ରାଜ୍ୟପାଳଙ୍କ ଅଭିଭାଷଣ ଓ ଶୋକପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ । ମୁଲତବୀ ଘୋଷଣା କଲେ ବାଚସ୍ପତି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟପାଳ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏବଂ ସରକାରର ଆଗାମ ଯୋଜନା ସମ୍ପର୍କରେ କହିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଭଳି ସମସ୍ତ କ୍ଷେତ୍ର ପ୍ରତି ସଜାଗ ରହିଥିବା ସରକାର କହିଛନ୍ତି ରାଜ୍ୟପାଳ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହ ତ୍ୟାଗ କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଅଭିଯୋଗରେ ତଦନ୍ତ ଦାବିରେ ଜିଦ ରହିଛନ୍ତି ବିରୋଧୀ ।
ବିଧାନସଭା ବଜେଟ ଅଧିବେଶନ; ୩ ହଜାର ନୂଆ ଡାକ୍ତର ନିଯୁକ୍ତି, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନାଁ ହେବ ‘ଆରୋଗ୍ୟ ମନ୍ଦିର’, କକ୍ଷତ୍ୟାଗ କଲେ ବିଜେଡି-କଂଗ୍ରେସ, କାଲି ଯାଏଁ ଗୃହ ମୁଲତବୀ - Budget Session - BUDGET SESSION
Published : Jul 22, 2024, 10:55 AM IST
|Updated : Jul 22, 2024, 1:10 PM IST
ଭୁବନେଶ୍ୱର: ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବୈଠକ । ରମେଶ ଜେନା, ତାରା ବାହିନୀପତି ଅନୁପସ୍ଥିତ । ପରେ ତାରା ବାହିନୀପତି ବୈଠକରେ ପହଞ୍ଚିଲେ । ବିଧାନସଭାର 54 ନମ୍ବର ରୁମରେ ବୈଠକ CLP ବୈଠକରେ 2 ବିଧାୟକ ଅନୁପସ୍ଥିତ ଅନୁପସ୍ଥିତ ଅଛନ୍ତି MLA ତାରା ବାହିନୀପତି, ରମେଶ ଜେନା ।
LIVE FEED
ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ
ବିଧାନସଭାରେ ଶୋକପ୍ରସ୍ତାବ ଆଗତ
ଦିବଂଗତ ନେତା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ।ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ମୁରଲଧୀର ଚନ୍ଦ୍ରକାନ୍ତ ଭଣ୍ଡାରେ । ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ସୁରେନ୍ଦ୍ରନାଥ ନାୟକ । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଶୋକପ୍ରସ୍ତାବ । ସ୍ବର୍ଗତ ଡମ୍ବୁରଧର ଉଲ୍ଲାକା, ଆଦିତ୍ୟ ମାଢୀଙ୍କ ପାଇଁ ଶୋକପ୍ରସ୍ତାବ । ଦିବଙ୍ଗତ ନେତା ତଥା ପୂର୍ବ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତକୁ ସମର୍ଥନ ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ରାଜ୍ୟପାଳଙ୍କ ଅଭିଭାଷଣ; 20 ହାଇଲାଇଟ୍ସ ପଏଣ୍ଟ
2029 ସୁଦ୍ଧା ରାଜ୍ୟରେ 3.5 ଲକ୍ଷ ନିଯୁକ୍ତି
1.5 ଲକ୍ଷ ସରକାରୀ ନିଯୁକ୍ତି ମିଳିବ
2 ବର୍ଷରେ 65 ହଜାର ସରକାରୀ ନିଯୁକ୍ତି
ରାଜ୍ୟରେ ନୂଆ 3 ହଜାର ଡାକ୍ତର ନିଯୁକ୍ତି
2030 ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡିଶା
ଆସିବ ନୂଆ କ୍ରୀଡା ନୀତି । ଖେଳାଳିଙ୍କ ତାଲିମ ପାଇଁ ହେବ ଏକାଡେମୀ
ସରକାରୀ ସ୍କୁଲରେ ଏଣିକି ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବ୍ୟବହାର
2027 ସୁଦ୍ଧା କୁପୋଷଣ ମୁକ୍ତ ଓଡିଶା
ଉପକୂଳର 480 କିମିରେ ଜଙ୍ଗଲ ସୃଷ୍ଟି
4 ଏବଂ 6 ଚକିଆ ଯାନ କିଣିଲେ ରିହାତୀ
10ଟି ଇରିଗେସନ୍ ପ୍ରୋଜେକ୍ଟ କାମ ଶେଷ ହେବ
ବଲାଙ୍ଗୀର, କଳାହାଣ୍ଡି, ବରଗଡ ଏବଂ ନୂଆପଡାରେ ହେବ ଏହି ପ୍ରୋଜେକ୍ଟ
ଦେଶର ମିଲେଟ ହବ ହେବ ଓଡିଶା
