ETV Bharat / state

ଜଗତ ଦେଖିଲା ବ୍ରହ୍ମାଣ୍ଡ ଠାକୁରଙ୍କ ସୁନା ବେଶ, ଲୋକାରଣ୍ୟ ବଡ଼ଦାଣ୍ଡ - SUNA BESHA 2024

author img

By ETV Bharat Odisha Team

Published : Jul 17, 2024, 4:33 PM IST

Updated : Jul 17, 2024, 10:39 PM IST

Suna Besha
Suna Besha (ETV Bharat Odisha)

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ । ଏଥିପାଇଁ ଆରମ୍ଭ ହୋଇଛି ନୀତିକାନ୍ତି । ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବା ପରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏହି ବେଶକୁ ବଡ଼ତଢାଉ ବେଶ ବୋଲି ମଧ୍ୟ କୁହାଯାଏ । ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହି ବେଶ କରାଯାଏ । ଏକାଦଶୀ ଦିନ ସୁନାବେଶରେ ରଥ ଉପରେ ଦର୍ଶନ ଦିଅନ୍ତି ଶ୍ରୀଜିଉ । ତେବେ ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ମେକାପ ସର୍ବାଙ୍ଗ ନୀତି ପରେ ସୁନାବେଶ ଆରମ୍ଭ ହୋଇଛି। ସିଂହଦ୍ବାରରୁ ରଥ ଉପରେ ପ୍ରାୟ 6 ଘଣ୍ଟା ଧରି ମିଳିବ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।

LIVE FEED

8:02 PM, 17 Jul 2024 (IST)

ମହଣ ମହଣ ସୁନା ଅଳଙ୍କାରରେ ଝଟକୁଛନ୍ତି ଶ୍ରୀଜିଉ, ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼

ପୁରୀ: ସିଂହଦ୍ବାରରେ ରଥ ଉପରେ ବସି ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ତିନି ଠାକୁର । ଏହି ଦୁର୍ଲଭ ବେଶ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ମନ୍ଦିର ଧୂପ ଶେଷ ହେବା ପରେ ରଥ ଉପରେ ସୁନାବେଶ ଆରମ୍ଭ ହୁଏ । ବେଶ ପାଇଁ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ସମୁଦାୟ ୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଓଜନର ଅଳଙ୍କାରରେ ସଜେଇ ହୁଅନ୍ତି ଶ୍ରୀଜିଉ । ବର୍ତ୍ତମାନ ତିନି ଠାକୁରଙ୍କ ସୁନାବେଶ ଦର୍ଶନ ଚାଲିଥିବାବେଳେ ଏହା ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ସୁନାବେଶ ମଇଲମ ବା ସୁନାବେଶ ଖୋଲାଯିବ ।

Suna Besha
Suna Besha (SJTA)

6:36 PM, 17 Jul 2024 (IST)

ସାଆନ୍ତେଙ୍କ ସୁନାବେଶ: ଜଗତ ଦେଖୁଛି ତିନି ଠାକୁରଙ୍କ ଦୁର୍ଲଭ ରୂପ

ପୁରୀ: ପ୍ରଭୁ ବଳଭଦ୍ରଙ୍କୁ ମଧ୍ୟ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି । ସୁନାବେଶରେ ସୁସଜ୍ଜିତ ହୋଇ ଝଟକୁଛନ୍ତି ବଡ଼ ଦିଅଁ । କିରିଟ, ଶ୍ରୀପୟର,ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଭଳି ମହଣ ମହଣ ଓଜନର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ସୁନାବେଶରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । କୁହାଯାଏ ଏହି ସୁନାବେଶ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ବଡ଼ଦାଣ୍ଡକୁ ଛୁଟି ଆସିଥାନ୍ତି । ଯେଉଁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିଥାଏ, ଆଜିର ଦିନରେ ସେମାନେ ମଧ୍ୟ ବଡ଼ଦିଅଁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ।

Suna Besha Of Lord Balabhadra
Suna Besha Of Lord Balabhadra (DD Odia)

5:44 PM, 17 Jul 2024 (IST)

