ଓଡିଶା

odisha

ETV Bharat / state

ଗୁଣାତ୍ମକ ଶିକ୍ଷାରେ ବାଧା, କେବେ ଅଲଗା ହେବ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ - Higher secondary School - HIGHER SECONDARY SCHOOL

Higher Secondary School: ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏକାଠି ଥିବା କଲେଜରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଦେବାରେ ଅନେକ ସମସ୍ୟା ଉପୁଜିଛି । ଅଧିକ ପଢ଼ନ୍ତୁ

ଗୁଣାତ୍ମକ ଶିକ୍ଷାରେ ବାଧା
ଗୁଣାତ୍ମକ ଶିକ୍ଷାରେ ବାଧା (ETV Bharat Odisha)

By ETV Bharat Odisha Team

Published : Jun 28, 2024, 7:39 PM IST

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ସବୁବେଳେ ଆଗକୁ ଅନେକ ପଦକ୍ଷେପ ନେଉଛି । ଶିକ୍ଷାକ୍ଷେତ୍ରରେ କିଭଳି ଉନ୍ନତି ହେବ, ପିଲାମାନେ କିଭଳି ଭଲ ପାଠ ପଢିବେ, ପିଲାମାନଙ୍କୁ ପାଠପଢା ସମୟରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ବ୍ୟବସ୍ଥା କରାଯାଉଛି । ହେଲେ ସଠିକ ଭାବରେ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚିପାରୁନାହିଁ । ଯାହା ଫଳରେ ଅନେକ ସମୟରେ ପିଲାମାନେ ସମସ୍ୟାରେ ପଡ଼ୁଛନ୍ତି । ଏକାର ବଡ଼ କାରଣ ହେଉଛି ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଏକାଠି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା । ଅନେକ କଲେଜ ରହିଛି ଯାହା ଗୋଟିଏ କ୍ୟାମ୍ପସ ମଧ୍ୟରେ ଉଭୟ କଲେଜ ଏବଂ ମହାବିଦ୍ୟାଳୟର ପିଲାମାନେ ପାଠ ଲଢ଼ୁଛନ୍ତି । ଯାହା ଫଳରେ କି ଅନେକ ସମୟରେ ପାଠପଢା ସମେତ ପ୍ରାକ୍ଟିକାଲ୍ କରିବା ରିସର୍ଚ୍ଚ କରିବା ଆଦିରେ ବାଧାପ୍ରାପ୍ତ ହେଉଛି ।

ଗୁଣାତ୍ମକ ଶିକ୍ଷାରେ ବାଧା (ETV Bharat Odisha)

ରାଜ୍ୟରେ ଏପରି ଅନେକ କଲେଜ ଓ ମହାବିଦ୍ୟାଳୟ ରହିଛି ଯେଉଁଠି କି ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କ୍ଲାସ କରାଯାଉଛି । ଯୁକ୍ତ ଦୁଇର ଛାତ୍ରଛାତ୍ରୀ ସକାଳ ୭ଟା ରୁ ୧୦ ମଧ୍ୟରେ ପାଠ ପଢ଼ୁଥିବା ବେଳେ ଏତେ କମ ସମୟରେ କିଭଳି ଗୁଣାତ୍ମକ ଶିକ୍ଷା ପାଇବେ ବୋଲି କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ । ଏହା ସହ ୧୦ଟା ସମୟରୁ ୪ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି, ପିଜି ଏବଂ ପିଏଚଡି ପିଲାମାନେ ପାଠ ପଢ଼ୁଛନ୍ତି । ଏହା ସମେତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ଯାହା ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମାଧାନର ବାଟ ମଧ୍ୟ ବହାରିପାରି ନାହିଁ ବୋଲି କହିଛିନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି । ତେବେ ବିଗତ ଦିନରେ ରମାଦେବୀ ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା ହେବା ନେଇ ମଧ୍ୟ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା । ଏପଟେ କିଛି ବିରୋଧ କରିବା ପରେ ଏହି ପ୍ରସଙ୍ଗକୁ ନେଇ ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ଦେବାରେ ଅନେକ ସମସ୍ୟା ଉପୁଜିଛି ।