ସରକାରଙ୍କ ଫୋକସରେ ଯୁବବର୍ଗଙ୍କ ଦକ୍ଷତା ବିକାଶ
କଟକ-ଭୁବନେଶ୍ବର ହେବ ବିଶ୍ବସ୍ତରୀୟ ସହର । ମେଟ୍ରୋ କାମ ଶୀଘ୍ର ଶେଷ ହେବ
ରାଜ୍ୟରେ ସଡକ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ୍
କକ୍ଷତ୍ୟାଗ ନେଇ କଂଗ୍ରେସ ନେତା ତାରାଙ୍କ ପ୍ରତିକ୍ରିୟା
ASOଙ୍କୁ ମାଡ଼ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା କଂଗ୍ରେସ । ରାଜ୍ୟପାଳଙ୍କ ପୁଅ ନାଁରେ ହୋଇନି ଏତଲା । କାର୍ଯ୍ୟାନୁଷ୍ଠାନ ନ ନେବା ପ୍ରତିବାଦରେ କକ୍ଷତ୍ୟାଗ କରିଛୁ ବୋଲି କହିଲେ ତାରା । ଗୃହ ଆରମ୍ଭ ପୂର୍ବରୁ ବସିଥିଲା CLP ବୈଠକ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ମିଟିଂ ହୋଇଥିଲା । ବୈଠକକୁ ଆସିନଥିଲେ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା।
୩ ହଜାର ନୂଆ ଡାକ୍ତର ନିଯୁକ୍ତି, ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନାଁ ହେବ ‘ଆରୋଗ୍ୟ ମନ୍ଦିର’
ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଜିଲ୍ଲା ମେଡିକାଲ୍ରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ । ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ । ପ୍ରତି ସିଏଚ୍ସିରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ୍ ରହିବ । ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବ । ଲାଗୁ ହେବ ଆୟୁଷ୍ମାନ ଭାରତ । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦେବ । ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ । 2୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ କରିବା ଲକ୍ଷ୍ୟ। କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ବ ଦିଆଯିବ । ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ କରାଯିବ ବୋଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣରେ କହିଛନ୍ତି ।
ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ: ରାଜ୍ୟପାଳ
ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ କରିବା ଆମ ଲକ୍ଷ୍ୟ । କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ବ ଦିଆଯିବ । ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳି ରାଜ୍ୟ କରାଯିବ । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ । କୃଷକଙ୍କ ଉନ୍ନତି ପାଇଁ ମୋ ସରକାର ବ୍ୟବସ୍ଥା କରିବ । କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍ କିଷାନ ଲାଗୁ କରିବୁ । ମତ୍ସ୍ୟଚାଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।
ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ବିଜେଡି-କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ ପ୍ରତିବାଦ
