୍ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଦେଖିବାକୁ ଗଲେ ଏସବୁ ସମାଧାନ କରିବା ସହଜ ହୋଇପାରିନାହିଁ । ସେମାନଙ୍କୁ ପୋଲିସ ଆଶ୍ଵାସନା ଦେବା ସହ ଥାନାରେ ଫଇସଲା କରୁଛି । ନଚେତ୍ ପରବର୍ତ୍ତୀ ସମୟରେ ଜାମିନରେ ଛଡାଯାଉଛି ।
ଏହା ବି ପଢନ୍ତୁ...ଦୁର୍ନୀତି ରୋକିବାକୁ ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ଭିଜିଲାନ୍ସ ବିଭାଗରେ ୪୮ ନୂଆ ପଦବୀ
ଏହା ବି ପଢନ୍ତୁ...2024ରେ ବଡ଼ ଟେକ୍ ଓ ସାଇବର ଅପରାଧ; ଠକାମିର ଶିକାର ହେଲେ ଲକ୍ଷ ଲକ୍ଷ ଲୋକ
କଟକ ତୁଳନାରେ ଭୁବନେଶ୍ବରରେ ଅଧିକ ଗଣ୍ଡଗୋଳ:
ସେହିପରି ଅନ୍ୟର ଟଙ୍କାକୁ ହଡପ କରିବା, ବେଆଇନ ଉପାୟରେ ଟଙ୍କା ଠକେଇ କରିବା କିମ୍ବା ଅନ୍ୟକୁ ମିଛ ପ୍ରଲୋଭନ ଦେଖାଇ ଟଙ୍କା ହଡପ କରିବା ଭଳି ଘଟଣା ନଜରକୁ ଆସୁଛି। ଏଭଳି ଠକାମୀ ଭଳି ଘଟଣା ମଧ୍ୟ ଭୁବନେଶ୍ୱରରେ ପୋଲିସ ପାଇଁ ଚିନ୍ତାଜନକ ବିଷୟ ହୋଇଛି । 2023 ଅପେକ୍ଷା 2024 ରେ ତାହା 30ପ୍ରତିଶତ ବଢିଛି । ଅର୍ଥାତ୍ 2023ରେ ଭୁବନେଶ୍ୱରରେ ଠକେଇ ଅଭିଯୋଗ 1005 ହୋଇଥିବାବେଳେ କିନ୍ତୁ 2024ରେ 1ହଜାର 314ଟି ମାମଲା ଦାୟର ହେଉଛି । କେଉଁଠି ଟଙ୍କା ନେଇ ଅନଲାଇନ ବା ଚେକ୍ ଜରିଆରେ କାରବାର ନେଇ ରିପୋର୍ଟ ହେଉଛି ତ ଆଉ କେଉଁଠି ଜାଗା ବାଡି ନେଇ କିମ୍ବା ଗାଡି ମୋଟର ଓ ଜିନିଷ କିଣା ବିକାକୁ ପାଥେୟ କରି ଠକେଇର ହେଉଛି । ଅଧିକାଂଶ କ୍ଷେତ୍ରରେ ରିପୋର୍ଟ ଜମି ଓ ଜାଗା ବାଡି ବା ପ ଇସା ଡବଲ କରାଇବା ଲୋଭ ଦେଖାଇ ଠକେଇ ହେଉଛି । ଯେରିକି ଚିଟଫଣ୍ଡ ଭଳି ଠକେଇ କରିବା । ତେବେ ଅନ୍ୟ ଅପରାଧ ରିପୋର୍ଟ ଦେଖିଲେ ଚୋରି , ଡକାୟତି , ରାହାଜାନି ଓ ଅନ୍ୟାନ୍ୟ ଅଭିଯୋଗ 23 ତୁଳନାରେ କମିଛି । କିନ୍ତୁ କଟକ ଅପେକ୍ଷା ଭୁବନେଶ୍ୱର ଅଧିକ କେସ ରିପୋର୍ଟ ହେଉଛି । ଅର୍ଥାତ୍ 14ହଜାର 392ଟି କେସ ରିପୋର୍ଟ ହୋଇଥିବାବେଳେ 2023ରେ 11ହଜାର 975ଟି କେସ ରହିଥିଲା। କଟକରେ 2023ରେ 7,435ଟି କେସ ରିପୋର୍ଟ ହୋଇଥିବାବେଳେ 2024ରେ 7,221ଟି କେସ ରିପୋର୍ଟ ହୋଉଛି। ଯାହାକି ପୂର୍ବ ବର୍ଷ ତୁଳନାରେ କମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର