ଓଡିଶା

odisha

ETV Bharat / state

Subhadra Yojana: ‘ସୁଭଦ୍ରା’ ଶୁଭାରମ୍ଭ କଲେ ମୋଦି, 25 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା 1250 କୋଟି - LIVE UPDATES - LIVE UPDATES

Subhadra Yojana
Subhadra Yojana (ETV BHARAT ODISHA)

By ETV Bharat Odisha Team

Published : Sep 17, 2024, 8:52 AM IST

Updated : Sep 17, 2024, 6:36 PM IST

ଭୁବନେଶ୍ବର:ଯେଉଁ ଦିନକୁ ରାଜ୍ୟର ପ୍ରତିଟି ମହିଳା ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ସେହି ଦିନ ଉପନିତ । ନିର୍ବାଚନୀ ଇସ୍ତାହାରରେ ବିଜେପି ମହିଳାଙ୍କୁ ଦେଇଥିବା ପ୍ରତିଶୃତି ଆଜି ପୂରଣ କରିବ । ଆଜି ରାଜ୍ୟରେ ଶୁଭାରମ୍ଭ ହେବ ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଆଜି ଓଡି଼ଶା ଗସ୍ତରେ ଆସି ଯୋଜନାର ଶୁଭାରମ୍ଭ କରିବେ । ମହିଳାଙ୍କୁ ଜନ୍ମଦିନରେ ଭେଟି ଦେବେ ସୁଭଦ୍ରାର ପ୍ରଥମ କିସ୍ତି । ଆଉ ମାତ୍ର କିଛି ସମୟର ଅପେକ୍ଷା, ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ବରରେ ଆୟୋଜତ ବିଶାଳ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପ୍ରଥମ କିସ୍ତିରେ ମହିଳାଙ୍କୁ ମିଳିବ 5 ହଜାର ଟଙ୍କା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ମୋଦିଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ ।

LIVE FEED

Subhadra Yojana (ETV BHARAT ODISHA)

1:05 PM, 17 Sep 2024 (IST)

ଯାହା ପ୍ରତିଶ୍ରୁତି ଥିଲା, ବିଜେପି ସରକାର ପୂରଣ କରିଛି: ମୋଦି

ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,‘‘ବିଜେପିର ନୂଆ ସରକାର ଗଠନ ସମୟରେ ମୁଁ ଶପଥ ଗ୍ରହଣ ସମାରୋହରେ ଆସିଥିଲି । ଏହା ପରେ ମୋର ପ୍ରଥମ ଓଡିଶା ଗସ୍ତ । ନିର୍ବାଚନ ସମୟରେ କହଥିଲି, ଡବଲ ଇଞ୍ଜିନ ସରକାର ଗଠନ ହେଲେ, ବିକାଶ ହେବ । ସେହି ସବୁ ପ୍ରତିଶ୍ରୁତି ବିଜେପି ସରକାର ଗତିର ସହ ପୂରଣ କରିବାରେ ଲାଗିଛି ।’’

12:46 PM, 17 Sep 2024 (IST)

‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ, ମହିଳା ପାଇଲେ ପ୍ରଥମ କିସ୍ତି

ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟ ପରେ ‘ସୁଭଦ୍ରା’ ଶୁଭାରମ୍ଭ କରିବେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ 2 ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।

12:29 PM, 17 Sep 2024 (IST)

ଆଉ କିଛି ସମୟ ପରେ ‘ସୁଭଦ୍ରା’ ଶୁଭାରମ୍ଭ କରିବେ ମୋଦି

ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟ ପରେ ‘ସୁଭଦ୍ରା’ ଶୁଭାରମ୍ଭ କରିବେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ 2 ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।

11:26 AM, 17 Sep 2024 (IST)