ବିଜେଡି କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗ ଉଠାଇ ପ୍ରତିବାଦ । ଗୃହ ଆରମ୍ଭରୁ ପ୍ରତିବାଦ କରି କକ୍ଷତ୍ୟାଗ କଲା ବିଜେଡି। ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ପ୍ରତିବାଦ ପରେ କକ୍ଷତ୍ୟାଗ କଲା କଂଗ୍ରେସ । ଆରମ୍ଭରୁ ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ । ବିଜେଡି, କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ । ବିଜେପି ସରକାରକୁ ଆସିଛି । ଓଡ଼ିଶା ଆସ୍ମିତା କହି ଆସିଛି । ଯେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡେ଼ଇଲେ । ତଦନ୍ତ ହେଉନି । ରାଜ୍ୟପାଳ ଆସିଲେ ହିନ୍ଦୀରେ କହିଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲୁ । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ରାଜ୍ୟପାଳଙ୍କୁ ହଟା ଯାଉ । ତେଣୁ ଆମେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲୁ । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡିବ । ରାଜ୍ୟପାକଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ସମସ୍ତ ନିର୍ବାଚିତ ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ପ୍ରସଙ୍ଗ । 31ଶହ ଟଙ୍କାରେ ଧାନ କିଣିବ ବିଜେପି ସରକାର । 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ମୋର ସରକାର ନିରପେକ୍ଷତାର ସହ କାମ କରିବ । ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।
ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ, କକ୍ଷତ୍ୟାଗ କଲେ ବିଜେଡି-କଂଗ୍ରେସ
ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ନୂଆ ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳଙ୍କ ଅଭିଭାଷଣ ରଖୁଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ବଜେଟ ଅଧିବେଶନ । ସପ୍ତଦଶ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଅଧିବେଶନରେ ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ଏପଟେ ଅଭିଭାଷଣ ଆରମ୍ଭରୁ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ଏବଂ ବିଜେଡି ।
ଡକାଯାଇ ନ ଥିଲା କହିଲେ ତାରା
କଂଗ୍ରେସ ବିଧାୟକ ଦଳ ବୈଠକକୁ ନ ଆସିବା ନେଇ ତାରାଙ୍କ ପ୍ରତିକ୍ରିୟା । ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇ ନ ଥିଲା । ମୁଁ ଏକା ଆସି ନ ଥିଲି ନା ଆଉ କିଏ ଆସି ନ ଥିଲେ ଓଲଟା ପଚାରିଲେ । ପୂର୍ବରୁ ତାରା ବାହିନୀପତି ଅନୁପସ୍ଥିତ ଥିବାରୁ କଂଗ୍ରେସ ବିଧାୟକ ଦଳରେ ଅସନ୍ତୋଷ ବାରି ହୋଇପଡୁଛି । ତାରା ବାହିନୀପତି ବିଧାୟକ ଦଳ ନେତା ପାଇଁ ପ୍ରଥମ ଦାବିଦାର ଥିଲେ ,ହେଲେ Aicc ଆଦିବାସୀ ନେତା ରାମଚନ୍ଦ୍ର କାଡ଼ାମ ଙ୍କୁ ଦାଇତ୍ୱ ଦେଇଛି। Aicc ଘୋଷଣା ପରେ ଗତକାଲି ତାରା ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ରାମଚନ୍ଦ୍ର କାଡାମ ଙ୍କ ବିଧାୟକ ଦଳ ନେତା ନିଷ୍ପତ୍ତି କୁ ସ୍ୱାଗତ କରିଥିଲେ।aicc ଯାହା ନିଷ୍ପତ୍ତି ନେବ ମୁଁ ତାକୁ ଗ୍ରହଣ କରିବି ବୋଲି ତାରା କହିଥିଲେ ।
ବିଧାନସଭାରେ ପହଞ୍ଚିଲେ ବିରୋଧୀ ଦଳ ନେତା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭାରେ ପହଞ୍ଚିଲେ ବିରୋଧୀ ଦଳ ନେତା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାରେ ପହଞ୍ଚିଲେ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଞ୍ଚିଲେ । ବିଧାନସଭାରେ ପହଞ୍ଚିଲେ ବାଚସ୍ପତି ସୁରମା ପାଢ଼ୀ ।