ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପୂର୍ବରୁ 3 ଟି ପର୍ଯ୍ୟାୟ କିସ୍ତି ମିଳିସାରିଥିବାବେଳେ ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ କିସ୍ତି ମିଳିବ ।
Subhadra Yojana Fourth Phase (ETV Bharat Odisha) ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା:
ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାକହିଛନ୍ତି, "ଅପ୍ଟ ଇନ କଲେଣି ୧୭ ହଜାର ମହିଳା । ମୋଟ ୩୧ ହଜାର ମହିଳା ଅପ୍ଟ ଆଉଟ କରିଥିବାବେଳେ ୧୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି । ଅବଶିଷ୍ଟ ୧୪ ହଜାର ମହିଳା ଅପ୍ଟ ଇନ ନକରି ପାରନ୍ତି । ସେମାନେ ଆୟକର ବର୍ଗର ହୋଇ ଥାଇପାରନ୍ତି । ଏବେବି ୨ ଲକ୍ଷରୁ ଅଧିକ ଆବେଦନକାରୀ ମହିଳା KYC ଅପଡେଟ କରିନାହାନ୍ତି । ୫ ଲକ୍ଷ ମହିଳା KYC ଅପଡେଟ୍ କରିନଥିବାରୁ ସମୟ ଦେଇଥିଲେ ସରକାର । ଜାନୁଆରୀ ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଦେବା ପୂର୍ବରୁ ସମସ୍ତଙ୍କୁ କେୱାଇସି ଅପଡେଟ କରିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ବା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ । ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ।"
ଏହା ବି ପଢନ୍ତୁ...‘ବିକଶିତ ଓଡ଼ିଶାର’ ମୂଳପିଣ୍ଡ ହେବ ‘ସୁଭଦ୍ରା’: ପ୍ରଭାତୀ ପରିଡା - SUBHADRA SCHEME
ଏହା ବି ପଢନ୍ତୁ... ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା, ଭୁଲରେ ଟଙ୍କା ନେଇଥିଲେ...
80 ଲକ୍ଷ ମହିଳା ପାଇ ସାରିଲେଣି ଟଙ୍କା
ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ ଗତବର୍ଷ ସେପ୍ଟେମ୍ବର 17 ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିଥିଲା । ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ ଅର୍ଥାତ୍ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଅର୍ଥାତ୍ହ 10 ଜାର ଟଙ୍କାର ଆର୍ଥିକ ସହାୟତା ପାଇବେ ମହିଳା । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବା ନେଇ ସ୍ଥିର ହୋଇଛି । ଏବେ ସୁଦ୍ଧା ପ୍ରଥମ କିସ୍ତିର 3 ଟି ପର୍ଯ୍ୟାୟରେ ପ୍ରାୟ 80 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଥିବାବେଳେ ଏ ବର୍ଷ ପ୍ରାରମ୍ଭରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ସେହିପରି ଚଳିତବର୍ଷର 2 ଟି ନିୟମିତ କିସ୍ତି ମଧ୍ୟ ନିର୍ଦ୍ଧାରିତ ସମୟରେ ମିଳିବା ନେଇ ସରକାର କହୁଛନ୍ତି । ତେଣୁ ସେହି ଅନୁପାତରେ ଏଥର ମୋଟ ୩ କିସ୍ତି ସୁଭଦ୍ରା ଟଙ୍କା ପାଇବେ ମହିଳା ।
ଇଟିଭି ଭାରତ, ଭୁବନେଶ୍ବର