ସାଆନ୍ତେଙ୍କ ସୁନାବେଶ: କିଛି ସମୟ ପରେ ସରିବ ଅଳଙ୍କାର ଲାଗି, ଦିବ୍ୟରୂପ ଦର୍ଶନ କରିବେ ଭକ୍ତ

ପୁରୀ: ପ୍ରଭୁ ଜଗନ୍ନାଥଙ୍କୁ ଲାଗି ହୋଇଛି ବିଭିନ୍ନ ରକମର ସ୍ବର୍ଣ୍ଣ ଆଭୂଷଣ । ତିଳକ, ଚନ୍ଦ୍ରିକା, ଅଳକା, କିରିଟ, ଶ୍ରୀଭୂଜ, ଶ୍ରୀପୟର, ହରିଡ଼ା, ଝୋବାକଣ୍ଠି, ଓଡ଼ିଆଣୀ, କାନ, ସ୍ବର୍ଣ୍ଣଚନ୍ଦ୍ର, ରୌପ୍ୟଶଙ୍ଖ, ଘାଗଡ଼ାମାଳି, କଦମ୍ବ ମାଳି ଭଳି ବହୁ ଅଳଙ୍କାର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥାଏ । ସୁବର୍ଣ୍ଣ ମୁକୁଟ ସହ ବିଭିନ୍ନ ଅଳଙ୍କାର ପରିଧାନ କରି ଝଟକୁଛନ୍ତି କାଳିଆ ସାଆନ୍ତେ । କାଳିଆ ଠାକୁରଙ୍କ ଏହି ଦିବ୍ୟ ଦର୍ଶନ ପାଇ ଭକ୍ତ ହୋଇଛନ୍ତି ଭାବ ବିହ୍ବଳ । ଆଉ କିଛି ସମୟ ପରେ ତିନି ଠାକୁରଙ୍କ ସୁନାବେଶ ସମ୍ପନ୍ନ ହେବ । ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି ।

jewellery of jagannath
jewellery of jagannath (DD Odia)

5:18 PM, 17 Jul 2024 (IST)

ସାଆନ୍ତେଙ୍କ ସୁନାବେଶ: ଚାଲିଛି ମହଣ ମହଣ ସ୍ବର୍ଣ୍ଣ ଆଭୂଷଣ ଲାଗି, ବଡ଼ଦାଣ୍ଡରେ ଜନସମୁଦ୍ର

ପୁରୀ: ଅଳଙ୍କାର ପରେ ପରେ ଫୁଲମାଳ ମଧ୍ୟ ଆସିଛି । କଡ଼ା ସୁରକ୍ଷା ବଳୟ ଭିତରେ ସୁରୁଖରରେ ଚାଲିଛି ମହାପ୍ରଭୁଙ୍କ ଅଳଙ୍କାର ଲାଗି । ସ୍ବର୍ଣ୍ଣ ମୁକୁଟ ଲାଗି ପରେ ଝଟକୁଛନ୍ତି ଦେବୀ ସୁଭଦ୍ରା । ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବାକୁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ମହଣ ମହଣ ସୁନା ଅଳଙ୍କାର ପିନ୍ଧି ଝଟକିବେ ସୁନାଠାକୁର । ପ୍ରାୟ ୧୩୮ ପ୍ରକାରର ରତ୍ନଖଚିତ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି ହୋଇଥାଏ । ପାଳିଆ ପୁଷ୍ପାଳକ, ଦଇଦାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ପାଇଁ ଆଭୂଷଣ ଲାଗି କରିଥାନ୍ତି ।

Devi Subhadra
Devi Subhadra (ETV Bharat Odisha)

4:45 PM, 17 Jul 2024 (IST)

ସାଆନ୍ତେଙ୍କ ସୁନାବେଶ: ଶ୍ରୀମନ୍ଦିରରୁ ଆସିଲା ସ୍ବର୍ଣ୍ଣ ମୁକୁଟ

ପୁରୀ: ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ । ସୁନା ମୁକୁଟ, ସୁନା ପୟର ଆଦି ଅଳଙ୍କାର ଶ୍ରୀମନ୍ଦିର ଭିତରୁ ଅଣାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁସଜ୍ଜିତ କରାଯାଉଛି । ସନ୍ଧ୍ୟା ୬ଟା ମଧ୍ୟରେ ଏହି ସୁନାବେଶ ଅନୁଷ୍ଠିତ ହେବ । ସୁନାବେଶ ମଇଲମ ପାଇଁ ରାତି ୧୦ ଟାରୁ ୧୧ଟା ଯାଏଁ ନୀତି ନିର୍ଘଣ୍ଟ ହୋଇଛି । ଅର୍ଥାତ୍ ଏହି ସମୟରେ ସୁନାବେଶ ଖୋଲାଯିବ । ରାତି ୧୨ଟାରେ ବଡ଼ସିଂହାର ବେଶ କରାଯିବ । ରତ୍ନ ସିଂହାସନରେ ୪ ଥର ଓ ରଥ ଉପରେ ଥରେ ସୁନାବେଶ ହୁଅନ୍ତି ମହାପ୍ରଭୁ । ମୁଖ୍ୟତଃ ବାହୁଡ଼ା ପରଦିନ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ହେଲେ ଚଳିତ ଥର ବାହୁଡ଼ାର ଦିନକ ପରେ ଏହି ସୁନାବେଶ ଅନୁଷ୍ଠିତ ହୋଇଛି ।

Last Updated : Jul 17, 2024, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.