ETV Bharat / state

ମଣପୁରମ ଡକାୟତି ମାମଲା; ୨ ଅଭିଯୁକ୍ତ ଗିରଫ, ଜଣକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ - MANPURAM OFFICE ARMED ROBBERY

ସମ୍ବଲପୁର ମଣପୁରମ ଡକାୟତି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

Sambalpur Manappuram Finance Robbery Case
Sambalpur Manappuram Finance Robbery Case (ETV Bharat Odisha)
author img

By ETV Bharat Odisha Team

Published : Jan 17, 2025, 9:02 PM IST

ସମ୍ବଲପୁର: ବୁଢାରଜା ମଣପୁରମ ଫାଇନାନ୍ସ କମ୍ପାନୀରୁ ହୋଇଥିବା ଡକାୟତି ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇ ଆଜି ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଗତ ରାତିରେ ଅଇଁଠାପାଲି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ବିହାର ହାଜିପୁରର ପଙ୍କଜ ପାଶ୍ବାନ (୨୬) ଓ ଅଜୟ ପାଶ୍ବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨ ଅଭିଯୁକ୍ତ ଗିରଫ:
ଗତ ଜାନୁଆରୀ ୩ ତାରିଖରେ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ମଣପୁରମ ଫାଇନାନ୍ସ କମ୍ପାନୀରୁ ଡକାୟତି ହୋଇଥିଲା । ଗତକାଲି ପୋଲିସ ବିହାର ହାଜିପୁରର ପଙ୍କଜ ପାଶ୍ବାନ ଓ ଅଜୟ ପାଶ୍ବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ପୋଲିସ ପଙ୍କଜ ପାଶ୍ବାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି l ଅଜୟ ପାଶ୍ବାନକୁ ଆଗରୁ ପଚରାଉଚରା ସରିଥିବା ବେଳେ ପଙ୍କଜ ଠାରୁ ଅଧିକ ସୂଚନା ବାହାର କରିବା ପାଇଁ ପୋଲିସ ରିମାଣ୍ଡରେ ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି ।

Sambalpur Manappuram Finance Robbery Case
Sambalpur Manappuram Finance Robbery Case (ETV Bharat Odisha)

୩ ଦିନିଆ ରିମାଣ୍ଡରେ ପଙ୍କଜ:

ଏନେଇ ଆଜି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, "ଏହି ଡକାୟତି ଘଟଣାରେ ଏକ ଇଣ୍ଟର ଷ୍ଟେଟ ଗ୍ୟାଙ୍ଗ କାମ କରୁଛି । ଆମେ ସିସିଟିଭି ଫୁଟେଜ ଦେଖି ଏହି ୨ ଜଣଙ୍କୁ ଠାବ କରିଥିଲୁ । ଏହି ଘଟଣାର ଷଡଯନ୍ତ୍ରରେ ଆହୁରି ୪ରୁ ୫ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ସମସ୍ତଙ୍କୁ ଧରାଯିବ । ଏହି ୨ ଜଣ ଅଭିଯୁକ୍ତଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି । ଆଜି ପଙ୍କଜ ପାଶ୍ବାନଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ଆଣିଛି । ଅନ୍ୟ ଅଭିଯୁକ୍ତ ଅଜୟକୁ ଆବଶ୍ୟକତା ପଡିଲେ ରିମାଣ୍ଡରେ ଅଣାଯିବ । ବର୍ତ୍ତମାନ ସୁଦ୍ଧା ସୁନା ଉଦ୍ଧାର ହୋଇନାହିଁ । ଏହି ଡକାୟତ ଗ୍ୟାଙ୍ଗଟି ବହୁତ ପ୍ରଫେସନାଲ ଅଟନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ଯୋଜନା ପ୍ରସ୍ତୁତ କରି ଡକାୟତି କରିଛନ୍ତି । ଆମେ ଶୀଘ୍ର ସେମାନଙ୍କୁ ଧରିବୁ । ମଣପୁରମ ଫାଇନାନ୍ସର ସିକ୍ୟୁରିଟି ସିଷ୍ଟମ ଭଲ ନଥିବା ଆମକୁ ବିଳମ୍ବ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମଣପୁରମ ଲୁଟ ପଛରେ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗ

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ପୋଲିସର ଘୋଷଣା, ଚୋରକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା

ସୂଚନା ଯୋଗ୍ୟ ଯେ, ଗତକାଲି ଉଭୟ ଅଭିଯୁକ୍ତଙ୍କୁ ଅଇଁଠାପାଲି PS case no -05/25,U/S-310(2),BNS /25/27 Arms Actରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ବିହାରର କୁଖ୍ୟାତ ଡକାୟତ ଗ୍ୟାଙ୍ଗ ସୁବୋଧ ସିଂ ଓ ପଲ୍ଲୁ ସିଂ ଗ୍ୟାଙ୍ଗର ହାତ ଥିବା ପୂର୍ବରୁ ଉତ୍ତରାଞ୍ଚଳ ଆଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ବଲପୁର ପୋଲିସ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କ ୱାଣ୍ଟେଡ ଫଟୋ ଜାରି କରି ୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.