ଭୁବନେଶ୍ବର: ଚଳିତମାସ (ଫେବୃଆରୀ) ୮ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ ପ୍ରତିଶତ ଇ-କେଓ୍ଵାଇସି (E-KYC) ଏବଂ ଏନପିସିଆଇ (NPCI) କ୍ଲିୟର ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆହୁରି ଅଢ଼େଇ ଲକ୍ଷ ଇ-କେଓ୍ଵାଇସି ଏବଂ ଏନପିସିଆଇ ବାକି ରହିଛି ।
ଯେଉଁମାନେ ଫେବୃଆରୀ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ କରିଥିବେ, ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ସେହିପରି ଯେଉଁ ହିତାଧିକାରୀମାନେ ଫେବୃଆରୀ ୮ ତାରିଖ ପରେ ଏବଂ ମାର୍ଚ୍ଚ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ ଅପଡେଟ କରିବେ, ସେମାନଙ୍କୁ ମାର୍ଚ୍ଚ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ସହ ଦ୍ଵିତୀୟ ପର୍ଯ୍ୟାୟ ମୋଟ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନା କ'ଣ:
ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବରେ ସହାୟତା କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ 'ସୁଭଦ୍ରା ଯୋଜନା' ଲଞ୍ଚ କରାଯାଇଛି । ଏହି ଯୋଜନା ଅଧିନରେ ୫ ବର୍ଷ ମଧ୍ୟରେ ପ୍ରତି ମହିଳା ବିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଦିଆଯିବ । ପ୍ରତିବର୍ଷ ୨ଟି କିସ୍ତିରେ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଅନ୍ତର୍ଜାତୀୟ ମହିଳା ଦିବସରେ ୫ ହଜାର ଓ ରକ୍ଷା ବନ୍ଧନରେ ୫ ହଜାର ଟଙ୍କା ମହିଳାଙ୍କ ଖାତାକୁ ଯିବ ।
ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡ :
୧. ସୁଭଦ୍ରା ଯୋଜନା ଯୋଗ୍ୟତା:ଆବେଦନକାରୀ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବେ
୨. ବୟସ ସୀମା:ଉଭୟ ବିବାହିତ ଓ ଅବିବାହିତ ମହିଳାଙ୍କ ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବ
୩. ଆୟ ସୀମା : ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷରୁ ଅଧିକ ହୋଇ ନଥିବ
୪. କେଉଁମାନଙ୍କୁ ମିଳିବନି ଯୋଜନାରେ ଲାଭ:ଯେଉଁ ମହିଳାମାନେ ସରକାରୀ ଚାକିରି କରିଥିବେ କିମ୍ବା ଆୟ କର ଦେଉଥିବେ ସେମାନେଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ସେହିପରି ଅନ୍ୟ ସରକାରୀ ଯୋଜନାରୁ ମାସିକ ୧୫ ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି ।
Feature | Details |
ଯୋଜନା ନାମ | ସୁଭଦ୍ରା ଯୋଜନା |
କାହାଦ୍ବାରା ଲଞ୍ଚ କରାଯାଇଛି | ଓଡ଼ିଶା ସରକାର |
ଆର୍ଥିକ ସହାୟତା | ୧୦ ହଜାର (ବାର୍ଷିକ) |
ପେମେଣ୍ଟ ମୋଡ | DBT |
ଯୋଗ୍ୟତା | ଓଡ଼ିଶାର ଅଧିବାସୀ, ବୟସ ୨୧-୬୦ ପରିବାର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ |
କେଉଁମାନେ ଅଯୋଗ୍ୟ | ସରକାରୀ ଚାକିର, ଆୟକର ଭରୁଥିବା ମହିଳା, ସରକାରୀ ଯୋଜନାରୁ ମାସିକ ୧୫ ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିଲେ |
ପ୍ରଥମ କିସ୍ତି ତାରିଖ | ରକ୍ଷା ବନ୍ଧନ ୨୦୨୫ |
ଅଫିସିଆଲ ୱେବସାଇଟ | subhadra.odisha.gov.in |
କେମିତି ଆବେଦନ କରିବେ:
ଷ୍ଟେପ ୧: ଆବେଦନ ଫର୍ମ:-
- ଅଫିସିଆଲ ୱେବସାଇଟ୍ subhadra.odisha.gov.inକୁ ପରିଦର୍ଶନ କରନ୍ତୁ ।
- ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, କିମ୍ବା ସାଧାରଣ ସେବା କେନ୍ଦ୍ର (CSC)ରୁ ଫର୍ମ ସଂଗ୍ରହ କରନ୍ତୁ ।