ETV Bharat / state

CYCLONE 'DANA' UPDATES: ଭୀଷଣ ବାତ୍ୟା ରୂପ ନେଲା ‘ଦାନା': କେନ୍ଦ୍ରାପଡ଼ା-ଭଦ୍ରକ-ବାଲେଶ୍ବରରେ ବର୍ଷା, ଟ୍ରେନ ବାତିଲ, ସଂଧ୍ୟାରୁ ବିମାନ ଚଳାଚଳ ବନ୍ଦ

Cyclone dana
Cyclone dana (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 2 minutes ago

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଲା ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ଥିବା ବେଳେ ଉତ୍ତର-ଉତ୍ତର-ପଶ୍ଚିମକୁ କ୍ରମଶଃ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି 15 କିମି ବେଗରେ ଗତି କରୁଛି । ପାରାଦ୍ବୀପରୁ 330 କିମି ଦକ୍ଷିଣ-ପୂର୍ବ, ଧାମରାରୁ 360 ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ସାଗରଦୀପରୁ 420 କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ଭୋର ମଧ୍ୟରେ କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ।

LIVE FEED

9:13 AM, 24 Oct 2024 (IST)

ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ଯାଜପୁର ଜିଲ୍ଲାପାଳ

ବାତ୍ୟାକୁ ଦୃଷ୍ଟିରେ ପୁରା ପ୍ରସ୍ତୁତ ଯାଜପୁର ଜିଲ୍ଲା ପ୍ରଶାସନ । କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀର ଯାଞ୍ଚ କରିଛନ୍ତି ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ୀ । ବାତ୍ୟା ଯୋଗୁ ଯେମିତି କୌଣସି ଧନଜୀବନ ନଷ୍ଟ ନହେବ ତା’ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ କୌଣସି ଯେମିତି ଅସୁବିଧା ନହେବ ତା’ ଉପରେ ଅଧିକ ଗୁରୁତ୍ବ ଦେବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Cyclone dana
Cyclone dana (ETV Bharat Odisha)

8:42 AM, 24 Oct 2024 (IST)

ବାତ୍ୟା ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ବାତ୍ୟା ‘ଦାନା’ ପ୍ରଭାବରେ ଦୁଇ ଦିନ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ଆଜି ଓ ଆସନ୍ତାକାଲି ମନ୍ଦିର ବନ୍ଦ ନେଇ ପ୍ରତ୍ନତତ୍ତ୍ବ ବିଭାଗ ନିଷ୍ପତ୍ତି ନେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆାଇଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିର
କୋଣାର୍କ ସୂର୍ଯ୍ୟ ମନ୍ଦିର (ETV BHARAT ODISHA)

8:33 AM, 24 Oct 2024 (IST)

ବାତ୍ୟା ‘ଦାନା’ ପାଇଁ ୧୯୭ଟି ଟ୍ରେନ ବାତିଲ

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଟ୍ରେନ ବାତିଲ କରାଯାଇଛି । ମୋଟ ୧୯୭ଟି ଟ୍ରେନ ବାତିଲ ନେଇ ପୂର୍ବତଟ ରେଳବାଇ (East Coast Railway) ପକ୍ଷରୁ ସୂଚନା ଜାରି କରାଯାଇଛି । ଅକ୍ଟୋବର ୨୩, ୨୪, ୨୫ ଓ ୨୬ ତାରିଖ ମଧ୍ୟରେ ମୋଟ ୧୯୭ ଟ୍ରେନ ବାତିଲ ହୋଇଛି । ଏହା ଭିତରୁ ୯୪ଟି ଅପ ଟ୍ରେନ ଏବଂ ୧୦୩ଟି ଡାଉନ ଟ୍ରେନ ରହିଛି ।

Cyclone dana
Cyclone dana (ETV Bharat Odisha)

8:21 AM, 24 Oct 2024 (IST)

ବାତ୍ୟା ପାଇଁ ବନ୍ଦ ରହିବ ବିମାନ ସେବା

ବାତ୍ୟା 'ଦାନା' ପାଇଁ ବନ୍ଦ ରହିବ ଭୁବନେଶ୍ବର ବିମାନବନ୍ଦର । ଆଜି ଅପରାହ୍ନ 5ଟାରୁ ଆସନ୍ତାକାଲି ସକାଳ 9ଟା ଯାଏ ବନ୍ଦ ରହିବ । ବାତ୍ୟା ପ୍ରଭାବ ଯୋଗୁଁ ବିମାନ ଚଳାଚଳ ବାତିଲ କରାଯାଇଛି । ବ୍ୟାତା ପାଇଁ ବିଜୁ ପଟ୍ଟନାଯକ ଅନ୍ତର୍ଜାତୀୟ ବିମାନ ବନ୍ଦର ସେବା ବନ୍ଦ ରହିବ ।

Bhubaneswar airport flight services suspended
Bhubaneswar airport flight services suspended (Cyclone dana)

7:42 AM, 24 Oct 2024 (IST)

ଧାମରା-ଭିତରକନିକାରେ ବର୍ଷା ଆରମ୍ଭ

ବାତ୍ୟା 'ଦାନା'ଲ୍ୟାଣ୍ଡଫଲ ପୂର୍ବରୁ ଭଦ୍ରକ ଧାମରା ଓ କେନ୍ଦ୍ରାପଡା ଭିତରକନିକାରେ ପ୍ରଭାବ । ଆରମ୍ଭ ହୋଇଗଲାଣି ବର୍ଷା, ପବନର ବେଗ ଧିରେ ଧିରେ ବଢ଼ୁଛି । ବାଲେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଗତ ରାତିରେ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି 'ଦାନା' ।

Cyclone dana
Cyclone dana (ETV Bharat Odisha)

7:05 AM, 24 Oct 2024 (IST)

ମଧ୍ୟରାତ୍ରୀ-ସକାଳ ସମୟରେ ତାଣ୍ଡବ ରଚିବ ଦାନା

'ଦାନା' ଅଧିକ ଘନୀଭୂତ ହୋଇ ପୁରୀ ଓ ସାଗର ଆଇଲାଣ୍ଡ ହୋଇ ଆଜି ମଧ୍ୟରାତ୍ରୀ ଓ ଆସନ୍ତାକାଲି ସକାଳ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟାର ରୂପ ନେଇ ଏହା ଗତି କରିବା ସହ ପବନର ବେଗ 100 ରୁ 110 ପବନ ସହ 120 କିଲୋମିଟର ଝଟକା ପବନ ରହିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Last Updated : 2 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.