ETV Bharat / state

ଦୁର୍ନୀତି ରୋକିବାକୁ ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ଭିଜିଲାନ୍ସ ବିଭାଗରେ ୪୮ ନୂଆ ପଦବୀ - ODISHA VIGILANCE

ଭିଜିଲାନ୍ସ ବିଭାଗରେ ବାହାରିଲା ୪୮ ନୂଆ ପଦବୀ । ୮ ଅତିରିକ୍ତ ଏସପି, ୨୪ ଡିଏସପି ଓ ୧୬ ସବଇନ୍ସପେକ୍ଟର ପଦବୀ ସୃଷ୍ଟି ହୋଇଛି ।

Odisha Vigilance
Odisha Vigilance (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 6:23 AM IST

ଭୁବନେଶ୍ବର: ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସପି, ୨୪ଟି ଡିଏସପି ପଦବୀ ଓ ୧୬ ଟି ସବଇନ୍ସପେକ୍ଟର ପଦବୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସପି, ୨୪ଟି ଡିଏସପି ପଦବୀ ଓ ୧୬ ଟି ପୋଲିସ ସବ ଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି ।

ଏମାନଙ୍କ ନାଁରେ ମାମଲା:

୨୦୨୪ ବର୍ଷରେ ଭିଜିଲାନ୍ସ ୨୦୦ ଟି ଅପରାଧିକ ମାମଲାରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ଗିରଫ କରିଥିଲେ । ୫୦ ଜଣ କ୍ଲାସ ୱାନ ଅଧିକାରୀ, ୬ ଜଣ ମୁଖ୍ୟ ଯନ୍ତ୍ରୀ, ଅବକାରୀ ବିଭାଗର ଯୁଗ୍ମ କମିଶନର, ମତ୍ସ୍ୟ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକ, ଦୁଇ ଜଣ ସହାୟକ କମିଶନର ସିଟି ଏବଂ ଜିଏସଟି, ଜେଲ ସୁପ୍ରିଟେଣ୍ଡେଣ୍ଟ, ଉପ ଜିଲ୍ଲାପାଳ, ଦୁଇ ଜଣ ତହସିଲଦାର, ଦୁଇ ଜଣ ବିଡ଼ିଓ, ୩ ଜଣ ଯୋଗାଣ ଅଧିକାରୀ ପ୍ରମୁଖଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ କରିଛି । ସେହିପରି ୧୮୧ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେଥିରେ ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରାଜସ୍ୱ ଅଧିକାରୀ, ୨୦ ଜଣ ପଞ୍ଚାୟତରାଜ ଅଧିକାରୀ, ୯ ଜଣ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ଜଣ ଜଙ୍ଗଲ ଅଧିକାରୀ ପ୍ରମୁଖଙ୍କୁ ଗିରଫ କରାଯାଇଛି । ୬୦ ଟି ଆୟ ବହିର୍ଭୁତ ମାମଲାରେ ୧୩୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ଏହା ବି ପଢନ୍ତୁ...୨୦୨୪ ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ : ୨୦୦ ମାମଲା, ୧୮୧ ଗିରଫ
ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ACF: 9ଟି ସ୍ଥାନରେ ଏକକାଳୀନ ରେଡ, ସାଢେ 14 ଲକ୍ଷ ଟଙ୍କା ଜବତ

ଫରେନ୍ସିକ ଲ୍ୟାବ ପ୍ରତିଷ୍ଠା:
ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା ଏନେଇ ଘୋଷଣା କରିଛନ୍ତି । ସେହିପରି ଭିଜିଲାନ୍ସ ବିଭାଗରେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ ବୋଲି ଘୋଷଣା କରିଥିଲେ । ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ ବୋଲି ମଧ୍ୟ ଘୋଷଣା ହୋଇଛି । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.