ଗାଡ଼କଣରେ ପହଞ୍ଚିଲେ ମୋଦି

ଏୟାରପୋର୍ଟରୁ ସିଧା ଗାଡ଼କଣରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଠାରେ ଆବାସ ହିତାଧିକାରୀଙ୍କୁ ଭେଟିବେ। ଏହାପରେ 14 ରାଜ୍ୟର ଆବାସ ହିତାଧିକାରୀଙ୍କୁ ଦେବେ ପ୍ରଥମ ଆବାସ ଯୋଜନା କିସ୍ତି ।

10:45 AM, 17 Sep 2024 (IST)

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାବାସୀଙ୍କ ସହ ଜନ୍ମଦିନ ପାଳନ କରିବେ ମୋଦି ।

PM MODI (ETV BHARAT ODISHA)

10:43 AM, 17 Sep 2024 (IST)

ଗାଁ ଗାଁରେ ଗଡୁଛି ସୁଭଦ୍ରା ରଥ

ସୁଭଦ୍ରା ଯୋଜନାରେ ମହିଳା ମାନେ ଯେମିତି ଅଧିକରୁ ଅଧିକ ଆବେଦନ କରିବେ ସେନେଇ ରାଜ୍ୟରେ ସଚେତନତା ମଧ୍ୟ କରାଯାଉଛି । ଗାଁ ଗାଁରେ ବୁଲୁଛୁ ସୁଭଦ୍ରା ସଚେତନତା ରଥ । ଗଣେଶ ପୂଜାରେ ଏହାକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଭ୍ୟାନ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ଅନ୍ୟ ସମସ୍ତ ଅଞ୍ଚଳ ପରିଭ୍ରମଣ କରୁଛି । ଯୋଜନା ସମ୍ପର୍କରେ ମହିଳା ଓ ଯୁବତୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।

Subhadra Yojana (Subhadra Yojana)

10:22 AM, 17 Sep 2024 (IST)

ପ୍ରଥମ କିସ୍ତି ପାଇବେ କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀ

ସୁଭଦ୍ରା ନେଇ ଚାରିଆଡେ ଉତ୍ସାହ । ରବିବାର ସୁଦ୍ଧା 65 ଲକ୍ଷ ମହିଳା ପଞ୍ଜୀକରଣ କରିଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 17 ପରେ ଯେଉଁମାନେ ପଞ୍ଜୀକରଣ କରିବେ ସେମାନେ ତା ପରବର୍ତ୍ତୀ ସମୟରେ ପ୍ରଥମ କିସ୍ତିର ପଇସା ପାଇବେ । 1 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ପ୍ରଥମ କିସ୍ତି ପାଇବେ । କେହି ଏଥିରୁ ବଞ୍ଚିତ ହେବେ ନାହିଁ । ନଭେମ୍ବର ମାସରେ ବି ପଞ୍ଜୀକରଣ କଲେ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Subhadra Yojana (ETV BHARAT ODISHA)

10:05 AM, 17 Sep 2024 (IST)

ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜ ଛୁଟି

ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଆଜି ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିଛି । ଏଥିସହ ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛୁଟି ରହିବ । ଆଜି ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଜନତା ମଇଦାନରେ ସରକାରୀ କାର୍ଯ୍ୟକ୍ରମ ଥିବାରୁ ବିପୁଳ ସମାଗମ ହେବ । ତେଣୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

school closed (ETV BHARAT ODISHA)

9:57 AM, 17 Sep 2024 (IST)

ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର କରିବେ ମୋଦି

ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଗାଡ଼କଣା ବସ୍ତିରେ ଆବାସ ହିତାଧିକାରୀଙ୍କୁ ଭେଟିବେ । ଏହାପରେ 14 ରାଜ୍ୟର ଆବାସ ହିତାଧିକାରୀଙ୍କୁ ଦେବେ ପ୍ରଥମ କିସ୍ତି ଦେବେ । ଜନତା ମଇଦାନରେ ସୁଭଦ୍ରା ଯୋଜନା ସହ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ । 2871 କୋଟି ଟଙ୍କାର ରେଳ ପ୍ରକଳପ୍ର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବେ । କଳିଙ୍ଗ ଷ୍ଟାଡିୟମରେ ସଟଲ୍‌କୁ ଲୋକାର୍ପିତ କରିବେ ମୋଦି । ଗୋଠପାଟଣାରେ ସ୍ପୋଟ୍ସ ଭ୍ୟାଲି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Subhadra Yojana (ETV BHARAT ODISHA)