୫ଟି ଜିଲ୍ଲାରେ ଆରମ୍ଭ ହେବାକୁ ଥିଲା ପାଇଲଟ୍ ପ୍ରୋଜେକ୍ଟ:

ଡିଗ୍ରୀ କଲେଜରୁ ଯୁକ୍ତ ଦୁଇ କଲେଜକୁ ଅଲଗା ହେବା ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିଲା ଏକ ପାଇଲଟ ପ୍ରୋଜେକ୍ଟ । କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ଯୁକ୍ତ ଦୁଇ କଲେଜ । ଏନେଇ ଜମି ଉପଲବ୍ଧତା, ଅଧ୍ୟାପକ, ଭିତ୍ତିଭୂମି ଇତ୍ୟାଦି ଉପରେ ଏକ ତଥ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ ।

ନାକ୍‌ (NAAC) ଟିମ ଆସିବା ପୂର୍ବରୁ ଅଲଗା କରିବାକୁ ଯୋଜନା:

ଚଳିତ ବର୍ଷ ନାକ୍‌ ଟିମ ରମାଦେବୀ ବିଶ୍ବବିଦ୍ୟାଳୟକୁ ଆସିବାର ଯୋଜନା ରହିଛି । ତେଣୁ ଯେଭଳି ଭାବରେ ରମାଦେବୀ ବିଶ୍ଵବିଦ୍ୟାଳୟ ଭଲ ରାଙ୍ଗ ପାଇବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ପାଠପଢା ସମେତ ଭିତ୍ତିଭୂମି ଅଧ୍ୟାପକ ନିଯୁକ୍ତି ପିଲାମାନଙ୍କ ମତାମତ ସମେତ ରିସର୍ଚ୍ଚ ଓ ପିଲାଙ୍କର ଆକ୍ଟଭିଟି ଆଦି ନଜର ଦେବେ ନାକ ଟିମ । ତେଣୁ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇକୁ ଅଲଗା କରିବା ପାଇଁ ଯୋଜନା ଚାଲିଛି । ଯାହା ଦୀର୍ଘ ଦିନର ବିଶ୍ୱବିଦ୍ୟାଳୟର କତୃପକ୍ଷଙ୍କୁ ଅଭିଯୋଗ ରହିଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ଡେସ୍କ କି ବେଞ୍ଚ; କାନ୍ଥ ଫାଟି ଆଁ, ଭୟ ଆଶଙ୍କାରେ ଚାଲିଛି ଭବିଷ୍ୟତ ଗଢା - Cracks In School Building

ଗୁଣାତ୍ମକ ଶିକ୍ଷାରେ ବାଧା:

ରାଜ୍ୟରେ ଥିବା ଏକ ମାତ୍ର ମହିଳା ବିଶ୍ଵବିଦ୍ୟାଳୟ ହେଉଛି ରମାଦେବୀ ବିଶ୍ଵବିଦ୍ୟାଳୟ । ତେବେ ଏହି ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା କରିବା ପାଇଁ ବାରମ୍ବାର ନିଷ୍ପତ୍ତି ହୋଇଛି । ରମାଦେବୀ କଲେଜ ନିକଟରେ ଥିବା ଏକ ସ୍କୁଲକୁ ଯୁକ୍ତ ଦୁଇ ସ୍ଥାାନ୍ତର କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଗୋଟିଏ କ୍ୟାମ୍ପସରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମ ଭଳି କ୍ଲାସ କରାଯାଉଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀ । କିନ୍ତୁ ଏପର୍ଯ୍ୟନ୍ତ ସ୍ଥାନନ୍ତାରିତକୁ ନେଇ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ଏପଟେ ସମ୍ବଲପୁରର ଜିଏମ୍ ବିଶ୍ବବିଦ୍ୟାଳୟରୁ ମଧ୍ୟ ଯୁକ୍ତ ଦୁଇ ଅଲଗା ନେଇ ନିଷ୍ପତ୍ତି କରାଯାଇଥିଲା । ତାହା ମଧ୍ୟ ନିଷ୍ପତ୍ତିରେ ହିଁ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details