ETV Bharat / state

ନୂଆବର୍ଷରେ ୨୫ ପ୍ରକଳ୍ପକୁ ମଞ୍ଜୁରୀ; ୪୨୨୨ କୋଟି ନିବେଶ, ୧୫ ହଜାର ନିଯୁକ୍ତି - NEW INDUSTRIAL PROJECTS

ନୂଆବର୍ଷରୁ ଶିଳ୍ପାୟନର ନୂଆ ଅଧ୍ୟାୟ ଆରମ୍ଭ । ରାଜ୍ୟରେ ୪ ହଜାର ୨୨୨ କୋଟି ୨୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟିଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 2, 2025, 6:51 AM IST

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଶିଳ୍ପାୟନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ବର୍ଷ ଆରମ୍ଭରୁ ରାଜ୍ୟରେ ୪ ହଜାର ୨୨୨ କୋଟି ୨୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟିଛି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୨୫ଟି ନୂଆ ଶିଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୪ ହଜାର ୪୯୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦନ ଲାଗି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ତଥ୍ୟ ଉପସ୍ଥାପନ କରିଛନ୍ତି ।

୧୧ଟି ଜିଲ୍ଲାରେ ଶିଳ୍ପ:

ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଔଷଧ, ବୟନ ଶିଳ୍ପ, ପୋଷାକ ଶିଳ୍ପ, ପ୍ଲାଷ୍ଟିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ପର୍ଯ୍ୟଟନ ଭଳି ୧୬ଟି କ୍ଷେତ୍ର ଉପରେ ଆଧାରିତ । ଏହି ସବୁ ଶିଳ୍ପ ରାଜ୍ୟର ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଅନୁଗୋଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୁନ୍ଦରଗଡ, କନ୍ଧମାଳ ଜିଲ୍ଲାରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଶିଳ୍ପର ବିକାଶକୁ ତ୍ବରାନ୍ବିତ କରିବାକୁ ହେବାକୁ ଥିବା ଉତ୍କର୍ଷ ଓଡିଶା କନକ୍ଲେଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁରରେ ହୋଇଥିଲା ରୋଡ ଶୋ' । ଏଥିରେ ଆକର୍ଷିତ ହୋଇ ୧୬ଟି ବିଭିନ୍ନ କ୍ଷେତ୍ରର ଶିଳ୍ପ ସଂସ୍ଥା ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

SLSWCA meeting
SLSWCA meeting (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସାମୁହିକ ଦାୟିତ୍ୱ ସହ କାର୍ଯ୍ୟ କଲେ ସରକାରଙ୍କ କାର୍ଯ୍ୟକ୍ରମ ହେବ ସଫଳ: ମୁଖ୍ୟମନ୍ତ୍ରୀ - CM MEETING WITH OFFICIALS

ଏହା ମଧ୍ୟ ପଢନ୍ତୁ-‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ଶିଳ୍ପର ବିକାଶ ଯୁବପୀଢିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ:

SLSWCA meeting
SLSWCA meeting (ETV BHARAT ODISHA)
ପୁଞ୍ଜିନିବେଶ ପାଇଁ ଆଗ୍ରହୀ ୨୫ ଶିଳ୍ପ ସଂସ୍ଥାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି । ରାଜ୍ୟରେ ଶିଳ୍ପର ବିକାଶ ଧାରା ବଜାୟ ରଖିବାକୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ଆଗାମୀ ଦିନରେ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ ସହ ଯୁବପୀଢିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ସୋଭା ସୋଲାର ଲିମିଟେଡ ପକ୍ଷରୁ ଅନୁଗୋଳରେ ୩୮୦ କୋଟି ଟଙ୍କା ପୁଞ୍ଜିନିବେଶରେ ଜିଡବ୍ଲ ସୋଲାର ସେଲ ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ । ଏଥିରେ ୮୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ହିରୋ ଲ୍ୟାନ୍ସ ପକ୍ଷରୁ ଗଞ୍ଜାମରେ ୭୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଫର୍ମାସ୍ୟୁଟିକାଲ କାରଖାନା ପ୍ରତିଷ୍ଠା କରାଯିବ । ୨୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ।ସେହିପରି ଅନୁଭବ ଆପାରେଲ୍ସ ପକ୍ଷରୁ ଖୋର୍ଦ୍ଧାରେ ବୟନ ଓ ପୋଷାକ କାରଖାନା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ୫୨ କୋଟି ନିବେଶରେ ୨୬୦୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ଆଦିଷ୍ଟମ ଭେଞ୍ଚର ପକ୍ଷରୁ ଖୋର୍ଦ୍ଧାରେ ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେବ । ସେଥିରେ ୨୪୦୦ ନିଯୁକ୍ତି ସୁଯୋଗ ରହିଥିବା ବେଳେ ନିବେଶ ହେବ ୧୩୯ କୋଟି । ଗଞ୍ଜାମରେ ଗଣେଶ ଇକୋ ପେଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା କରାଯିବ । ୫୨୦ କୋଟି ନିବେଶରେ ୫୦୦ ନିଯୁକ୍ତି ସୁଯୋଗ ରହିଛି । ସ୍ୱାଜି ନ୍ୟୁଟ୍ରିସନାଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ହେବ । ୪୩୩ କୋଟି ନିବେଶରେ ୧୦୩୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
SLSWCA meeting
SLSWCA meeting (ETV BHARAT ODISHA)
ସେହିପରି ସାଲିମାର ଗ୍ଲାସ ଓ୍ୱାର୍କ ଖୋର୍ଦ୍ଧାରେ ୫୩୧ କୋଟିର ପୁଞ୍ଜିନିବେଶରେ ପ୍ୟାକେଜିଂ କରଖାନା ପ୍ରତିଷ୍ଠା କରାଯିବ । ୪୦୦ ଜଣଙ୍କୁ ନିଯୁକ୍ତି ସୁବିଧା ମିଳିବ । ଶ୍ୟାମ ମେଟାଲିକ୍ସ ପକ୍ଷରୁ ସମ୍ବଲପୁରରେ ୭୧୦ କୋଟିର ପୁଞ୍ଜିନିବେଶରେ ମିନେରାଲ୍ସ ଓ ରେୟାର ଆର୍ଥ କାରଖାନା ପ୍ରତିଷ୍ଠା କରାଯିବ । ୩୫୦ ନିଯୁକ୍ତି ସୁଯୋଗ ରହିଛି ।ବିସଲେରି ପକ୍ଷରୁ ଖୋର୍ଦ୍ଧାରେ ୧୬୫ କୋଟିର ପୁଞ୍ଜିନିବେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ୪୯୦ ଜଣଙ୍କୁ ନିଯୁକ୍ତି ମିଳିବ । ନବରଙ୍ଗପୁରରେ ରାରେଇନ ଫ୍ଲୁଇଡ଼ଟେକ ପକ୍ଷରୁ ୧୬୭ କୋଟି ନିବେଶରେ ପ୍ଲାଷ୍ଟିକ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିରେ ୧୧୫୩ ନିଯୁକ୍ତି ସୁଯୋଗ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.