9:41 AM, 17 Sep 2024 (IST)

ଭୁବନେଶ୍ବର ଅଭିମୁଖେ ବାହାରିଲେ ମୋଦି

ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ମୋଦି । ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବା ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ବିଟ କରି ମୋଦି କହିଛନ୍ତି, ଆଜି ଓଡ଼ିଶାର ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବି । ଏହି ଯୋଜନା ମହିଳାଙ୍କ ସଶକ୍ତିକରଣକୁ ବଳ ଦେବ । ନାରୀଶକ୍ତିକୁ ଆର୍ଥିକ ସ୍ବାଧୀନତା ପ୍ରଦାନ କରିବ । ''

PM MODI (ETV BHARAT ODISHA)

8:54 AM, 17 Sep 2024 (IST)

କାହାକୁ ମିଳିବ ‘ସୁଭଦ୍ରା’ ଟଙ୍କା ?

  • 21ରୁ 60 ବର୍ଷ ବୟସ୍କ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା
  • ଆର୍ଥିକ ବର୍ଷ 2024-25ରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମିଳିବ ସହାୟତା
  • ବାର୍ଷିକ 10000 ଟଙ୍କା ମିଳିବ, ଦୁଇଟି କିସ୍ତିରେ 5 ହଜାର ଲେଖାଏଁ ମିଳିବ
  • ଆଧାର-ଲିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
  • 5 ବର୍ଷରେ ମିଳିବ 50 ହଜାର ଟଙ୍କା
  • ଭାରତରେ କ୍ରମବର୍ଦ୍ଧିଷ୍ଣୁ ମହିଳା-କୈନ୍ଦ୍ରିକ ଯୋଜନାରେ ସାମିଲ ହେବ ‘ସୁଭଦ୍ରା’

8:53 AM, 17 Sep 2024 (IST)

ଆଜି 60 ଲକ୍ଷରୁ ଅଧିକ ମହିଳା ପାଇଁ ସୁଭଦ୍ରା ଟଙ୍କା

ବର୍ତ୍ତମାନ ସୁଦ୍ଧା 72 ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ସାରିଛନ୍ତି । 15 ତାରିଖ ସୁଦ୍ଧା ଆବେଦନ କରିବା ମହିଳାଙ୍କୁ ଆଜି ମିଳିବ ପ୍ରଥମ କିସ୍ତି 5 ଟଙ୍କା ମିଳିବ । 60 ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଆଜି ଟଙ୍କା ପଠାଯିବ । 2 ଦିନ ଜଳେ ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ପଠାଯାଇଥିଲା ।

8:53 AM, 17 Sep 2024 (IST)

ମୋଦିଙ୍କ କାର୍ଯ୍ୟସୂଚୀ ଉପରେ ନଜର ପକାନ୍ତୁ

ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ଜନତା ମଇଦାନରେ ମୋହନ ସରକାରର ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି । ବ୍ୟାଙ୍କ ଖାତାରେ ଜମା ହେଲା ୫ ହଜାର ଟଙ୍କା । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ଏପଟେ 3,800 କୋଟିର ଅନ୍ୟାନ୍ୟ ଯୋଜନା ଏବଂ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରି ଦିଲ୍ଲୀ ଫେରିଯାଇଛନ୍ତି ମୋଦି ।

SUBHADRA YOJANA (ETV BHARAT ODISHA)
Last Updated : Sep 17, 2024, 6:36 PM IST

ABOUT THE AUTHOR

...view details